Pratidin TV

Odisha's Digital News Platform

ଆଜି ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର : ଗତକିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ମହାନଦୀର ଉପରମୁଣ୍ଡରେ ବର୍ଷାର ପରିମାଣ ବଢିବାରୁ ସରାଡିହରେ ଗତକାଲି ୪ଲକ୍ଷ କ୍ୟୁସେକ୍ ଜଳ ନିସ୍କାସିତ ହୋଇ ଜଳଭଣ୍ଡାର ମଧ୍ୟକୁ ଆସିଥିଲା ।ଏନେଇ ଗତକାଲି ହୀରାକୁଦର ୧୦ ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ଡ୍ୟାମ୍ କତ୍ତୃପକ୍ଷ । ତେବେ ଗତକାଲି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକ୍ରମେ ୫ଟି ଲେଖାଏଁ ଗେଟ୍ ଖୋଲା ଯାଇଥିଲା ।

ସେହିଭଳି ଆଜି ରାଜ୍ୟରେ ଭାରି ବର୍ଷା ଯୋଗୁଁ ଡ୍ୟାମରେ ୩,୯୭,୪୫୧ କ୍ୟୁସେକ୍ ଜଳ ପ୍ରବେଶ କରିଛି । ଏନେଇ ଆଜି ଡ୍ୟାମର ଆଉ ୪ ଟି ଗେଟ୍ ଖୋଲାଯାଇଛି ।ତେବେ ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୫.୧୭ ଫୁଟ୍ ରହିଛି । ସର୍ବମୋଟରେ ଏବେ ଡ୍ୟାମର ୧୪ ଟି ଗେଟ୍ ଦେଇ ଜଳ ନିଷ୍ଟାସନ କରାଯାଉଛି ।

Leave a Reply

Your email address will not be published. Required fields are marked *