Pratidin TV

Odisha's Digital News Platform

ଡିଲର ବାବୁଙ୍କ ମନମାନି ; ମିଳୁନି ପ୍ରକୃତ ରାସନ ହିତାଧିକାରୀଙ୍କୁ ଚାଉଳ ..

1 min read

ମାହାଙ୍ଗା : ମାସ ପରେ ମାସ ଗଡି ଯାଉଛି କିନ୍ତୁ ମିଳୁନି ରାସନ କାର୍ଡ ଧାରିଙ୍କୁ ଚାଉଳ । ଭୁଆଁ ବୁଲାଇ ଲୁଟା ଯାଉଛି ରାସନ ଚାଉଳ । ରାସନ କାର୍ଡରେ ନା ଥାଇକି ବି ମିଳୁନାହିଁ ଚାଉଳ । ଯାହାକୁ ନେଇ ପଞ୍ଚାୟତ ସାମ୍ନାରେ ଧାରଣା ଦେଇଛନ୍ତି ସାଧାରଣ ଲୋକେ । ଆଜ୍ଞା ହଁ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋତରା ପଞ୍ଚାୟତରେ ।

ଯେଉଁଠି ଡ଼ିଲରଙ୍କ ଚାଲିଛି ମନମାନି । ତେବେ ଯେତେବେଳେ ରାଜ୍ୟ ସରକାର ଗରିବ ମାନଙ୍କ ପାଇଁ ଅନେକ ଯୋଜନା ବାହାରି କରୁଛନ୍ତି କିନ୍ତୁ ସେତେବେଳେ ସେହି ସବୁ ଯୋଜନାକୁ ହଡପ କରୁଛନ୍ତି କିଛି କୁଜିନେତା ଆଉ ସରକାରୀ କର୍ମଚାରୀ ।
ଲୋକଙ୍କ ପ୍ରତିକ୍ରିୟା ଅନୁସାରେ ତିନି ମାସ ହେଲା ଚାଉଳ ମିଳିନାହିଁ । ଆଉ ଏପଟେ ଡିଲର ମହାଶୟ କୁଆଡେ ଖରାପ ବ୍ୟବହାର କରିବାର କଥା ମଧ୍ୟ ସାମ୍ନାକୁ ଆସିଛି । ଆହୁରି ମଧ୍ୟ ଅଭିଯୋଗ ରହିଛି କି ଚାଉଳ ଦେଲା ବେଳେ ରସିଦ ବି ଦିଆଯାଉ ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି,,,
କାହିଁକି ଡିଲର ମହାଶୟ ଲୋକଙ୍କୁ ଭୁତୀୟା ବୁଲାଉଛି?
କାହିଁକି ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ଦିଆଯାଉ ନାହିଁ?
କେବେ ରାସନ କାର୍ଡ ରେ ନାମ ଥିବା ହିତାଧିକାରୀଙ୍କୁ ମିଳିବ ଚାଉଳ?

Advertisement

Leave a Reply

Your email address will not be published. Required fields are marked *