Pratidin TV

Odisha's Digital News Platform

(ଭିଡିଓ)ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଦ କେରଳା ଷ୍ଟୋରୀ’ ; ଫିଲ୍ମ ଦେଖିଲେ ହିନ୍ଦୁସେନର ୭୦ରୁ ଉର୍ଦ୍ଧ୍ବ ସଦସ୍ୟ କହିଲେ ..

1 min read

କଟକ : ହିନ୍ଦୁସେନା ଛାତ୍ର ସଂଗଠନ ପକ୍ଷରୁ ଲଭ୍ ଯିହାଦ୍ ମାଧ୍ୟମରେ ଧର୍ମ ପରିବର୍ତ୍ତନ ଏବଂ ସେମାନଙ୍କୁ ଦେଶ ବିରୋଧୀ କାର୍ଯ୍ୟରେ ନିୟୋଜିତ କରାଇବା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର The Kerala Story କୁ କଟକ ସହରର ବିଭିନ୍ନ କଲେଜ ରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ କଟକ Inox ରେ ଚଳଚ୍ଚିତ୍ର କୁ ଦେଖାଯାଇଥିଲା ।

ସଙ୍ଗଠନ ତରଫରୁ ନିଛକ ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର କୁ ଛାତ୍ର ଛାତ୍ରୀ ମାନଙ୍କୁ ଦେଖାଇବା ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେମାନେ ଏହି ଲଭ ଯିହାଦ୍ ରୁ ଦୂରରେ ରହି ନିଜେ ସତର୍କ ଓ ସଚେତନ ହେବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସଚେତନତା କରାଇବେ । ଯାହା ଫଳରେ ଏ ନିରୀହ ଛାତ୍ରଛାତ୍ରୀ ମାନେ ଦେଶଦ୍ରୋହୀ ମାନଙ୍କ ଅତ୍ୟାଚାର ତଥା ଆତ୍ମହତ୍ୟା, ହତ୍ୟା ରୁ ରକ୍ଷା ପାଇବା ସହିତ ଦେଶଦ୍ରୋହୀ କାର୍ଯ୍ୟକଳାପରୁ ଦୁରେଇ ରହିବେ ।

ଏହି ଚଳଚ୍ଚିତ୍ରକୁ ସଂଗଠନର ସଭାପତି ଦେବାଶିଷ ରାଉତ, ରଞ୍ଜନ ଜେନା, ପୁଷ୍ପରାଜ ଦାସ, ଅଭିଜିତ୍ ସିଂ, ପ୍ରିୟବ୍ରତ ପଟ୍ଟନାୟକ, ଛାତ୍ର ସଭାପତି ସୁଜିତ୍ ଦାସ, ଶୁଭମ୍ ନାୟକ, ଦୀପ୍ତି ରଞ୍ଜନ ସ୍ଵାଇଁ, ରାହୁଲ ପ୍ରଧାନ, ଅର୍ଣ୍ଣବ ପ୍ରଧାନ, ଅଲିଶା ଦାସ, ଆଞ୍ଚଲ ବେହେରା, ଅଂଶୁ ସିଂ, ଶୁଭାଙ୍ଗୀନି ନାୟକ, ସ୍ମିତି ସୁହାସିନୀ ଶତପଥୀ, ଆରତୀ, ସାତ୍ୟକି ମିଶ୍ର, ବିଶାଦ ନାୟକ ଓ ସତ୍ୟବାଦୀ ଲେଙ୍କା ଉପସ୍ଥିତ ରହି ଦେଖିଥିଲେ ।

Leave a Reply

Your email address will not be published. Required fields are marked *