Pratidin TV

Odisha's Digital News Platform

ଅଲିମ୍ପିକ୍ସରେ ଭାଗନେବାକୁ ନିଜ ଆଙ୍ଗୁଠି କାଟିଲେ ହକି ଖେଳାଳୀ ..

1 min read

ଖେଳ ପ୍ରତି ଏତେ ଆଗ୍ରହ ଯେ ଖେଳିବା ପାଇଁ ଆଙ୍ଗୁଠି କାଟିଦେଲେ ଖେଳାଳି ।  ଏକଥା ହୁଏତ ଅଜବ ଲାଗୁଥିବ ହେଲେ ସତ  । ଯାହା ଏବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି  । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ପୂର୍ବରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆର ଜଣେ ପୁରୁଷ ହକି ଦଳର ସଦସ୍ୟ ମ୍ୟାଟ୍ଟ ଡାୱସନ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବାକୁ ନିଜ ହାତର ଆଙ୍ଗୁଳି କାଟି ଦେଇଛନ୍ତି। ଅଷ୍ଟ୍ରେଲୀୟ ଖେଳାଳି ମ୍ୟାଟ୍ଟ ଡାୱସନ ତୃତୀୟ ଥର ପାଇଁ ଖେଳର ଏହି ମହାକୁମ୍ବରେ ଭାଗ ନେବାକୁ ଯାଉଛନ୍ତି।

ହକିକିନ୍ତୁ ଦୁର୍ଭାଗ୍ୟବଶତଃ ଅଲିମ୍ପିକ୍ସ ପୂର୍ବରୁ ତାଙ୍କର ଡାହାଣ ହାତର ଅନାମିକା ଆଙ୍ଗୁଠି ଭାଙ୍ଗି ଯାଇଥିଲା। ଯାହାଫଳରେ  ଅଲମ୍ପିକ୍ସ ଭଙ୍ଗା ଆଙ୍ଗୁଳିରେ ତାଙ୍କୁ ଖେଳିବାକୁ ଚୟନ କରାଯାଇ ନଥାଆନ୍ତା  ଭଙ୍ଗା ଆଙ୍ଗୁଳିର ଚିକିତ୍ସା ପାଇଁ ଯେଉଁ ହସ୍ପିଟାଲକୁ ଯାଇଥିଲେ ସେଠାରେ  ଡାକ୍ତର କହିଥିଲେ ଭଲ ହେବାପାଇଁ ଅତିକମରେ ଦୁଇସପ୍ତାହ ଲାଗିବ। ତେଣୁ ସେ  ଉକ୍ତ ଆଙ୍ଗୁଳିକୁ କାଟି ପ୍ଲାଷ୍ଟିକ ସର୍ଜରି କରିବାକୁ ନିଷ୍ପତ୍ତି ନେଇଥିଲେ । ସେ କହିଛନ୍ତି ଏହି ନିଷ୍ପତ୍ତି ତାଙ୍କ ପାଇଁ ସହଜ ନଥିଲା କିନ୍ତୁ ଖେଳ ପାଇଁ ନେବାକୁ ବାଧ୍ୟ ହେଲେ । ଚିକିତ୍ସା ପରେ  ସେ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ଅଛନ୍ତି ଓ ଅଲିମ୍ପିକ୍ସରେ ଖେଳିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛନ୍ତି । ହକି ଖେଳାଳି ମ୍ୟାଟ୍ଟ ଡାୱସନଙ୍କ ଏହି ନିଷ୍ପତ୍ତିକୁ ଦଳର ମୁଖ୍ୟ ପ୍ରଶିକ୍ଷକ କଲିନ୍‌ ବ୍ୟାଚ୍‌ଙ୍କ ସମେତ ଅନେକ ଖେଳାଳି ପ୍ରଶଂସା କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *