Pratidin TV

Odisha's Digital News Platform

ହାଇଟେକ୍ ହସ୍ପିଟାଲ ଟ୍ରାଜେଡି ; ଜ୍ୟୋତିଙ୍କ ସ୍ତ୍ରୀ ମାଗୁଛନ୍ତି ନ୍ୟାୟ , କାନ୍ଦି କାନ୍ଦି କହୁଛନ୍ତି ମୋ ସ୍ୱାମୀଙ୍କୁ ଫେରାଓ …

1 min read

ଭୁବନେଶ୍ୱର ; ହାଇଟେକ୍ ହସ୍ପିଟାଲ ବିସ୍ପୋରଣ ଟ୍ରାଜେଡି । ଭେଣ୍ଟିଲେଟରରୁ ବାହାରି ଚିକିତ୍ସିତ ଜ୍ୟୋତିରଞ୍ଜନ କହିଲେ ମୁଁ ଜ୍ୟୋତି ନୁହେଁ ଦିଲ୍ଲୀପ୍ । ଯାହାକୁ ନେଇ ବର୍ତ୍ତମାନ ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । କାରଣ ହସ୍ପିଟାଲ କତ୍ତୃପକ୍ଷ ଯାହାଙ୍କୁ ଜ୍ୟୋତିରଞ୍ଜନ ଚିହ୍ନଟ କରି ଚିକିତ୍ସା ଚଳାଇଥିଲେ ପ୍ରକୃତରେ ସେ ଦିଲ୍ଲୀପ ସାମନ୍ତରାୟ ବୋଲି ପ୍ରାମାଣିତ ହୋଇଛି । ଅନ୍ୟପଟେ ଜ୍ୟୋତିଙ୍କ ପରିବାର କାନ୍ଦି କାନ୍ଦି ହସ୍ପିଟାଲ ଆଗରେ ମୃଛା ଯାଉଛି । କାରଣ ପୁଅ ସୁସ୍ଥ ହୋଇଯାଇଥିବା ଜାଣି ଜ୍ୟୋତିଙ୍କୁ ଘରକୁ ଫେରାଇ ନେବାକୁ ସବୁ ବ୍ୟବସ୍ଥା ସରିଥିବା ବେଳେ , ସେ ପୁଅ ଜ୍ୟୋତି ନୁହଁନ୍ତି ବରଂ ୩୦ ତାରିଖରେ ମୃତ ଘୋଷିତ କରାଯାଇଥିବା ଦିଲ୍ଲୀପ ଖବର ସଭିଙ୍କୁ ଝଟ୍‌କା ଦେଇଥିଲା । ଏହି ଖବରଟି ଜ୍ୟୋତିଙ୍କ ପରିବାର ପାଦତଳୁ ମାଟି ଖସାଇଦେଇଥିଲା । ୨ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ ଜ୍ୟୋତି ।

ଜ୍ୟୋତିରଞ୍ଜନ ଓ ତାଙ୍କ ପତ୍ନୀ

Advertisement

୩୦ ତାରିଖରୁ ସ୍ୱାମୀ ଚାଲିଯାଇଥିଲେ ମଧ୍ୟ ମେଡିକାଲ କତ୍ତୃପକ୍ଷଙ୍କ ଭୁଲ ସୂଚନା ପାଇଁ ସ୍ତ୍ରୀ ପିନ୍ଧିଥିଲେ ସିନ୍ଦୁର ଆଉ ଅପେକ୍ଷା କରିବସିଥିଲେ ଯେ ସ୍ୱାମୀ ଜ୍ୟୋତି ଭଲ ହୋଇ ଘରକୁ ଫେରିବେ । କିନ୍ତୁ ଆଜି ସବୁ କିଛି ଓଲଟପାଲଟ ହୋଇ ଯାଇଛି । ଦିଲ୍ଲିପ ଚେତାକୁ ଆସିବା ପରେ ସେ ଜ୍ୟୋତି ନୁହଁନ୍ତି ବୋଲି ପ୍ରମାଣ ହୋଇଛି । ଆଉ ଦିଲ୍ଲୀପଙ୍କ ପରିବାରକୁ ଦିଆଯାଇଥିବା ଶବ ଜ୍ୟୋତିଙ୍କର ବୋଲି ସ୍ପଷ୍ଟ ଜଣାପଡୁଛି । ଏଫେଟ ଦିଲ୍ଲୀଙ୍କ ପରିବାର ଜ୍ୟୋତିଙ୍କ ମୃତଦେହକୁ ଦିଲ୍ଲୀପ ଭାବି ଶେଷ ସଂସ୍କାର କରିସାରିଛନ୍ତି । ତେଣୁ ଜ୍ୟୋତିଙ୍କ ମର ଶରୀର ଆଉ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ସମ୍ଭବ ନୁହେଁ । ହେଲେ ପରିବାର କିନ୍ତୁ ମୃତଦେହ ପାଇଁ ଅଡି ବସିଛି । ହସ୍ପିଟାଲ ଆଗରେ କାନ୍ଦି କାନ୍ଦି ଗଡିଯାଉଛି ସ୍ତ୍ରୀ କହୁଛି ମୋ ଜ୍ୟୋତିଙ୍କୁ ଫେର।ଇ ଦିଅ କିଏ ?

ଦିଲ୍ଲୀପ ଓ ତାଙ୍କ ପତ୍ନୀ

ଅନ୍ୟପଟେ ଦିଲ୍ଲୀପ ଭେଣ୍ଟିଲେଟରୁ ଆସିବା ପରେ ନିଜ ସ୍ତ୍ରୀ ସ୍ୱପ୍ନା ତାଙ୍କ ମିଛ ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଁ ଦୁଃଖରେ ଭାଙ୍ଗିପଡିଛନ୍ତି । ୨୮ ତାରିଖ ସଂନ୍ଧ୍ୟାରେ ହସ୍ପଟିଲାରେ ହୋଇଥିଲା ବିସ୍ପୋରଣ । ଯେଉଁଥିରେ ୪ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଥିଲେ । ସେହିଭଳି ୩୦ ତାରିଖରେ ମୃତ ଘୋଷିତ ହୋଇଥିବା ଦିଲ୍ଲୀପ ସାମନ୍ତରାୟ ଜୀବିତ କି ମୃତ ତାକୁ ନେଇ ଆଜି ନ୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ୩୦ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ଦିଲ୍ଲୀପଙ୍କ ପରିବାର ଲୋକ ମୃତଦେହ ନେଇ ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ । ଆଉ ଏସବୁ ଭିତରେ ଦିଲ୍ଲୀପଙ୍କ ସ୍ତ୍ରୀ ସୋନା ସାମନ୍ତରାୟ ଏହିସବୁ ସଦ୍ମା ସହିନପାରି ଆତ୍ମହତ୍ୟା କରିଥିଲେ । କିନ୍ତୁ ବର୍ତ୍ତମାନ ଭେଂଟିଲେଟରେ ଚିକିତ୍ସିତ ହେଉଥିବା ୨ ଜଣ ସୀମାଞ୍ଚଳ ବିଶ୍ୱାଳ ଓ ଜ୍ୟୋତିରଞ୍ଜନ ମଲ୍ଲିକଙ୍କୁ ଗତକାଲି ଭେଣ୍ଟିଲେଟରରୁ ବାହାର କରାଯାଇଥିଲା । ହେଲେ ଜ୍ୟୋତିରଞ୍ଜନ ନାଁରେ ଯିଏ ଚିକିତ୍ସିତ ହେଉଥିଲେ ସେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହିଛନ୍ତି । ଏବଂ ତାହା ସତ୍ୟ ବୋଲି ପ୍ରାମାଣିତ ହୋଇଛି ।

Leave a Reply

Your email address will not be published. Required fields are marked *