Pratidin TV

Odisha's Digital News Platform

ଆଜି କଳିଙ୍ଗରେ ଭାରତ-ୱେଲ୍ସ କଡା ଟକ୍କର ; ପୁଲ୍‌’ର ଶୀର୍ଷ ସ୍ଥାନ ଲକ୍ଷ୍ୟରେ ଭାରତ ..

1 min read

ଭୁବନେଶ୍ୱର : ଆଜି କଳିଙ୍ଗ ଷ୍ଟାଡିୟମ୍‌ରେ ହେବ ଭାରତ- ୱେଲ୍ସ ର ଦମ୍‌ଦାର ଟକ୍କର । ସିଦାସଳଖ କ୍ୱାଟର ଫାଇନାଲ ଲକ୍ଷ୍ୟରେ ପରସ୍ପରକୁ ଟକ୍କର ଦେବେ ଦୁଇ ଦଳ । ଆଜି କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ ୪ଟି ମ୍ୟାଚ୍ । ଦିନ ୧ ରେ ମାଲେସିଆ-ନ୍ୟୁଜ୍‌ଲାଣ୍ଡ , ଅପରାହ୍ଣ ୩ ଟାରେ ନେଦରଲାଣ୍ଡ –ଚିଲି , ସଂନ୍ଧ୍ୟା ୫ଟାରେ ସ୍ପେନ୍‌-ଇଂଲଣ୍ଡ ଏବଂ ରାତି ୭ଟାରେ ଭାରତ –ୱେଲ୍ସ ମଧ୍ୟରେ ମୁକାବିଲା ହେବ ।

ରାଉରକେଲାରେ ଖେଳିଥିବା ଦୁଇଟି ମ୍ୟାଚ୍ରେ ଘରୋଇ ଦଳ ଗୋଟିଏ ବିଜୟ ସ୍ପେନ୍ (୨-୦) ବିପକ୍ଷରେ ପାଇଥିଲା ବେଳେ ଇଂଲଣ୍ଡ ସହ ଗୋଲ୍ଶୂନ୍ୟ ଅମୀମାଂସିତ ରଖିଥିଲା । ଫଳରେ ଦଳ ଏବେ ଇଂଲଣ୍ଡ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପଛରେ ରହିଛି । ସିଧାସଳଖ କ୍ବାର୍ଟରଫାଇନାଲ୍ ସ୍ଥାନ ପକ୍କା କରିବାକୁ ହେଲେ ପୁଲ୍’ର ଶୀର୍ଷ ସ୍ଥାନ ଦଖଲ କରିବାକୁ ହେବ । ତେଣୁ ଗୁରୁବାର ମ୍ୟାଚ୍ ରେ ବଡ଼ ବ୍ୟବଧାନରେ ଜିତି ପୁଲ୍-ଡି’ର ଶୀର୍ଷ ସହ ସିଧାସଳଖ କ୍ବାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ଭାରତ ।

ତେବେ ଭାରତ–ୱେଲ୍ସ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ସ୍ପେନ୍‌ର ମ୍ୟାଚ୍ ରହିଛି । ଏହି ମ୍ୟାଚ୍ ପରେ ଭାରତକୁ ଟାର୍ଗେଟ ମିଳିଯିବ । ଇଂଲଣ୍ଡ ଯେତିକି ବ୍ୟବଧାନରେ ସ୍ପେନ୍‌କୁ ହରାଇବ ଭାରତ ତାଠାରୁ ୪ ଗୋଲ ଅଧିକରେ ଜିତିଲେ ସିଧାସଳଖ କ୍ୱାଟର ଫାଇନାଲରେ ପହଞ୍ଚିବ ।

Leave a Reply

Your email address will not be published. Required fields are marked *