Pratidin TV

Odisha's Digital News Platform

ଯନ୍ତ୍ରଣାରେ ଛଟପଟ ହିନା ଖାନ , ଫ୍ୟାନ୍ସ ଙ୍କ ସହ ବଖାଣିଲେ କର୍କଟ କଷ୍ଟ…

ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ସହିତ ସଂଘର୍ଷ କରୁଥିବା ହିନା ପ୍ରଥମ କିମୋଥେରାପି ପୂର୍ବରୁ କେଶ କାଟି ଦେଇଥିଲେ। ଯାହାର ଏକ ଭିଡିଓ ବି ସେ ସେୟାର କରିଥିଲେ। ଏଥିରେ ସେ ଦମ୍ଭ ଧରିଥିବା ବେଳେ ତାଙ୍କ ମା’ ଭୋଭୋ ହୋଇ କାନ୍ଦୁଥିବା ଭିଡିଓରେ ଶୁଣିବାକୁ ମିଳିଥିଲା। କର୍କଟରେ ପୀଡ଼ିତ ଥାଇ ମଧ୍ୟ ହିନା ଖୁବ ସକ୍ରିୟ ଅଛନ୍ତି। ନିକଟ‌ରେ ସେ କାମକୁ ଫେରିଛନ୍ତି ଏହାସହିତ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ କ୍ରମାଗତ ଭାବେ ଫ୍ୟାନ୍ସମାନଙ୍କୁ  ସୂଚନା  ଦେଇ ଆସୁଛନ୍ତି।

ନିକଟରେ ହିନା ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ସାଙ୍ଗମାନେ ମୁଁ ବହୁତ କଷ୍ଟ ସମୟ ଦେଇ ଗତି କରୁଛି। ପ୍ରତି ସେକେଣ୍ଡରେ ମୋତେ ଯନ୍ତ୍ରଣା ହେଉଛି ତଥାପି ଚେହେରାରୁ ହସ ଲିଭିବାକୁ ଦେଇନାହିଁ।’ବର୍ତ୍ତମାନ ହିନା ଏକ ପୋଷ୍ଟ ସେୟାର କରିଛନ୍ତି ।ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ହିନା ।

Leave a Reply

Your email address will not be published. Required fields are marked *