Pratidin TV

Odisha's Digital News Platform

ଅଭିଶାପିତ ଫିଲ୍ମ , ଯିଏ ଦେଖିଛି ତାହାର ହୋଇଛି ରହସ୍ୟମୟ ମୃତ୍ୟୁ ..

1 min read

ହଲିଉଡରେ ସମସ୍ତ ପ୍ରକାର ଚଳଚ୍ଚିତ୍ର ଦର୍ଶକଙ୍କ ପାଇଁ ନିର୍ମାଣ ହୋଇଛି । ବେଶ ଆକର୍ଷଣୀୟ କାହାଣୀ ପାଇଁ ହଲିଉଡ଼ ବେଶ ପରିଚିତ । ହରର , ଆକ୍ସନ ଏବଂ ଜବରଦସ୍ତ ଚଳଚିତ୍ର ନିର୍ମାଣ କରିବାରେ ବେଶ ସିଦ୍ଧହସ୍ତ ହେଉଛି ହଲିଉଡ । ହଲିଉଡରେ ଆକ୍ସନ ଥ୍ରୀଲର ଏବଂ ସସପେନ୍ସ ଏହିପରି ଏକ ଚଳଚ୍ଚିତ୍ର ହେଉଛି ଏଂଟ୍ରମ । ହେଲେ ଏହି ଚଳଚ୍ଚିତ୍ର କୁ ବଲିଉଡ ରେ ଶାପିତ ଚଳଚ୍ଚିତ୍ର ବୋଲି କୁହାଯାଇଥାଏ । ଏହି ଚଳଚ୍ଚିତ୍ର କୁ ଯିଏବି ଦେଖେ ତାର ମୃତ୍ୟ ହୋଇଥାଏ । ଏହା ବାସ୍ତବ କି କାହାଣୀ ତାହା ଆମେ କହୁନାହୁଁ । ହେଲେ ଆଜିବି ଏହି ଚଳଚ୍ଚିତ୍ର ନାଁ ଶୁଣିଲେ ଲୋକେ ଭୟରେ ଥରି ଉଠନ୍ତି ।

ଏଂଟ୍ରମର ଆରମ୍ଭ ଏକ ମିନି ମକ୍ୟୁମେଂଟ୍ରିରୁ ହୋଇଥାଏ । ଯାହା ଫିଲ୍ମ ସମ୍ପର୍କରେ କହିଥାଏ । ୧୯୭୯ ରେ ଅନେକ ଚଳଚ୍ଚିତ୍ର ମହୋତ୍ସବରେ ‘ଆଣ୍ଟ୍ରମ୍‌’ ଲୁଚାଛପାରରେ ରହସ୍ୟମୟ ଭାବରେ ପ୍ରଦର୍ଶିତ ହୋଇଥିଲା । ହେଲେ ଏହାକୁ ଦେଖିବା ପରେ ଲୋକେ ଏ ରହସ୍ୟମୟ ଭାବରେ ମୃତ୍ୟୁ ବରଣ କଲେ । ଏହାପରେ ଏହାକୁ ଅଭିଶାପିତ କୁହାଯାଏ । ଏହି ଚଳଚ୍ଚିତ୍ର ସଂପର୍କରେ ଲୋକମାନେ ସୈତାନ ଇତିହାସ ଉପରେ ମଧ୍ୟ ଆଲୋଚନା କରିଛନ୍ତି, କାରଣ ଆଣ୍ଟ୍ରମ୍ ର ଇତିହାସକୁ ଦୃଷ୍ଟିରେ ରଖି ଏହା ସବୁଠାରୁ ମାରାତ୍ମକ । ।ଫିଲ୍ମରେ ଏକ ଦୃଶ୍ୟ ଅଛି ଯେଉଁଥିରେ ଏଂଟ୍ରମ ସମ୍ମୁଖକୁ ଆସିଥାଏ ଏବଂ ଦର୍ଶକଙ୍କୁ ଚେତାବନୀ ଦେଇଥାଏ । ଆପଣମାନେ ନିଜ ଜୀବନକୁ ବିପଦରେ ପକାଇ ଏହି ଫିଲ୍ମ ଦେଖୁଛନ୍ତି । ସତର୍କ ରହିବେ ।

Advertisement

କୁହାଯାଏ ଏହି ଚଳଚ୍ଚିତ୍ର ଶାପିତ ଅଟେ ଏହି ଚଳଚ୍ଚିତ୍ର ଯିଏ ଦେଖିବ ତାହାର ମୃତ୍ୟ ହେବ । ଏପରି ଅନେକ ଲୋକଙ୍କ ସହ ହେଇ ସାରିଛି ।ଡେଡଲିଷ୍ଟ ଫିଲ୍ମ ଏଭର୍ ମେଡ୍‌’ ପ୍ରଥମେ ୧୯୭୯ ରେ ଦେଖା ଦେଇଥିଲା ଯେତେବେଳେ ଏହା ଅନେକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା କିନ୍ତୁ କେବେ ମୁକ୍ତିଲାଭ କରିନଥିଲା । ଯୁକ୍ତରାଷ୍ଟ୍ରରେ ଚାହିଦା ଅନୁଯାୟୀ ଏହା କେବଳ ଭିଡିଓ ମାଧ୍ୟମରେ ଦେଖାଯାଇଥିଲା କିନ୍ତୁ କିନ୍ତୁ କେବେବି ହଲରେ ରିଲିଜ୍ ହୋଇନଥିଲା । ହେଲେ ଯିଏବି ଏହି ଫିଲ୍ମ ଦେଖୁଥିଲା ସେ ମୃତ୍ୟ ମୁଖରେ ପଡୁଥିଲା । ୧୯୮୮ରେ ବୁଡାପେଷ୍ଟରେ ଏହି ଫିଲ୍ମ ପ୍ରଦର୍ଶନ କରିବା ପାଇଁ ଜଣେ ଥିଏଟର ମାଲିକ ସାହସ କରିଥିଲେ । ଫିଲ୍ମ ଚାଲିବାର କିଛି ସମୟ ପରେ ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା । ଏହି ଫିଲ୍ମ ଅଭିଶାପିତ ବୋଲି ପ୍ରମାଣ ହୋଇନାହିଁ । ହେଲେ ଏହି ଫିଲ୍ମର ନାଁ ଶୁଣିଲେ ଦର୍ଶକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଏ ।

Leave a Reply

Your email address will not be published. Required fields are marked *