Pratidin TV

Odisha's Digital News Platform

ବନ୍ଧାହେଲେ ହିନ୍ଦୁସ୍ଥାନ ଷ୍ଟିଲ ୱର୍କ କନଷ୍ଟ୍ରକସନ ଲିମିଟେଡ଼ କମ୍ପାନୀର ମାଲିକ ; ସରକାରଙ୍କୁ ଲଗାଇଥିଲେ ୩୪ ଲକ୍ଷର ଚୂନ …

1 min read

କଟକ : ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ଓଡ଼ିଶା ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଠିକାଦାର ବାପ ପୁଅ । ସୋନପୁର ଜିଲ୍ଲାରେ ସରକାରୀ SC, ST ବିଭାଗ ଦ୍ଵାରା ନିର୍ମାଣ କରାଯାଉଥିବା ୧୦୦ ବେଡ ହଷ୍ଟେଲ ନିର୍ମାଣ କାର୍ଯ୍ୟରେ ପାଖାପାଖି ୩୪ ଲକ୍ଷ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ହିନ୍ଦୁସ୍ଥାନ ଷ୍ଟିଲ ୱର୍କ କାନଷ୍ଟ୍ରକସନ ଲିମିଟେଡ଼ କମ୍ପାନୀର ମାଲିକ ତଥା ଠିକାଦାର ବାପା ବିଜୟ କୁମାର ଅଗ୍ରୱାଲ ଓ ପୁଅ ଦୀପକ କୁମାର ଅଗ୍ରୱାଲଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ସେମାନେ ନିମ୍ନ ମାନର କାର୍ଯ୍ୟ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସର ଏକ ଟେକ୍ନିକାଲ ଟିମ୍ ଯାଞ୍ଚ କରିବା ପରେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଥିବା ନେଇ ପ୍ରମାଣ ପାଇଥିଲା । ଏହା ପରେ ଉଭୟ ଠିକାଦାର ବାପା ପୁଅଙ୍କୁ ଗିରଫ କରାଯାଇ ବର୍ତ୍ତମାନ କୋର୍ଟ ଚାଲାଣ କରାଯାଇଛି ।

ଏହି ଘଟଣାରେ ସରକାରୀ ଅଧିକାରୀ କିମ୍ବା କର୍ମଚାରୀଙ୍କ ସଂପୃକ୍ତି ନେଇ ମଧ୍ୟ ଭିଜିଲାନ୍ସ ତଦନ୍ତ କରୁଛି । ଏହା ସହ ଏହି ସଂସ୍ଥାର ଅନ୍ୟ କାର୍ଯ୍ୟକୁ ତଦନ୍ତ କରାଯିବ ବୋଲି କହିଛନ୍ତି କଟକ ଭିଜିଲାନ୍ସ ସେଲ ଏସପି ଏମ ରାଧାକୃଷ୍ଣ ।

Leave a Reply

Your email address will not be published. Required fields are marked *