Pratidin TV

Odisha's Digital News Platform

ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ; ଡ. ଲେନିନ୍ ମହାନ୍ତି..

1 min read

ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଏହି ପଂକ୍ତିଟି ସେ ସମୟରେ ଓଡିଆ ଭାଷା ଆନ୍ଦୋଳନକୁ ଇନ୍ଧନ ଦେଇ ଆଗେଇ ନେଇଥିଲା । ଆଜିବି ଏହି କବିତାର ଆବୃତ୍ତି କାନରେ ପଡିଲେ ମାତୃଭାଷା, ମାତୃଭୂମି ପ୍ରତି ମନରେ ଥିବା ସ୍ନେହ, ମମତା, ସମ୍ମାନ ଜାଗିଉଠେ । ସ୍ୱଭାବ କବିଙ୍କ ଏହି ଉପଦେଶକୁ ପାଥେୟ କରି ଓଡିଆ ଭାଷା, ସଂସ୍କୃତି, ଐତିହର ଉନ୍ନତି ଦିଗରେ ଆଗେଇ ଚାଲିଛନ୍ତି ରାଜ୍ୟ ସରକାର ।

ଓଡିଆ ଅସ୍ମିତାର ମହାମନ୍ତ୍ରକୁ ସମସ୍ତେ ଏକାସ୍ୱରରେ ଗାୟନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଆମେ ସମସ୍ତେ ଓଡିଆ ଏକତାର ବନ୍ଧନରେ ବାନ୍ଧିହୋଇଛେ ବୋଲି ଜନଚେତନା ଜାଗ୍ରତ କରିବାକୁ ବିଭିନ୍ନ ସଚେନତନା କାର୍ଯ୍ୟକ୍ରମ, ଓଡିଆ ଭାଷାର ଗବେଷଣା ପାଇଁ ପ୍ରୋତ୍ସାହନ, ଓଡିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯାହା ଫଳରେ ଓଡିଆ ଭାଷାର ଉତ୍ତରୋତ୍ତର ଉନ୍ନତି ହେବା ସଙ୍ଗେସଙ୍ଗେ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ଆଣିଦେବାକୁ ଲକ୍ଷ୍ୟ ରହିଛି । ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ତତ୍ପର ରହିଛନ୍ତି । କିନ୍ତୁ ବିରୋଧୀ ଏହାକୁ ମୁଦ୍ଦା କରି ଫାଇଦା ନେବାକୁ ଚାହୁଁଥିବାବେଳେ ସେମାନଙ୍କ ନିର୍ବାଚନୀ ଓଡ଼ିଆ ଅସ୍ମିତା ଲୋକେ ଭଲଭାବରେ ବୁଝିସାରିଲେଣି ବୋଲି କହିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି ।

Advertisement
 ଓଡିଆ ଭାଷା ସାହିତ୍ୟର ଉନ୍ନତି ପାଇଁ  ମୁଖ୍ୟମନ୍ତ୍ରୀ ସର୍ବଦା ଚେଷ୍ଟିତ ଅଛନ୍ତି । କିନ୍ତୁ ବିରୋଧୀମାନେ ଏହାକୁ ନିର୍ବାଚନୀ ମୁଦ୍ଦା କରିବାକୁ ଅପଚେଷ୍ଟା କରି ବାରମ୍ବାର ଓଡିଆ ଅସ୍ମିତା ଉପରେ ପ୍ରଶ୍ନ କରୁଛନ୍ତି । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ବିରୋଧୀଙ୍କର ନିର୍ବାଚନୀ ଓଡ଼ିଆ ଅସ୍ମିତା ଲୋକେ ଭଲ ଭାବରେ ବୁଝି ସାରିଲେଣି । ନିର୍ବାଚନରେ ତାଙ୍କୁ ଉଚିତ୍ ଜବାବ ଦେବେ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି ଏକ ପ୍ରେସ ବିବୃତି ଜରିଆରେ କହିଛନ୍ତି।

Leave a Reply

Your email address will not be published. Required fields are marked *