ଅଧିକ ସମୟ ଠିଆ ହୋଇ କିମ୍ବା କମ୍ପ୍ୟୁଟର ସାମ୍ନାରେ ବସି ଆପଣଙ୍କ ହେଉଛି କି ଅଣ୍ଟା ଦରଜ, ଆପଣାନ୍ତୁ ଘରୋଇ ଉପାୟ..
1 min readଆଧୁନିକ ଯୁଗରେ ସମସ୍ତଙ୍କ ଜୀବନ ବ୍ୟସ୍ତବହୁଳ ଭିତରେ ଗତି କରୁଛି । କାହା ପାଖରେ ନିଜ ପାଇଁ ସମୟ ରହୁନି । ଆଜିକାଲିର ଲାଇଫଷ୍ଟାଇଲ ତଥା କମ୍ପ୍ୟୁଟର ଆଗରେ ଅଧିକ ସମୟ ବସିରହି ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହି କିଛି କାମ କରିବା କାରଣରୁ ଅନେକଙ୍କ ଠାରେ ଅଣ୍ଟା ଯନ୍ତ୍ରଣା ଜିନତ ସମସ୍ୟା ଦେଖାଦେଉଛି । ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଔଷଧ ଖାଉଛନ୍ତି ଆଉ ପାଣି ଭଳି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ହେଲେ ଏହା ସମସ୍ତ ପକ୍ଷେ ସମ୍ଭାବ ହୋଇ ପାରୁନାହିଁ । ତେବେ ଘରୋଇ ଉପାୟରେ ଏହି ସମସ୍ୟାରୁ ଆପଣ ମୁକ୍ତି ପାଇପାରିବେ । ଅଣ୍ଟା ଦରଜ ସମସ୍ୟାରୁ ମୁକ୍ତି ପାଇବାକୁ ଆପଣଙ୍କ ଘରେ ରହିଛି ଅନେକ ସୁବିଧା ।
ଅଣ୍ଟା ଦରଜ ପାଇଁ କଣ କରିବେ?
ଅଣ୍ଟା ଦରଜରୁ ମୁକ୍ତି ପାଇବାକୁ ହେଲେ ୨ ଗ୍ରାମ ଡାଲଚିନି ଗୁଣ୍ଡରେ ୧ ଚାମଚ ମହୁ ମିଶାଇ ଖାଆନ୍ତୁ । ଦିନକୁ ଅତି କମରେ ଦୁଇଥର ଏହି ମିଶ୍ରଣକୁ ସେବନ କରନ୍ତୁ । କିଛି ଦିନ ପରେ ଫରକ ଜାଣିପାରିବେ ।
ଅଣ୍ଟା ଦରଜରୁ ମୁକ୍ତି ପାଇବା ପାଇଁ ଡାଲଚିନିର ଏକ ଡ୍ରିଙ୍କସ୍ ମଧ୍ୟ ପ୍ରସ୍ତୁତ କରିପାରିବେ । ଏଥିପାଇଁ ପ୍ରଥମେ ଏକ ପାତ୍ରରେ ପାଣି ନେଇ ସେଥିରେ କିଛି ଡାଲଚିନି ଗୁଣ୍ଡ ମିଶାଇ ସିଝିବାକୁ ଛାଡିଦିଅନ୍ତୁ । ଏହି ପାଣିକୁ ଛାଣି ଥଣ୍ଡା କରି ସେଥିରେ ଏକ ଚାମଚ ମହୁ ମିଶାନ୍ତୁ । ଏପରି ଡ୍ରିଙ୍କସକୁ ଦିନକୁ ଦୁଇ ଥର ସେବନ କଲେ ଅଣ୍ଟା ଦରଜରୁ ଆରାମ ମିଳିବ ।
ଖାଲି ପେଟରେ ହିଁ ଡାଲଚିନି ଗୁଣ୍ଡ ବା ଡାଲଚିନିରେ ପ୍ରସ୍ତୁତ ପାନୀୟକୁ ଦିନରେ ଓ ରାତିରେ ଖାଲି ପେଟରେ ସେବନ କରନ୍ତୁ ।
ଡାଲଚିନି ଅଧିକ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । କାରଣ ଡାଲଚିନି ଏକ ଉଷ୍ମକାରକ ଦ୍ରବ୍ୟ ହୋଇଥିବାରୁ ଏହାକୁ ଅଧିକ ଖାଇବା ଫଳରେ ପେଟ ଖରାପ ହେବା ସମ୍ଭାବନା ରହିଥାଏ । ତେଣୁ ସଠିକ୍ ମାତ୍ରା ଉପରେ ଗୁରୁତ୍ୱ ଦିଅନ୍ତୁ ।