ଗିରଫ୍ ହେଲା ଭୁବନେଶ୍ୱରର ସ୍ମାର୍ଟ ହାଇଟେକ୍ ଲୁଟେରା , ଦିନରେ ନଜର ରଖି ରାତିରେ କରୁଥିଲା ଲୁଟ୍
1 min readଭୁବନେଶ୍ୱର : ଦୀର୍ଘଦିନ ଧରି ସମସ୍ତଙ୍କୁ ଚକମା ଦେଇ କରୁଥିଲା ଲୁଟ୍ । ଦିନରେ ଜୋମାଟୋ ଡେଲିଭରି ଆଉ ରାତିରେ ଚୋରୀ । ଫୁଡ୍ ଡେଲିଭରି ବେଳେ ରାଜାଧାନୀର ଗଳି କନ୍ଦିରେ ରଖୁଥିଲା ନଜର । ଏହାପରେ ରାତିରେ ଆସି କରୁଥିଲା ଆର୍ଟାକ୍ । ବର୍ତ୍ତମାନ କମିଶନରେଟ୍ ପୋଲିସ ପନ୍ଝାରେ ପଡିଛି ଏହି କୁଖ୍ୟାତ୍ ଚୋର । ସେ ଲୋକଙ୍କ ଘରୁ କେବଳ ସୁନା ଗହଣା ଚୋରି କରୁ ନଥିଲା। ବରଂ ଘରେ କଳା କନା ବୁଲାଇବା ପରେ ମହିଳାଙ୍କ ଅନ୍ତଃବସ୍ତ୍ରକୁ ଚମ୍ପଟ ମାରୁଥିଲା। ଗିରଫ ଯୁବକ ଜଣକ ହେଲା ସଞ୍ଜୟ ନିଶଙ୍କ। ତେବେ ସଞ୍ଜୟ ଜଣେ ବିବିଏ ପଢୁଆ ଛାତ୍ର । ତା’ ଘର ଖୋର୍ଦ୍ଧାର ଅଟ୍ରୀ ଅଞ୍ଚଳରେ। ସେ ପୂର୍ବରୁ ନିଜ ଗାର୍ଲଫ୍ରେଣ୍ଡକୁ ଖୁସି କରିବା ପାଇଁ ଘରୁ ସୁନା ଗହଣା ଲୁଟ କରୁଥିଲା।କିନ୍ତୁ ଏବେ ସେ ନିଜର ବାହାଘର ପାଇଁ ଲୋକଙ୍କ ଘରୁ ସୁନା ଗହଣା ଲୁଟ କରୁଥିଲା।
ତାଙ୍କ ନିକଟରୁ ବର୍ତ୍ତମାନ ୪୨୩ ଗ୍ରାମର ସୁନା ,୬୫୦ଗ୍ରାମର ରୂପା,୨ଟି ଲ୍ୟାପ୍ଟପ୍ , ମୋବାଇଲ ଫୋନ ଏବଂ ଚୋରୀରେ ବ୍ୟବହୃତ ହେଉଥିବା କିଛି ସାମଗ୍ରୀକୁ ଜବତ୍ କରିଛି ପୋଲିସ । ଏହାସହ ୨୫୦ଟି ଦାମୀ ଜିନ୍ସ ଓ ଅନ୍ତଃବସ୍ତ୍ର ବି ପୁଲିସ୍କୁ ମିଳିଛି।
ବିବିଏ କରିଥିବା ସଞ୍ଜୟ ନିଶଙ୍କ ୨୦୧୮ରେ ଚନ୍ଦ୍ରଶେଖରପୁର ପୁଲିସ୍ ଦ୍ୱାରା ପ୍ରଥମେ ଗିରଫ ହୋଇଥିଲା। ଏବେ ସେ ବାହା ହୋଇଥାଆନ୍ତା। ଏଥିପାଇଁ ସେ ନିଜ ଭାବୀ ପତ୍ନୀଙ୍କ ପାଇଁ ସୁନା ଗହଣା ଚୋରି କରୁଥିବା ପୁଲିସ କହିଛି। ସେହିପରି ଆଉ କିଛି ଚୋରି ଗହଣା ବିକି ସଞ୍ଜୟ ବାପାମା’ଙ୍କ ଚିକିତ୍ସା ବି କରିଛି।
ଦିନ ବେଳେ ସେ ବିଭିନ୍ନ ସ୍ଥାନରେ ବୁଲି ତାଲା ପଡ଼ୁଥିବା ଘରକୁ ଚିହ୍ନଟ କରୁଥିଲା। ଏହାପରେ ସେ ଉକ୍ତ ଘରେ ତାଲା ଭାଙ୍ଗି ପଶିବା ସହ ସୁନା ଗହଣା ଓ ଟଙ୍କା ଲୁଟ କରୁଥିଲା। ଶେଷ ୨/୩ ମାସ ମଧ୍ୟରେ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ସମାନ ଷ୍ଟାଇଲରେ ଚୋରି ହୋଇଥିଲା। ଏନେଇ ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଥାନାରେ ୫ଟି ମାମଲା ରୁଜୁ ହୋଇଥିଲା।
ତେବେ ଏତେ ପାଠସାଠ ପଢି ମଧ୍ୟ ସଞ୍ଜୟ କାହିଁକି ଏପରି ଅପରାଦ ଘଟାଉଥିଲା । ନାଁ ଏହା ପଛରେ ରହିଛି ତା ମାନସିକ ଅସମାନତା ! କଣ ସଞ୍ଜୟ ଜଣେ ମାନସିକ ରୋଗୀକି ? କଣ ଲାଗୁଛି ଆପଣମାନଙ୍କୁ ।