Pratidin TV

Odisha's Digital News Platform

(video)ବିଶ୍ୱାସ,ଅବିଶ୍ୱାସ,ଅଲୌକିକ ଘଟଣା ; ସାଇବାବାଙ୍କ ଫଟୋରୁ ଝରୁଛି ମହୁ …

ପାରାଦ୍ୱୀପ ; ଫଟୋ ରୁ ଝରିଲା ମହୁ, ଘର ବାସିଲା ଚନ୍ଦନ ଚନ୍ଦନ, ମହକିଲା ସାରା ଅଞ୍ଚଳ, ଏମିତି ଅଲୌକିକ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଗଡ ଗ୍ରାମରେ । ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଘଟ ହେବା ପରେ ଚାରିଆଡେ ଏହି ଘଟଣଅକୁ ନେଇ ଜୋର ସୋରରେ ଚଚ୍ଚା ଲାଗିଛି ତାସହ ସମୃକ୍ତ ସ୍ଥାନକୁ ଭକ୍ତମାନଙ୍କ ଭିଡ ଛୁଟିଛି ।

ଏଭଳି ଏକ ଅଲୌକିକ ଘଟଣା ଘଟିଛି ପାରାଦୀପ ଗଡ ଗ୍ରାମର ଲୋକନାଥ ବେହେରା ଙ୍କ ଘରେ, ଲୋକନାଥ ବେହେରା ଙ୍କ ଘରେ ଭଡ଼ାରେ ରହୁଥିବା ଦୀପକ ମଲ୍ଲିକଙ୍କ ଘର ହଠାତ ଚନ୍ଦନ ଚନ୍ଦନ ବାସିଥିଲା ଏହି ସୁଗନ୍ଧ ହେବା ପରେ ତାଙ୍କ ସ୍ତ୍ରୀ ମୌସୁମୀ ସ୍ୱାମୀ ଦୀପକ ଙ୍କୁ ଫୋନ କରି କହିଥିଲେ ହେଲେ ସ୍ୱାମୀ ଦୀପକ ଧୂପ ବାସ୍ନା ହେଉଛି ବୋଲି କହି କଥାଟିକୁ ଟାଳିଦେଇଥିଲେ । ହେଲେ ମୌସୁମୀ ସନ୍ଦେହ ଜନକ ଭାବେ ଠାକୁର ଘରକୁ ଯାଇ ସାଇ ବାବାଙ୍କ ଫଟରୁ ମହୁ ଝରୁ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ସାହି ପଡିଶା ଙ୍କୁ ଜଣାଇଥିଲେ।ଖବର ଶୁଣିବା ପରେ ଏହି ଘଟଣାକୁ ଦେଖିବା ପାଇଁ ଗ୍ରାମ ତଥା ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।ତେବେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ପାଇଁ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏହା କୌଣସି ଅଲୌକିକ ଘଟଣା ନା ଏସବୁ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି ତାହା ସଭିଙ୍କୁ ଅଜଣା ।

Leave a Reply

Your email address will not be published. Required fields are marked *