Pratidin TV

Odisha's Digital News Platform

ଖେଳାଳିଙ୍କ ଉପରେ ଖସିଲା ଦୁଃଖର ପାହାଡ , ହିଟ୍ ଏଣ୍ଡ ରନ୍ ମାମଲାରେ ଚାଲିଗଲେ ସୁରେଶ ରାଇନାଙ୍କ ଦୁଇ ଭାଇ..

1 min read

ଗୋଟିଏ ପଟେ ଚାଲିଛି ଆଇପିଏଲ ୨୦୨୪ ର ଟୁର୍ଣ୍ଣାମେଣ୍ଟଞ୍ଚ । ଆଉ ଗୋଟେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ ମ୍ୟାଚ । ଯାହାକୁ ଦେଖି କ୍ରିକେଟ ପ୍ରେମୀ ମାନେ ବେଶ୍ ଉତ୍ସାହତି ଅଛନ୍ତି ଲାଗୁଛି ଯେମିତି ତାଙ୍କ ପାଦ ତଳେ ଲାଗୁନି । ହେଲେ ଏହି ଖୁସି ଭିତରେ ଭାରତୀୟ ପୂର୍ବତନ ଖେଳାଳି ସୁରେଶ ରାଇନାଙ୍କ ଉପରେ ଭାଙ୍ଗି ପଡିଛି ଦୁଃଖର ପାହଡ । ଏକ ସଡ଼କ ଦୁର୍ଘଟଣାରେ ପୂର୍ବତନ ଭାରତୀୟ ଦଳ କ୍ରିକେଟ୍ ଖେଳାଳି ସୁରେଶ ରାଇନାଙ୍କ ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, କାଙ୍ଗଡ଼ାର ଗାଗେ ବିମାନବନ୍ଦର ନିକଟଗାଗଲ ଥାନା ଅଧୀନରେ ଏହି ହିଟ୍ ଆଣ୍ଡ ରନ୍ ମାମଲା ସାମ୍ନାକୁ ଆସିଛି । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଫେରାର ଟ୍ୟାକ୍ସି ଡ୍ରାଇଭରଙ୍କୁ ପିଛା କରି ମଣ୍ଡିରୁ ଗିରଫ କରିଛି । ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, କାଙ୍ଗଡ଼ାର ଗାଗଲସ୍ଥିତ ହିମାଚଳ ଟିମ୍ବର ନିକଟରେ ଦ୍ରୁତ ଗତିରେ ଗାଡି ଚଳାଉଥିବା ବେଳେ ଜଣେ ଅଜଣା ଡ୍ରାଇଭର ଏକ ଟ୍ୟାକ୍ସିକୁ ଧକ୍କା ଦେବା ପରେ ଅଭିଯୁକ୍ତ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ଗଗଲର ସୌରଭ କୁମାର ଓ ଶୁଭମ୍ ବାସିନ୍ଦା କୁଠମନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

Advertisement


ମୃତକ ଜଣକ ହେଲେ ଗଗଲର ମଙ୍ଗ ରାମଙ୍କ ପୁଅ ସୌରଭ(୨୭) । ଅନ୍ୟ ଜଣେ ଯୁବକ ଜଣକ ବନ୍ଦି ଗ୍ରାମର ଶୁଭମ୍ ପୁଅ ରୁମେଲ ସିଂହ (୧୯) ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସିସିଟିଭି କ୍ୟାମେରା ଫୁଟେଜ୍ ଆଧାରରେ ଗଗଲ ପୁଲିସ ଅଭିଯୁକ୍ତ ଶେର ସିଂହଙ୍କୁ ଗିରଫ କରିଛି । ଏସପି କଙ୍ଗରା ଶାଲିନି ଅଗ୍ନିହୋତ୍ରୀ ସ୍ପଷ୍ଟ କରିଛନ୍ତି ଯେ ରାତିରେ ଗଗଲ ପୋଲିସ ଷ୍ଟେସନ ଅଧୀନରେ ହିଟ୍ ଓ ରନ୍ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ନାମ ଗଗ୍ଗଲର ବାସିନ୍ଦା ସୌରଭ ଏବଂ ବାନୋଇ ନିବାସୀ ଶୁଭମ୍ ବୋଲି ଜଣାପଡିଛି । ଗାଡି ଚାଳକ ଏହି ଯୁବକମାନଙ୍କୁ ଧକ୍କା ଦେବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *