Pratidin TV

Odisha's Digital News Platform

ହିଟ୍ ଆଣ୍ଡ ରନ୍’ ମାମଲା : ୧୪ଦିନ ପାଇଁ ନ୍ୟାୟିକ ହେପାଜତରେ ରହିବେ  ଅଭିଯୁକ୍ତ ମିହିର ଶାହା..

1 min read

   ୧୪ଦିନ ନ୍ୟାୟିକ ହେପାଜତରେ ରହିବେ  ୱର୍ଲି ‘ହିଟ୍ ଆଣ୍ଡ ରନ୍’ ମାମଲାର ଅଭିଯୁକ୍ତ ମିହିର ଶାହା । ପୋଲିସ ତାଙ୍କୁ ଗିରଫ କରି ଜୁଲାଇ ୧୬ପର୍ଯ୍ୟନ୍ତ ତାଙ୍କୁ ପୁଲିସ କଷ୍ଟଡିକୁ ପଠାଯାଇଥିଲା। ଆଜି କଷ୍ଟଡି ଅବଧି ଶେଷ ହେଉଥିବା ବେଳେ ତାଙ୍କୁ ପୁଲିସ ସେୱାରୀ କୋର୍ଟରେ ହାଜର କରାଇ କଷ୍ଟଡି ଅବଧି ବଢ଼ାଇବାକୁ ଆବେଦନ କରିଥିଲା।ପୁଲିସର ଆବେଦନ ପରେ କୋର୍ଟ ଏବେ ମିହିରଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିବା ଜଣାପଡ଼ିଛି। ତଦନ୍ତରେ ସାହାଯ୍ୟ କରୁନଥିବାର ଅଭିଯୋଗ କରି ପୁଲିସ ଅବଧି ବଢ଼ାଇବାକୁ ଅନୁରୋଧ କରିଥିଲା। ଏହା ପରେ କୋର୍ଟ ଉଭୟ ପକ୍ଷ ଶୁଣିବା ପରେ ମିହିରଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିବା ଜଣାପଡ଼ିଛି।

ପ୍ରକାଶ ଥାଉକି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ନେତା ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିର ଶାହ । ସେ ଗତ ଜୁଲାଇ 6ରେ ମୁମ୍ବାଇ ଜୁହୁର ଭାଇସ୍-ଗ୍ୱୋବାଲ୍ ତାପସ ବାରରେ ମଦ ପିଇବା ପରେ ବିଏମଡବ୍ୟୁ କାର୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ସେ ଏକ ସ୍କୁଟିକୁ ଧକ୍କା ଦେଇଥିଲେ।

Advertisement

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ଜଣେ ୪୫ ବର୍ଷୀୟ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟି ଥିବାବେଳେ ତାଙ୍କ ସ୍ୱାମୀ ଗୁରୁତର ହୋଇଥିଲେ ।ଦୁର୍ଘଟଣା ପରେ ମିହିର ଫେରାର୍ ହୋଇ ଯାଇଥିଲେ। ତଦନ୍ତ ସମୟରେ ସହଯୋଗ ନ କରିବାରୁ ତାଙ୍କ ବାପାଙ୍କୁ ମଧ୍ୟ  ଗିରଫ କରିଥିଲା ପୁଲିସ। ପରେ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା । ଘଟଣାର ତିନି ଦିନ ପରେ ମିହିରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ ।

Leave a Reply

Your email address will not be published. Required fields are marked *