Pratidin TV

Odisha's Digital News Platform

ଖୋଲିଲା ହୀରାକୁଦ୍ ଗେଟ୍ , ୭ ନଂ ସ୍ଲୁଇସ୍ ଗେଟ୍ ଦେଇ ୭ ନଂ ସ୍ଲୁଇସ୍ ଗେଟ୍ ଦେଇ…

ଆଜି ଖୋଲିଲା ହୀରାକୁଦ୍ ଡ୍ୟାମ୍ । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହେଲା ନିଷ୍କାସିତ । ୭ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ତେବେ ଆଜି ପର୍ଯ୍ୟାୟ କ୍ରମେ ୨୦ ଟି ଗେଟ୍ ଖୋଲାଯିବା ନେଇ ସୂଚନା ଦେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।

ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡ ଛତିଶଗଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଫଳରେ ଡ୍ୟାମକୁ ଜଳ ପ୍ରବେଶ ଯୋଗୁ ବଢ଼ିଛି ଜଳସ୍ତର। ଏହାକୁ ଦୃଷ୍ଟିରେ ରଖି ବନ୍ୟା ଜଳ ନିଷ୍କାସନ ନିଷ୍ପତ୍ତି ନିଆଯାଇଛି। ଗେଟ୍ ଖୋଲା ପୂର୍ବରୁ ‘ଗତ ୨ ଦିନ ହେଲା ପ୍ରଚାର ଗାଡି ଜରିଆରେ ବିଭିନ୍ନ ଅଞ୍ଚଳରେ ପ୍ରଚାର କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଡ୍ୟାମରୁ ବନ୍ୟା ଜଳ  ନିଷ୍କାସନ ସମୟରେ କେହି ମହାନଦୀ ମଧ୍ୟକୁ ଶୌଚକର୍ମ ପାଇଁ ନ ଯିବାକୁ ଓ ଗୃହ ପାଳିତ ପଶୁମାନଙ୍କୁ ନ ଛାଡିବାକୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି । 

Leave a Reply

Your email address will not be published. Required fields are marked *