Pratidin TV

Odisha's Digital News Platform

ପୁଣି ରାଜଧାନୀରୁ ହୃଦୟଥରା ଦୃଶ୍ୟ : ହର୍ଣ୍ଣ ବଜାଇ ପିଟିଲେ , ଅଧ କିଲୋମିଟର ଯାଏ ଘୋଷାଡି ନେଲେ ..

ନୂଆଦିଲ୍ଲୀ : ନିକଟରେ ଦିଲ୍ଲୀ କାଞ୍ଝାୱାଲା ଘଟଣାର ଲୋମଟାଙ୍କୁରା ଦୃଶ୍ୟ ଲୋକମାନଙ୍କ ମନରୁ ନଲିଭୁଣୁ ପୁଣି ଏହାର ପୁନରାବୁତ୍ତି ଘଟିଛି । ଦିଲ୍‌ଲୀ ରାଜୌରୀ ଗାର୍ଡନରୁ ଆସିଛି ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ଭଳି ସମାନ ଘଟଣା । ଦିଲ୍ଲୀରେ ଜଣେ ଯୁବକଙ୍କୁ କାର ଧକ୍କା ଦେଇ ପାଖାପାଖି ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଯାହାର ଭିଡ଼ିଓ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ ।

ସୂଚନାଯୋଗ୍ୟ ଯେ ଦିଲ୍ଲୀର ରାଜୌରୀ ଗାର୍ଡେନ ଅଞ୍ଚଳରେ ହର୍ଣ୍ଣ ବଜାଇବାକୁ ନେଇ ଦୁଇ ବ୍ୟାକ୍ତିଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଲସ୍ୱରୂପ କାର ଚାଳକ ଜଣକ ରାଗରେ ଆସି ଯୁବକଜଙ୍କୁ ପ୍ରଥମେ ଧକ୍କା ଦେଇଥିଲେ । ଏହାପରେ କାର୍ ଆଗରେ ସେ ପଡି ଲାଖିଯିବାରୁ ତାଙ୍କୁ ଅଧକିଲୋମିଟର ଯାଏ ଟାଣି ନେଇଥିଲେ । ତେବେ ସପୃକ୍ତ ଘଟଣାଟି ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ କଏଦ୍ ହୋଇଯାଇଥିଲା । ଯାହାଦ୍ୱାରା ପୋଲିସ ବର୍ତ୍ତମାନ ସିସିଟିଭି ପୁଟେଜ୍ ଯାଞ୍ଚ କରି ଗାଡି ନଂ ସହ ୨ ଯୁବକଙ୍କ ବିଷୟରେ ପତା ଲାଗାଉଛି

Leave a Reply

Your email address will not be published. Required fields are marked *