Pratidin TV

Odisha's Digital News Platform

ମନ୍ତ୍ର ଧ୍ୱନିରେ କମ୍ପୁଛି ପୂଜା ମଣ୍ଡପ, ଆଜି ଚାଲିଛି ମାଆଙ୍କର ନବମୀ ପୂଜା

1 min read

ମହାମାୟାଙ୍କର ଆଜି ହେଉଛି ମହାନବମୀ । ସୋମବାର ଦିନ ନବମୀ ପଡିଥିବା ବେଳେ ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ନବମୀ ପୂଜା ଆରମ୍ଭ ହୋଇ ଯାଇଛି । ନବମୀରେ କୁମାରୀ ପୂଜା କରିବାର ପରମ୍ପରା ରହିଛି । ତେଣୁ କିଛି ମଣ୍ଡପରେ କୁମାରୀ ପୂଜା, ଗୋ-ପୂଜନ କରାଯିବ । ସେହିଭଳି ବଙ୍ଗୀୟ ପରମ୍ପରା ଅନୁସାରେ ସେମାନେ ମଣ୍ଡପରେ ଆଜି ସିନ୍ଦୁର ଖେଳ ମଧ୍ୟ ଖେଳିବେ । ମା’ଙ୍କୁ ଝିଅ ଭାବେ ପୂଜା କରିବା ସହ ବଙ୍ଗୀୟ ଢାଞ୍ଚାରେ ସିନ୍ଦୁର ଖେଳ କରାଯାଇଥାଏ । କେତେକ ମଣ୍ଡପରେ ମାଆଙ୍କ ପାଖରେ ଲାଗିହେବ ଆଜି ମାଛ ଭୋଗ । ସଧବା ମହିଳା ବେଶରେ ମାତା ଦୁର୍ଗାକୁ ଝିଅ ରୂପେ ପାଇଲା ପରେ ଆଜି ଘରୁ ବିଦା କରାଯିବାର ପରମ୍ପରା ରହିଛି । ଅନ୍ୟପଟେ ପୀଠରେ ଚାଲିଛି ଆଜି ଦଶମୀ ପୂଜା । ଆଜି ମହୀଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେବେ ମା’ କଟକ ଚଣ୍ଡୀ । ମାତା ଦୁର୍ଗାଙ୍କର ନବମ ଶକ୍ତି ହେଉଛନ୍ତି ମା’ ସିଦ୍ଧିଦାତ୍ରୀ । ସେ ହେଉଛନ୍ତି ସମସ୍ତ ସିଦ୍ଧି ସଫଳତା ପ୍ରଦାନକାରୀ । ନବରାତ୍ରୀ ପୂଜାର ନବମ ଦିନରେ ଏହି ଦେବୀଙ୍କୁ ପୂଜା କରିବାର ବିଧି ରହିଛି । ଏହି ଦିନ ଯେଉଁ ଭକ୍ତ ଶାସ୍ତ୍ରୀୟ ରୀତିନୀତି ଅନୁସାରେ ପୂରା ଭକ୍ତିର ସହିତ ମାତାଙ୍କୁ ସାଧନା କରନ୍ତି, ସେ ସମସ୍ତ ସଫଳତା ହାସଲ କରନ୍ତି । ମାର୍କଣ୍ଡେୟ ପୁରାଣ ଅନୁଯାୟୀ ଆଠଟି ସିଦ୍ଧି ରହିଛି । ଯେପରିକି ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପରାକ୍ରମ, ଇଶିତ୍ୱ ଏବଂ ବଶିତ୍ୱ ।

Advertisement

Leave a Reply

Your email address will not be published. Required fields are marked *