Pratidin TV

Odisha's Digital News Platform

ଘରେ ଶାନ୍ତି ଚାହୁଛନ୍ତି କି ! ତେବେ ହୋଲି ପୂର୍ବରୁ ଘରୁ ବାହର କରନ୍ତୁ ଏହି ୭ ଜିନିଷ , ଯାହା ବଢାଇଥାଏ ଆପଣଙ୍କ ଘରେ ନକରାତ୍ମକ ଶକ୍ତି

1 min read

ହିନ୍ଧୁ ଧର୍ମ ଶାସ୍ତ୍ର ଅନୁସାରେ ହୋଲି ଏକ ପବିତ୍ର ପର୍ବ । ଏହାପୂର୍ବରୁ ଘରୁ ସବୁ ଅସୁଭ ଜିନିଷକୁ ବାହାର କରନ୍ତୁ । କାରଣ କିଛି ଜିନିଷ ଘରେ ନକରାତ୍ମକ ଶକ୍ତି ବଢାଇଥାଏ । ଯାହା ହୋଲିର ଅଗ୍ନି ସହ ଘରୁ ବାହରିଯିବା ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା ହିନ୍ଧୁ ଧର୍ମଶାସ୍ତ୍ର ଅନୁସାରେ ଘରେ କେଉଁ କେଉଁ ଜିନିଷ ରହିଲେ ନକରାତ୍ମକ ଉର୍ଜା ବୃଦ୍ଧିପାଏ ।

ଇଲେକ୍‌ଟ୍ରୋନ୍ସିକ୍ସ ଜିନିଷ
-ଘରେ କିଛି ବୈଦୁତିକ ଜିନିଷ ଯଦି ଖରାପ ହୋଇଯାଇଥାଏ । ତେବେ ତାକୁ ତୁରନ୍ତ ଠିକ୍ କରେଇ ଦିଅନ୍ତୁ ନଚେତ୍ ଘରୁ ବାହାର କରି ଫପାଡି ଦିଅନ୍ତୁ । ଏହା ଘରେ ପଡିରହିବା ଦ୍ୱାରା ନକରାତ୍ମକ ଶକ୍ତି ବଢେ ।
ଭଙ୍ଗା ମୂର୍ତ୍ତି
-ଘରେ ଭଙ୍ଗା ମୂର୍ତ୍ତି ରଖିବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଯଦି ଆପଣଙ୍କ ଘର ମନ୍ଦିରରେ ଏଭଳି କିଛି ମୂର୍ତ୍ତି ରହିଛି ତେବେ ଜଲଦି ବାହାର କରିଦିଅନ୍ତୁ ।
ଅଚଳ ଘଡି
-ବନ୍ଧ ଘଣ୍ଟା କିମ୍ବା ଖରାପ ଘଣ୍ଟା ଘରେ ଖରାପ ସମୟ ଆଣେ । ଏଭଳି ଜିନିଷ ଘରେ ରଖିବା ସୁଭ ନୁହେଁ । ହୋଲିରେ ଘର ସଫା କରିବା ପୂର୍ବରୁ ଏସବୁକୁ ବାହର କରିଦିଅନ୍ତୁ ।
ଫଟା / ପୁରୁଣା ଜୋତା ଚପଲ
-ହୋଲି ପୂର୍ବରୁ ଘରୁ ସବୁ ଫଟା/ପୁରୁଣା ଚପଲ-ଜୋତା ବାହାର କରିଦେବା ନିହାତି ଆବଶ୍ୟକ । ଫଟା-ପୁରୁଣା ଜୋତା/ଚପଲ ଘରୁ ନକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ଏଥିପାଇଁ ଏହାକୁ ଘରୁ ତୁରନ୍ତୁ ବାହାର କରନ୍ତୁ ।
ଭଙ୍ଗା ଦର୍ପଣ
-ଘରେ ଭଙ୍ଗା ଦର୍ପଣ ବା କାଚର ଭଙ୍ଗା ଜିନିଷ ମଧ୍ୟ ଅସୁଭ ମାନାଯାଏ । ଆଉ ଏହା ଘରେ ନକରାତ୍ମକ ଶକ୍ତି ବୃଦ୍ଧି କରାଏ । ଯାହାଦ୍ୱାରା ଘରେ ଅଶାନ୍ତି ବଢିଥାଏ । ତେଣୁ ଏଭଳି କିଛି ଭଙ୍ଗା ଜିନିଷକୁ ଘରୁ ତୁରନ୍ତୁ ସଫା କରନ୍ତୁ ।
ମୁଖ୍ୟ କାବାଟ
-ଘରର ମୁଖ୍ୟ କାବଟକୁ ସବୁବେଳେ ସଫା ରଖନ୍ତୁ । ହିନ୍ଧୁ ରୀତିନୀତି ଅନୁସାରେ ଘର ସାମ୍ନା ବା ମୁଖ୍ୟ ଦ୍ୱାରା ଅସଫା ରହିଲେ ଘରେ ନକରାତ୍ମକ ଏର୍ଜା ବଢିଥାଏ ।
ବୁଢିଆଣୀ ଜାଲ-ଘରେ ଲାଗିଥିବା ବୁଢିଆଣି ଜାଲ ଘରେ ଦରିଦ୍ରତାକୁ ବଢାଇଥାଏ । ଏଥିପାଇଁ ହୋଲି ପୂର୍ବରୁ ଏସବୁକୁ ସଫା କରନ୍ତୁ ।

Advertisement

Leave a Reply

Your email address will not be published. Required fields are marked *