Pratidin TV

Odisha's Digital News Platform

ଚଳିତବର୍ଷ ରାତି ୧୨ଟା ଯାଏଁ ମେଲୋଡିରେ ଝୁମିବ ସାରା ଭୁବନେଶ୍ୱର..

1 min read

ଭୁବନେଶ୍ୱର: ଆରମ୍ଭ ହେଲାଣି ପାର୍ବଣ ଋତୁ । ଏଥିପାଇଁ ଗାଁଠୁ ସହର ସବୁ ଚଳଚଞ୍ଚଳ । ଆଗକୁ ଦୁର୍ଗାପୂଜା ଥିବାରୁ ଲୋକଙ୍କ ଭିଡ ଏବଂ ସୁରକ୍ଷାକୁ ନେଇ ପୋଲିସ ଅଧିକାରୀଙ୍କ ବସିଥିଲା ବୈଠକ । ଯେଉଁଥିରେ କିଛି ନିଷ୍ପତ୍ତି ନିଆଯାଇଛି । ଦୁର୍ଗାପୂଜା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ତେବେ ଚଳିତ ବର୍ଷ ଭୁବନେଶ୍ୱରରେ ରାତି ୧୨ଟା ଯାଏଁ ଜାରି ରହିବ ମେଲୋଡ଼ି । ଦୁର୍ଗାପୂଜା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଭୁବନେଶ୍ୱରରେ ଚଳିତବର୍ଷ ପୂଜାରେ ରାତି ୧୨ଟା ଯାଏଁ ମେଲୋଡ଼ି ଜାରି ରହିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।ପୂର୍ବରୁ ଏହା ରାତି ୧୦ଟା ପଯ୍ୟନ୍ତ ରହିଥିବା ବେଳେ ଚଳିତ ବର୍ଷ ୧୨ଟାକୁ ବଢାଯାଇଛି । ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ମେଲୋଡି ।

ଦୁର୍ଗାପୂଜା, ରାବଣପୋଡ଼ି, ଭସାଣି ଉତ୍ସବ ପାଇଁ କମିଶନରେଟ୍ ପୋଲିସ ସହ ପୂଜା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବେଳେ ଏହି ନିଷ୍ପତ୍ତ ନେଇଛନ୍ତି । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ପୂଜା ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଏବଂ ସୁବ୍ୟବସ୍ଥିତ ଭାବେ ରୀତିନୀତି ସହ ପୂଜା କିଭଳି ହେବ ତାକୁ ନେଇ ଆଲୋଚନା କରାଯାଇଛି । ଚଳିତ ବର୍ଷ ଭୁବନଶ୍ୱରରେ ଦୁର୍ଗାପୂଜାରେ ୧୮୩ଟି ପୂଜା ମଣ୍ଡପ ରହିଛି, ଯାହା କଟକଠୁ ଅଧିକ । କଟକରେ ପୂଜା ମଣ୍ଡପ ସଂଖ୍ୟା ୧୬୮ ଥିବାବେଳେ ଭୁବନେଶ୍ୱରରେ କିନ୍ତୁ ୧୮୩ ରହିଛି । ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡ଼ି ଚାଲିବ । ପୂଜା ସାଙ୍ଗକୁ ସମସ୍ତ ପ୍ରକାର ମେଳା ମହୋତ୍ସବ, ମିନାବଜାର ଓ ନାଚଗୀତ ଆସର ଜମିବ ।

Advertisement

Leave a Reply

Your email address will not be published. Required fields are marked *