Pratidin TV

Odisha's Digital News Platform

କୁଖ୍ୟାତ ଅପରାଧୀ ପାଲଟିଲା ଶ୍ରବଣ କୁମାର , ନିଜ ଜଙ୍ଘର ଚମଡା କାଟି ମା ପାଇଁ ତିଆରି କଲା ଚପଲ ..

1 min read

ଦିନେ ଅପରାଧ ଦୁନିଆରେ ଥିଲେ ବେତାଜ ବାଦଶାହା । କୁଖ୍ୟାତ ଅପରାଧୀ ସାଜି କରୁଥିଲେ ଅପରାଧ । ହେଲେ ସେହି କୁଖ୍ୟାତ ଅପରାଧୀ ଆଜି ପାଲଟିଯାଇଛି ମାତୃଭକ୍ତ ଶବଣ କୁମାର । ନିଜ ଜୀବନକୁ ପଛରେ ପକାଇ ନିଜ ମାଆ ର ଖୁସି ସାଉଁଟି ଚାଲିଛି । ଦିନେ ଯିଏ ଗୋଟିଏ ପରେ ଗୋଟିଏ କ୍ରାଇମ୍ କରି ହଷ୍ଟ୍ରି ସିଟର ନାଁ ପାଇଥିଲା ଆଜି ତାର ମାତୃଭକ୍ତି କୁ ଦେଖି ସମସ୍ତଙ୍କ ମୁଣ୍ଡ ନଇଁଯାଉଛି । ଏ ହେଉଛି ମଧ୍ୟପ୍ରଦ୍ଦେଶ ଉଜୈନୀର ରୌନକ ରଜୁର , ଆଜି ପୁଣି ଥରେ ଚର୍ଚ୍ଚାରେ । ଏଥର କୌଣସି ଅପରାଧ ପାଇଁ ନୁହେଁ ବରଂ ତାଙ୍କର ମାତୃଭକ୍ତି ପାଇଁ ଆଜି ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି ।

ଲୁଟପାଟ ଗୁଳିମାଡ ତାଙ୍କ ନାମରେ ଅନେକ ଅପରାଧୀକ ମାମଲା ରହିଛି । ହେଲେ ଜେଲ୍ ରୁ ଫେରିବା ପରେ ତାଙ୍କ ଭିତରେ ହୋଇଛି ଏକ ଅଭୂତ ପୂର୍ବ ପରିବର୍ତ୍ତନ । ହିଂସା ଅପରାଧ ରାସ୍ତା ଛାଡି ଏବେ ଆପଣେଇଛନ୍ତି ଧର୍ମର ରାସ୍ତା । ତେବେ ଏବେ ସେ ଏମିତି କାମ କରିଛନ୍ତି ଯାହାକୁ ଦେଖି ସମସ୍ତଙ୍କ ଆଖି ଆପେ ଆପେ ଓଦା ହୋଇଯିବ । ରୌନକ ନିଜ ମାଆଙ୍କ ପାଇଁ ଜଙ୍ଘର ଚମଡା କାଟି ତିଆରି କରିଛନ୍ତି ଚପଲ । ଆଉ ସେହି ଚପଲକୁ ସମସ୍ତଙ୍କ ସାମ୍ନାରେ ମାଆଙ୍କୁ ପିନ୍ଧାଇ ଦେଇଛନ୍ତି । ସେ ଜେଲରୁ ବହାରିବା ପରେ ଆଧ୍ୟାତ୍ମିକ କଥାରେ ନିଜକୁ ବୁଡାଇ ରଖୁଛନ୍ତି । ତେବେ ଏକ ରାମ କଥା ସମାରୋହରେ ନିଜ ମାକୁ ସେହି ଚପଲ ପିନ୍ଧାଇ ଦେଉଥିବାର ଦେଖିବାକୁ ମିଳିଛି । ସେହି ସମୟର ଦୃଶ୍ୟ ସୋଶିଆଲ ମିଡିଆରେ ଭାଇରଲ ହେଉଛି । ଯେତେବେଳେ ରୌନକ ତାଙ୍କ ମାଆଙ୍କୁ ଏହି ଚପଲ ପିନ୍ଧାଇଲେ, ସେତେବେଳେ ସେ କାନ୍ଦିବାକୁ ଲାଗିଲେ । ତାଙ୍କ ମାଆ କହିଛନ୍ତି ଏପରି ପୁଅ ପାଇ ସେ ଭାଗ୍ୟବାନ, ସମସ୍ତେ ଏପରି ପୁଅ ପାଇବା ଉଚିତ୍ ।

Advertisement

ସୂଚନାନୁଯାୟୀ ଉଜୈନୀରେ ତାଙ୍କୁ ହିଷ୍ଟି ସୀଟର ଭାବେ ପରିଚିତ ଥିଲେ । ରୌନକ ବିରୋଧରେ ୩୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି । ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟିବା ଏବଂ ଗୁଳିମାଡ କରି ୨୯ ଜୁନ୍ ୨୦୧୯ରେ ଜେଲ୍ ଯାଇଥିଲେ । କିନ୍ତୁ ଜେଲରୁ ମୁକୁଳିବା ପରେ ସେ ନିଜକୁ ବଦଳାଇଦେଲେ । ଆଧ୍ୟାତ୍ମକ ମାର୍ଗ ଅନୁସରଣ କରିବାକୁ ସ୍ଥିର କଲେ । ଏହାପରେ ଧାର୍ମିକ କାର୍ଯ୍ୟ କରିବା ଆରମ୍ଭ କଲେ । ସେହି ଆଧ୍ୟାତ୍ମକ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ନିଜ ମାଙ୍କ ପାଇଁ କିଛି କରିବାକୁ ଚିନ୍ତା କଲେ । ଏହାପରେ ମେଡିକାଲ ଯାଇ ନିଜ ଜଙ୍ଘର ଚମଡା କାଢି ମାଙ୍କ ଚପଲ ତିଆରି କଲେ । ତେବେ ରୌନକ ଙ୍କ ଏହି କାଯ୪୍ୟକୁ ସମସ୍ତେ ବେଶ୍ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *