Pratidin TV

Odisha's Digital News Platform

ଶୋକରେ ପରିଣତ ହେଲା ହୋଲି ଉତ୍ସବ…..୬ ବର୍ଷ ଶିଶୁ ଉପରେ ଖସି ପଡିଲା ଡିଜେ ବକ୍ସ

1 min read

ଚାଲିଥିଲା ହୋଲି ପାଳନ |ପରସ୍ପର ରଙ୍ଗ ବୋଲି ଡିଜେ ର ତାଳେ ତାଳେ ନାଚ ଗୀତାରେ ଛୋଟରୁ ବଡ଼ ଝୁମୁଥିଲେ | କିନ୍ତୁ ଏହି ସମୟରେ ହୋଇଛି ଏକ ଦୁର୍ଘଟଣା | ଜଣଙ୍କ ଘରେ ଫିକା ପଡିଯାଇଛି ରଙ୍ଗ | ତେବେ ଝାଡ଼ଖଣ୍ଡ ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଚକ୍ରଧରପୁର ଅଞ୍ଚଳର ମୁରଙ୍ଗଟାଣ୍ଡ ଗାଁରେ ଚାଲିଥିଲା ହୋଲି ସେଲିବ୍ରେସନ | ଏହି ସମୟରେ ଘଟିଛି ଅଘଟଣ | ଡିଜେ ବକ୍ସ ଲଗାଇ ନାଚ ଗୀତ ଚାଲୁଥିବା ବେଳେ ହଠାତ ଜଣେ ପିଲା ଉପରେ ପଡିଯାଇଥିଲା ଡିଜେ ବକ୍ସ | ଏହାପରେ ସ୍ତବ୍ଧ ହୋଇଯାଇଥିଲେ ସମସ୍ତେ | ନାଚ ଗୀତରେ ଫାଟି ପଡୁଥିବା ପରିବେଶ ହଠାତ କାନ୍ଦବୋବାଳିର ପରିବେଶରେ ପରିଣତ ହୋଇଥିଲା | ଡିଜେ ବକ୍ସ ପିଲାଟି ଉପରେ ପଡିବା ପରେ ସେ ମୃତ୍ୟୁବରଣ କରିଥିଲା |

ପୋଲିସ ସୂଚାନୁସାରେ ସୋମବାର ଦିନ ଗାଁ ରେ ଚାଲିଥିଲା ହୋଲି ସେଲିବ୍ରେସନ | ଲୋକମାନେ ମ୍ୟୁଜିକ୍ ସିଷ୍ଟମ୍ ଲଗାଇ ନାଚଗୀତର ସହ ହୋଲି ଖେଳୁଥିଲେ | ଏହି ସମ୍ବରରେ ହଠାତ ଏକ ଡିଜେ ବକ୍ସ ପିଲାଟି ଉପରେ ପଡିଥିଲା | ଯେଉଁଥିରେ ସେ ଆଖି ବୁଜିଥିଲା | ପରିବାର ଉପରେ ପଡିଯାଇଥିଲା ଦୁଃଖର ପର୍ବତ |

Advertisement

ସୋମବାର ଅପରାହ୍ନ ୩ଟାରେ ଘଟିଥିଲା ଏହି ଅଘଟଣ | କୁହାଯାଉଛି ଯେ ପିଲାଟି ଗାଁରେ ଡିଜେ ସ୍ୱରର ତାଳେ ତାଳେ ସେଠାରେ ନାଚୁଥିଲା | ତା’ପରେ ହଠାତ ଡିଜେ ବକ୍ସ ପିଲାଟି ଉପରେ ପଡିଯାଇଥିଲା | ଡିଜେ ବକ୍ସ ଖସି ପଡି ପିଲାଟି ଉପରେ ପଡିବା ଯୋଗୁଁ ସେ ଭୂମିରେ ପୋତି ହୋଇଯାଇଥିଲେ | ବକ୍ସର ଭାରି ଓଜନ ଅଧିକ ଥିବା ହେତୁ ଅଳ୍ପ ସମୟ ମଧ୍ୟରେ ପିଲାଟିର ମୃତ୍ୟୁ ହୋଇଥିଲା |

ମୃତ ପିଲାର ନାମ ବିଷ୍ଣୁ ଲୋହର ବୋଲି ଜଣାପଡିଛି | କୁହାଯାଉଛି ଯେ ବିଷ୍ଣୁ ଲୋହରଙ୍କ ମୁଣ୍ଡର ଆଭ୍ୟନ୍ତରୀଣ ଭାଗରେ ଗଭୀର ଆଘାତ ଲଜଥିବା ହେତୁ ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ବନ୍ଦ ହେଉନଥିଲା | ଏହାପରେ ତୁରନ୍ତ ପିଲାଟିକୁ ଉପ-ବିଭାଗୀୟ ଡାକ୍ତରଖାନାକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଗାଁରେ ଶୋକ ବ୍ୟପିଯାଇଥିଲା ।

Leave a Reply

Your email address will not be published. Required fields are marked *