Pratidin TV

Odisha's Digital News Platform

(video)ହାଇଟେକ୍ ଛାତରେ ମୃତ୍ୟୁର କରାଳ ରୂପ , ହୁ ହୁ ହୋଇ ଜଳୁଥିଲେ ଜ୍ୟୋତିରଞ୍ଜନ , ଦିଲ୍ଲୀପ ଓ ଶ୍ରୀତମ ….

1 min read

ଭୁବନେଶ୍ୱର ; ହାଇଟେକ୍ ହସ୍ପିଟାଲ ଟ୍ରାଜେଡିରୁ ସାମ୍ନାକୁ ଆସିଛି ଏକ କରାଳ ବିକଟାଳ ମୃତ୍ୟୁର ଦୃଶ୍ୟ । ଯାହା ଦେଖାଇବା ଆମ ପକ୍ଷରେ ଅତ୍ୟନ୍ତ କଷ୍ଟକର । କାରଣ ମୃତ୍ୟୁକୁ ଏତେ ପାଖରୁ ଦେଖି ଆଉ ତାକୁ ଅନୁଭବ କରି ଛଟପଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ବର୍ତମାନ ଜଣେ ଜୀବିତ ।

ଶୁକ୍ରବାର ୨୮ ଡିସେମ୍ବର ୨୦୨୩ ଥିଲା କାଳ ଦିନ ଯାହା ବୋଧହୁଏ ଆଗକୁ ଓଡିଶା ଇତିହାସରେ ଲିପିବଦ୍ଧ ହୋଇରହିଯିବ । ବାହନଗା ଦୁର୍ଘଟଣାଠୁ ବଳିଯାଇଛି ହାଇଟେକ୍ ଟ୍ରାଜେଡିର ସେଇ କରାଳ ରାତିର ଛାତିଥରା ଦୃଶ୍ୟ । ଭାଇ ଆମକୁ ବଞ୍ଚାଓ ଭାଇ ,ଆମ ଦେହ ଜଳିଯାଉଛି ଆମକୁ କିଛି ଦେଖାଯାଉନି ଭାଇ କିଏ ଆମକୁ ବଞ୍ଚାଇଦିଅ । ଏମିତି ସେଦିନ ରାତିରେ କମ୍ପିଯାଇଥିଲା ହାଇଟେକ୍ ହସ୍ପିଟାଲ ଛାତ । ହସ୍ପିଟାଲର ଏସି ମରାମତି ସହ ଏସିର ଗ୍ୟାସ୍ ଭରିବା ପାଇଁ ଯାଇଥିବା ଶ୍ରୀମାଞ୍ଚଳ, ଶ୍ରୀତମ ,ଜ୍ୟୋତିରଞ୍ଜନ ଆଉ ଦିଲ୍ଲୀପ ଙ୍କ ଭାଗ୍ୟ ସେଦିନ ନେଇଥିଲା ବିକଟାଳ ମୋଡ ।

Advertisement

ମରାମତି ସମୟରେ ଫାଟିଯାଇଥିଲା ଏସି ଗ୍ୟାସ ଯାହା ଫଳରେ ୪ ଜଣଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଆଉ ବ୍ଲାଷ୍ଟଟି ଏମିତିଥିଲା ଯେ ସେମାନଙ୍କୁ ଛାତରୁ ଅନେକ ଦୂରରୁ ଆଣି ଫିଙ୍ଗିଦେଇଥିଲା । ସମସ୍ତଙ୍କ ଶରୀର ହୁତୁ ହୁତ ହୋଇ ଜଳି ଯାଉଥିଲା । ପ୍ରାୟ ୮୦ ଭାଗ ଜଳିଯାଇଥିଲେ ୪ ଶ୍ରୀତମ,ଜ୍ୟୋତିରଞ୍ଜନ ଆଉ ଦିଲ୍ଲୀପ । ସେମାନଙ୍କ ଶରୀରର ଅବସ୍ଥା ଏମିତି ଥିଲା ଯେ ତାଙ୍କୁ ଚିହ୍ନିବାବି କଷ୍ଟକର ହୋଇପଡିଥିଲା । ସେଇ ପୋଡା ଶରୀରର ସହ ବିକଟାଲ ଚିତ୍କାର ଛାଡୁଥିଲେ ୪ ଜଣ ଭାଇ କିଏ ବଞ୍ଚାଓ ବଞ୍ଚାଓ ଆମକୁ ।

Leave a Reply

Your email address will not be published. Required fields are marked *