Pratidin TV

Odisha's Digital News Platform

ହୀରାକୁଦ ଡ୍ୟାମ୍‌ରେ ଫାଟ,ପୁଣି ବଡ ବିପଦ

ଭୁବନେଶ୍ୱର : ମହାନଦୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଲେ ଡ୍ୟାମ୍ ସେଫ୍ଟି ମୁଖ୍ୟଯନ୍ତ୍ରୀ । ହୀରାକୁଦ ଡ୍ୟାମ୍‌ର ସ୍ଥିତି ଭଲ ନଥିବା ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଡ୍ୟାମ୍‌ର ବିଭିନ୍ନ ସ୍ଥାନରେ ଫାଟ ଥିବାନେଇ ରିପୋର୍ଟ କରାଯାଇଛି ।
ରିପୋର୍ଟ ଅନୁଯାୟୀ ଅପରେସନ ଗ୍ୟାଲେରୀ ,ଫାଉଣ୍ଡେସନ ଗ୍ୟାଲେରୀରେ ଫାଟ ରହିଛି । ଏହା ସହ ଉଭୟ ଦକ୍ଷିଣ ଓ ବାମ ପାଶ୍ୱର୍ରେ ମଧ୍ୟ ଫାଟ ସୃଷ୍ଟି ହୋଇଛି ।


୨୦୨୨ ମସିହା ଜାନୁଆରି ମାସରେ ଊଝଜଚ ବନ୍ଧ ସୁରକ୍ଷା ସମୀକ୍ଷା ଟିମ୍ ଯାଞ୍ଚ କରି ଅଧିକ ଅନୁଧାନ ପାଇଁ କହିଥିଲେ । ସ୍ପିଲୱେ ତଳମୁଣ୍ଡ ଯାଞ୍ଚ ଡ୍ରୋନ ଦ୍ୱାରା କରିବାକୁ ପରାମର୍ଶ ଦେଇଥିଲେ। ଅଣ୍ଡରୱାଟର ଭିଡିଓଗ୍ରାଫି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।ଗେଟ୍ ଅପରେସନ ଗ୍ୟାଲେରି ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା । ତେବେ ପ୍ରତି ୫ ବର୍ଷରେ ଥରେ ସର୍ଭେ କରିବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ୧୯୯୯ ପରଠାରୁ ୨୩ ବର୍ଷ ହେଲା ଅନୁଧ୍ୟାନ କରାଯାଇ ନାହିଁ । ତେଣୁ ତୁରନ୍ତ ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ସର୍ଭେ କରିବାକୁ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛି ମହାନଦୀ ବେସିନ୍।

Leave a Reply

Your email address will not be published. Required fields are marked *