Pratidin TV

Odisha's Digital News Platform

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଖୋଲିବ ହୀରାକୁଦ ଗେଟ ..

ରାଜ୍ୟରେ ଲାଗି ରହିଛି ଅବିଶ୍ରାନ୍ତ ବର୍ଷା । ଲଗାଣ ବର୍ଷାରେ ହୀରାକୁଦ ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ଯାହାଫଳରେ ହୀରାକୁଦ ଡ୍ୟାମର ଗେଟ ଖୋଲାଯିବ  ।ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପାଇଁ ଆସନ୍ତା ଜୁଲାଇ ୨୮ ତାରିଖ  ରେ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବ ।

ଗେଟ୍ ଖୋଲିବା ନେଇ ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି । ଏହାସହିତ ମହାନଦୀ ର ତଳମୁଣ୍ଡରେ  ଥିବା ଜିଲ୍ଲା ମାନଙ୍କୁ ସର୍ତକ ସୂଚନା ଜାରି କରାଯିବ । ହୀରାକୁଦର ଜଳଭଣ୍ଡାରର ଜଳସ୍ତର ଏବେ ୬୦୫ ଫୁଟରେ ପହଞ୍ଚିଛି । ଗେଟ୍ ଖୋଲିବା ସମୟରେ ଜଳସ୍ତର ୬୧୫ ଫୁଟ ଥିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *