Pratidin TV

Odisha's Digital News Platform

ହୀରାକୁଦ ଡ୍ୟାମରେ ବୃଦ୍ଧି ପାଉଛି ଜଳସ୍ତର, ପୁଣି ଖୋଲିଲା ଆଉ ୬ଟି ଗେଟ୍

1 min read

ସମ୍ବଲପୁର : ଆଜି ସକାଳ ସମୟରେ ଜଳସ୍ତର ବୃଦ୍ଧି ନେଇ ହୀରାକୁଦ ଡ୍ୟାମର ୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା । ତେବେ ଡ୍ୟାମକୁ ୩ଲକ୍ଷ ୭୭ ହଜାର ୩୧୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାରୁ ପୁନଶ୍ଚ ମଧ୍ୟାହ୍ନ ସମୟରେ ଆଉ ୬ ଟି ଗେଟ୍ ଖୋଲାଯାଇଛି ।ଗତକାଲି ହୀରାକୁଦ ଜଳଭଣ୍ଡାରରୁ ୨ ଟି ପର୍ଯ୍ୟୟକ୍ରମେ ୧୦ ଟି ଗେଟ୍ ଖୋଲାଯାଇଥିଲା ।ଏହାପରେ ଆଜି ସକାଳୁ ମଧ୍ୟ ଆଉ ୪ଟି ଗେଟ୍ ଖୋଲାଯାଇଛି ।ତେବେ ବର୍ତ୍ତମାନ ସୁର୍ଦ୍ଧା ପ୍ରାୟ ୨୦ ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେଉଛି ।

ଏପଟେ ଛତିଶଗଡ ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦକୁ ଅଧିକ ପାଣି ଆସୁଛି ।ଏହା ଫଳରେ ଜଳ ପତ୍ତନ ମଧ୍ୟ ବୃଦ୍ଧି ପାଉଛି ।ଡ୍ୟାମର ଜଳ ପତ୍ତନ ବୃଦ୍ଧି ପାଉଥିବାରୁ ଆଗକୁ ଆହୁରି ଅଧିକ ସଂଖ୍ୟକ ଗେଟ୍ ଖୋଲାଯିବାର ଆଶଙ୍କା ଅଛି ବୋଲି ସୂଚନା ଦେଇଛନ୍ତି ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ ।

Advertisement

Leave a Reply

Your email address will not be published. Required fields are marked *