Pratidin TV

Odisha's Digital News Platform

ଭାରତରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଆମେରିକାରେ ଉତ୍ସାହ…

1 min read

ଆଉ କିଛି ଦିନ ପରେ ଅଯୋଧ୍ୟାରେ ହେବ ରାମ ମନ୍ଦିର ପ୍ରତିଷ୍ଠା । ସେଥିପାଇଁ ଉତ୍ସବ ମୁଖର ହେଉଛି ଅଯୋଧ୍ୟା ନଗରୀ । ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଆମେରିକାରେ ବାସ କରୁଥିବା ହିନ୍ଦୁ ସମୁଦାୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଉତ୍ସବ ପାଳନ କରିବା ପାଇଁ ଆସନ୍ତା ମାସରେ ନିଜ ଘରେ ପାଞ୍ଚଟି ଦୀପ ଜାଳିବାକୁ ଯୋଜନା କରୁଛନ୍ତି ।ଏହି ଉତ୍ସବକୁ ପାଳନ କରିବା ପାଇଁ ସମ୍ପ୍ରଦାୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଜନା କରାଯାଇଛି । ଏଥିରେ ବିଭିନ୍ନ ସହରରେ କାର ରାଲି ବାହାରିବା, ପ୍ରତିଷ୍ଠା ଦିବସର ଭବ୍ୟ ସମାରୋହର ସିଧାପ୍ରସାରଣ ତଥା ସାମୁଦାୟିକ ସଭା ଆଦି ସାମିଲ ରହିଛି ।

ଚିକାଗୋରେ ହିନ୍ଦୁ ସମାଜର ନେତା ଭରତ ବରାଇ କହିଛନ୍ତି ଯେ ଏହା ଆମ ସମସ୍ତଙ୍କ ପାଇଁ ଏକ ସ୍ୱପ୍ନ ସତ ହେବା ଭଳି ଘଟଣା ଟିଏ । ଆମେ ଜୀବନରେ କେବେ ଭାବି ନ ଥିଲୁ ଯେ ଏ ଦିନ ଦେଖିପାରିବୁ ବୋଲି । କିନ୍ତୁ ଆଜି ସେହି ମୁହୂର୍ତ୍ତ ଆସିଛି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ରାମ ଜନ୍ମଭୂମି ଆନ୍ଦୋଳନରେ ହିନ୍ଦୁ ଆମେରିକୀୟମାନେ ବଡ ସଂଖ୍ୟାରେ ଭାଗ ନେଇଥିଲେ । ବର୍ତ୍ତମାନ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନର ଉତ୍ସବ ପାଳନ କରିବାର ମୁହୂର୍ତ୍ତ ଅଟେ । ଆସନ୍ତା ବର୍ଷ ଏହି ପ୍ରତିଷ୍ଠା ଦିବସ ସମାରୋହରେ ଭାଗ ନେବା ପାଇଁ ମନ୍ଦିର ଅଧିକାରୀ ମାନଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଥିବା ଅତିଥିଙ୍କ ମଧ୍ୟରେ ଡ.ବରାଇ ମଧ୍ୟ ଅଛନ୍ତି । ଉତ୍ସବରେ ନେତୃତ୍ୱ ନେଉଥିବା ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପିଏ) ଏହି ଉତ୍ସବରେ ୧୦୦୦ ରୁ ଅଧିକ ମନ୍ଦିର ଏବଂ ବ୍ୟକ୍ତିବିଶେଷଙ୍କ ଅଂଶଗ୍ରହଣକୁ ସୁଗମ କରିବା ପାଇଁ ଏକ ୱେବସାଇଟ୍ ଲଞ୍ଚ କରିଛି । ଆମେରିକୀୟ ହିନ୍ଦୁମାନଙ୍କ ପାଇଁ ଏହି ଉତ୍ସବରେ ଦୂରଦୂରାନ୍ତରେ ଅଂଶଗ୍ରହଣ କରିବା ଏବଂ ଏହି ସମ ତିହାସିକ ଘଟଣାର ଅଂଶ ହେବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି । ସମାରୋହର ସିଧା ପ୍ରସାରଣ ପାଇଁ ବଡ଼ ପରଦା ସ୍ଥାପନ ପାଇଁ ଯୋଜନା ରହିଛି ବୋଲି ଶ୍ରୀ ମିତ୍ତଲ କହିଛନ୍ତି । ଆମେରିକୀୟ ହିନ୍ଦୁ ମାନଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ରହିଛି । ବହୁତ ସଂଖ୍ୟକ ଭାରତୀୟ ଆମେରିକୀୟ ଏହି ଐତିହାସିକ ସମାରୋହରେ ଅଂଶଗ୍ରହଣ କରିବାକୁ ଅଯୋଧ୍ୟା ଯିବାକୁ ଚାହୁଁଛନ୍ତି ବୋଲି ସୂଚନା ରହିଛି ।

Advertisement

Leave a Reply

Your email address will not be published. Required fields are marked *