Pratidin TV

Odisha's Digital News Platform

ଭାରତ ପାଇଁ ଗର୍ବର ବିଷୟ: ଜାତିସଂଘରେ ସାମିଲ ହେଲା ହିନ୍ଦି ଭାଷା

1 min read

ଜାତିସଂଘ ହିନ୍ଦୀ ଭାଷା ପ୍ରସ୍ତାବକୁ ସ୍ବୀକୃତି ଦେଇଛି । ଗତକାଲି ସାଧାରଣ ପରିଷଦରେ ଏହା ଘୋଷଣା କରାଯାଇଛି । ହିନ୍ଦୀ ସହିତ ବଙ୍ଗଳା, ଉର୍ଦ୍ଦୁ ଭାଷାକୁ ମଧ୍ୟ ଅନୁମତି ଦିଆଯାଇଛି । ଏନେଇ ଜାତିସଂଘର ଭାରତୀୟ ସ୍ଥାୟୀ ରାଷ୍ଟ୍ରଦୂତ ଟିଏସ ତିରୁମୂର୍ତ୍ତି ସାଧାରଣ ସଭାରେ ଯୋଗ ଦେଇ ସୂଚନା ଦେଇଛନ୍ତି ।

ଟିଏସ ତିରୁମୂର୍ତ୍ତି କହିଛନ୍ତି, ଚଳିତ ବର୍ଷ ପ୍ରଥମ ଥର ପାଇଁ ହିନ୍ଦୀ ଭାଷାକୁ ସାମିଲ କରାଯାଇଛି । ବର୍ତ୍ତମାନ ଜାତିସଂଘର ସମସ୍ତ କାର୍ୟ୍ୟ ଓ ଜରୁରୀ ସୂଚନା ଏହି ଭାଷାରେ ପ୍ରକାଶ କରାଯିବ । ଜାତିସଂଘର ସ୍ବୀକୃତିକୁ ଭାରତ କୃତଜ୍ଞତା ଜଣାଇଛି । ସେ ଆହୁରି ମଧ୍ୟ କହିଛନ୍ତି ୨୦୧୮ ମସିହାରେ ଭାରତ ହିନ୍ଦୀ ଜାତିସଂଘ ପ୍ରକଳ୍ପ  ଆରମ୍ଭ କରିଥିଲା । ମିଳିତ ଜାତିସଂଘରେ ବହୁଭାଷାବାଦକୁ ପ୍ରକୃତ ଅର୍ଥରେ ଗ୍ରହଣ କରିବା ଜରୁରୀ ଅଟେ ଏବଂ ଏହି ଲକ୍ଷ୍ୟ ହାସଲ କରିବାରେ ଭାରତ ସମର୍ଥନ କରିବ । ମିଳିତ ଜାତିସଂଘ ସାଧାରଣ ପରିଷଦର ୬ଟି ଭାଷା ରହିଛି- ଆରବୀ, ଚାଇନିଜ, ଇଂରାଜୀ, ଫରାସୀ, ରୁଷୀୟ ଏବଂ ସ୍ପାନିସ ।

Leave a Reply

Your email address will not be published. Required fields are marked *