Pratidin TV

Odisha's Digital News Platform

ଯନ୍ତ୍ରଣା ରେ ଛଟପଟ ହିନା ଖାନ , କହିଲେ ସାହିପାରୁନି କେମୋଥେରାପି କଷ୍ଟ ..

ଟେଲିଭିଜନ ଅଭିନେତ୍ରୀ ହିନା ଖାନ ଏବେ କ୍ୟାନ୍ସର ସହ ଲଢ଼ୁଛନ୍ତି । ହିନା ଖାନ ଜୁନ ୨୮ ତାରିଖରେ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। ହିନା ଏବେ କର୍କଟ ରୋଗର ତୃତୀୟ ପର୍ଯାୟରେ ଅଛନ୍ତି  । ତେବେ ଏହି ଖବର ସାମ୍ନାକୁ ଆସିବା ପରେ   ସିନେ ଜଗତ ସହିତ ତାଙ୍କ ଫ୍ୟାନ୍ସ ଙ୍କୁ ଲାଗିଥିଲା ଶକ୍ତ ଧକ୍କା  ।ତେବେ ଏହାରି ମଧ୍ୟରେ ହିନା କ୍ୟାନ୍ସର ରେ ପୀଡିତ ଥାଇବି ଖୁବ ସାହସର ଏହାକୁ ସାମ୍ନା କରୁଛନ୍ତି । ଚିକିତ୍ସା ଜାରି ରହିଥିବା ବେଳେ ସେ ନିଜକୁ କାମରେ ବ୍ୟସ୍ତ ରଖୁଛନ୍ତି।

ଯେବେ ଠାରୁ ସେ ତାଙ୍କର ଏହି ରୋଗ ବିଷୟରେ ଜାଣିଲେଣି କ୍ରମାଗତ ଭାବେ ଫ୍ୟାନ୍ସଙ୍କୁ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଆସୁଛନ୍ତି। ନିକଟରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ହିନା ଏଭଳି କଷ୍ଟଦାୟକ ଜୀବନ କେମିତି ଶୀଘ୍ର ବିତିଯାଉ ତାହାକୁ ନେଇ ଗୁହାରି କରିଛନ୍ତି। ଏଥିସହିତ ହିନା କହିଛନ୍ତି ମୋର ୫ଟି  ମୋଥେରାପି ସରିଛି। ଆହୁରି ତିନିଟି ବାକି ଅଛି। କିଛିଦିନ ଭଲରେ କଟି ଯାଉଥିବା ବେଳେ ଆଉ କିଛିଦିନ ଖୁବ ଯନ୍ତ୍ରଣା ଓ କଷ୍ଟରେ କଟୁଛି। ଆପଣମାନେ ମୋ ସ୍ବାସ୍ଥ୍ୟ କେମିତି ଅଛି ତାହା ଜାଣିବା ପାଇଁ ବ୍ୟସ୍ତ ହୋଇ ଯାଇଥାଆନ୍ତି। କିନ୍ତୁ କ’ଣ କରିବି ଆଜ୍ଞା ଚାହିଁକି ବି ମୁଁ ସେ ସମୟରେ ଆପଣମାନଙ୍କୁ ମୋ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ପାରେ ନାହିଁ।  କାରଣ କେମୋଥେରାପି କଷ୍ଟ ମୁଁ ସହି ପାରୁ ନାହିଁ।’

Leave a Reply

Your email address will not be published. Required fields are marked *