Pratidin TV

Odisha's Digital News Platform

ଭୁବନେଶ୍ୱରରେ ଛାତିଥରା ଦୃଶ୍ୟ: ରାସ୍ତା କଡରେ ଶୋଇଥିଲେ ମାଡିଗଲା କାର୍‌

1 min read

ଭୁବନେଶ୍ୱର : ରାଜଧାନୀରେ ସାମ୍ନାକୁ ଆସିଲା ହିଟ ଆଣ୍ଡ ରନ ମାମଲା । ଭୂବନେଶ୍ୱର ଉପକଣ୍ଠ ରାଜମହଲ ଛକ ଫୁଟପାଥ ଉପରେ ଚଢିଗଲା କାର । ଆଉ ଶୋଇଥିବା ଶ୍ରମିକ ଉପରକୁ ମାଡିଗଲା । ଗତକାଲି ରାତିରେ ଦ୍ରତୁ ଗତିରେ ଆସି ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କୁ ଉପରେ ଚଢିଗଲା ଫଳରେ ତାଭ୍‌କର ମୃତ୍ୟୁ ହୋଇଛି । ତେବେ ମୃତକଙ୍କପରିଚୟ ମିଳିନଥିବା ବେଳେ ଘନ ଅନ୍ଧାର ରାତିରେ ଏକ ନାଲି ରଙ୍ଗର କାର ଆସି ଏଭଳି ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ପୋଲିଓ ଉକ୍ତ ବ୍ୟକ୍ତିଙ୍କପରିଚୟ ଖୋଜୁଥିବା ବେଳେ ମୃତକଙ୍କଫଟୋକୁ ସାର୍ବଜନୀନ କରିଛି । ଏଥିସହ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ତେବେ ମିଳିଥିବା ସୂଚନା ମୁତାବକ ନାଲି କାର ଟି ହଠାତ ମାଡି ଆସିଥିଲା ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ସେଠାରୁ ଭୟରେ ଉଠି ଦୌଡି ଥିଲେ । ଫଳରେ ସେମାନଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି ।

Advertisement

Leave a Reply

Your email address will not be published. Required fields are marked *