Pratidin TV

Odisha's Digital News Platform

୧୩ ବର୍ଷ ପରେ ଫେରୁଛି ଅବତାର : ଏହି ଦିନ ରିଲିଜ୍ ହେବ ଅବତାର – ଦ ୱେ ଅଫ୍ ୱାଟର

1 min read

ନୂଆଦିଲ୍ଲୀ : ହଲିଉଡ୍ ପ୍ରେମୀଙ୍କ ପାଇଁ ବଡ ଖବରା । ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ୧୩ ବର୍ଷ ପରେ ପୁଣି ପରଦାକୁ ଫେରୁଛି ହଲିଉଡ୍‌ର ବ୍ଲକବ୍ଲାଷ୍ଟର ଫିଲ୍ମ ଅବତାର -ଦ ୱେ ଅଫ୍ ୱାଟର । ଜେମ୍ସ କ୍ୟାମରୁନଙ୍କ ନିର୍ଦ୍ଦେଶିତ ହଲିଉଡ ଫିଲ୍ମ ‘ଅବତାର’ ସାରା ବିଶ୍ୱରେ ଏବେ ପର‌୍ୟ୍ୟନ୍ତ ସବୁଠାରୁ ଅଧିକ ଇନକମ୍ କରିଥିବା ଫିଲ୍ମ ଭାବେ ପରିଚିତ । ଏହି ଫିଲ୍ମଟି ୨୦୦୯ ରେ ରିଲିଜ୍ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁର୍ଦ୍ଧା ଦର୍ଶକଙ୍କୁ ମନରୁ ନିଜ ଛାପ ଲିଭାଇପାରିନାହିଁ । ପ୍ରଥମ ଭାଗ ପରେ ସାରା ବିଶ୍ୱର ଦର୍ଶକେ ଏହାର ସିକ୍ୱିଏଲକୁ ଅପେକ୍ଷା କରିଥିଲେ । ଏବେ ଦର୍ଶକମାନଙ୍କଙ୍କ ଦୀର୍ଘ ଦୀନର ଇଚ୍ଛା ପୂରଣ ହେବାକୁ ଯାଉଛି ।

ମେକର୍ସ ଏହାର ଦ୍ୱିତୀୟ ଭାଗ ‘ଅବତାର: ଦ ୱେ ଅଫ ୱାଟର’ର ଏକ ନୂଆ ଟ୍ରେଲର ଜାରି କରିଛନ୍ତି ।
‘ଅବତାର’ ରିଲିଜ୍ ହେବାର ଦୀର୍ଘ ୧୩ ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ଅର୍ଥାତ୍ ‘ଅବତାର: ଦ ୱେ ଅଫ ୱାଟର’ ରିଲିଜ୍ ହେବାକୁ ଯାଉଛି । ଦେଖିବାକୁ ମିଳିବ ‘ସୁଲି ପରିବାର’ (ଜ୍ୟାକ, ନେୟତିରି ଓ ତାଙ୍କ ପିଲାମାନେ)ଙ୍କର ଜୀବନରେ ଯେଉଁସବୁ ଅସୁବିଧା ଆସୁଛି ସେମାନେ ଏଥିରୁ ନିଜକୁ କିପରି ସୁରକ୍ଷିତ ରଖୁଛନ୍ତି ଓ ନିଜକୁ ବଞ୍ଚାଇବାକୁ ଏହି ପରିବାର କ’ଣ କ’ଣ କରୁଛନ୍ତି।

Advertisement

ନଭେମ୍ବର ୨ରେ ୟୁଟ୍ୟୁବରେ ‘ଅବତାର: ଦ ୱେ ଅଫ ୱାଟର\’ର ନୂଆ ଟ୍ରେଲର ରିଲିଜ୍ କରାଯାଇଛି । ଆଉ ଏଥିରେ ଦର୍ଶାଯାଇଥିବା ବିଏଫଏକ୍ସ ଖୁବ୍ ସୁନ୍ଦର ହେବା ସହ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଦେଇଛି । ଏହି ଟ୍ରେଲରକୁ ଦେଖିବା ପରେ ଅନୁମାନ କରାଯାଉଛି କି ପ୍ରଥମ ଭାଗଠାରୁ ଦ୍ୱୀତିୟ ଭାଗବି ଆହୁରି ଭଲ ହୋଇଥିବ ।
ଜେମ୍ସ କ୍ୟାମରୁନଙ୍କ ଏହି ଫିଲ୍ମ ‘ଅବତାର: ଦ ୱେ ଅଫ ୱାଟର’ର ଦ୍ୱିତୀୟ ଭାଗକୁ ବେଶ କିଛି ବର୍ଷ ହେବ ଦର୍ଶକେ ଅପେକ୍ଷା ରଖିଥିବା ବେଳେ ଏବେ ଏହାର ଟ୍ରେଲର ଦେଖି ସମସ୍ତେ ଉତ୍ସାହିତ ହୋଇପଡିଛନ୍ତି । ଡିସେମ୍ବର ୧୬ରେ ଏହା ରିଲିଜ୍ ହେବ ବୋଲି ଜଣାପଡିଛି ।’ଅବତାର: ଦ ୱେ ଅଫ ୱାଟର’ ଭାରତରେ ଇଂରାଜୀ ଓ ହିନ୍ଦୀ ସହିତ ତାମିଲ, ତେଲଗୁ ଓ ମାଲୟାଲମ ଭାଷାରେ ବି ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *