Pratidin TV

Odisha's Digital News Platform

ଥମୁନି ଗେରୁଆ ବିକିନିର ବିବାଦ: ଫିଲ୍ମ ପ୍ରମୋସନ ପୋଷ୍ଟର ଫାଡିଲେ ବଜରଙ୍ଗ ଦଳ ..

ଗୁଜୁରାଟ୍ : ଥମୁନି ଗେରୁଆ ବିବାଦ । ପୁଣି ତାତିଲେ ବଜରଙ୍ଗ ଦଳ । ଚିରିଦେଲେ ପ୍ରମୋସନ ପୋଷ୍ଟର । ରାଗିକି ସିନେମା ହଲ ବାହରେ କଲେ ଗଣ୍ଡଗୋଳ । ଫିଲ୍ମ ପଠାନ୍‌ର ବେସରମ୍ ଗୀତକୁ ନେଇ ପ୍ରମୋସନ ସମୟରେ ଉପୁଜିଛି ହଙ୍ଗାମା ।
ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଗୁଜରାଟର ଅହମ୍ମଦାବାଦରେ ଶାହରୁଖ ଖାନଙ୍କ ଫିଲ୍ମ ପଠାନର ପ୍ରମୋଶନ ସମୟରେ ଉତେଜନା ।

ଅହମ୍ମଦାବାଦର ଆଲଫାୱାନ ମଲରେ ଅବସ୍ଥିତ ମଲ୍ଟିପ୍ଲେକ୍ସରେ ଫିଲ୍ମ ପଠାନର ପୋଷ୍ଟର ଲଗାଯାଇଥିଲା । ବଜରଙ୍ଗ ଦଳର କାର୍ଯ୍ୟକର୍ତା ସେଠାରେ ପହଂଚି ପୋଷ୍ଟର ଫାଡିବା ସହ ଭଙ୍ଗାରୁଜା କରିଥିଲେ । ସେହିପରି ଉକ୍ତ ସିନେମାକୁ ରିଲିଜ୍‌ ନକରାଇବାକୁ ଧମକ ମଧ୍ୟ ଦେଇଛନ୍ତି।  ପୋଲିସ ଅଧିକାରୀ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଂଚି ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ପାଂଚଜଣ କାର୍ଯ୍ୟକର୍ତାଙ୍କୁ ଅଟକ ରଖିଥିଲେ । ପରେ ତାଙ୍କୁ ମୁକ୍ତ କରାଯାଇଥିଲା ।

୨୦୨୩ର ବହୁପ୍ରତିକ୍ଷୀତ ଫିଲ୍ମ ପଠାନର ପ୍ରଥମ ଗୀତ ବେଶରମ ରଙ୍ଗ ନିକଟରେ ରିଲିଜ ହୋଇଛି । ଏହା ରିଲିଜ ହେବା ଦିନ ଠାରୁ ପଠାନ ଓ ଗୀତ ବିରୋଧରେ ବୟକଟ ଟ୍ରେଣ୍ଡ ଜାରି ରହିଛି ।  ମୁଖ୍ୟତଃ ଏହି ଗୀତରେ ଗେରୁଆ ରଙ୍ଗକୁ ଅଶ୍ଲୀଳ ଢଙ୍ଗରେ ପ୍ରଦର୍ଷିତ କରି ହିନ୍ଦୁ ଧର୍ମୟ ଭାବନକା କୁଠାରଘାତ କରୁଥିବା ଅଭିଯୋଗ ଆଣି ଏହାକୁ ବିରୋଧ ଜାରି ରହିଛି।

ଗୋଟେ ପଟେ ଫିଲ୍ମକୁ ନେଇ ବିବାଦ ଏଭଳି ସ୍ତରରେ ପହଞ୍ଚିଥିବାବେଳେ । ଅନ୍ୟପଟେ ଶାହରୁଖ ଦୀପିକାଙ୍କ ଆଇକୋନିକ୍ ଯୋଡିକୁ ଦେଖିବାକୁ ଚାତକ ଭଳି ଚାହିଁ ବସିଛନ୍ତି ପ୍ରଶଂସକ ।

Leave a Reply

Your email address will not be published. Required fields are marked *