Pratidin TV

Odisha's Digital News Platform

ଜନ୍ମ ଦିନରେ ଉର୍ବଶୀଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ହନି ସିଂ , ସୁନାର କେକ୍ କାଟି ଜନ୍ମ ଦିନ ପାଳିଲେ ଉର୍ବଶୀ …

1 min read

ବି ଟାଉନ୍ ର ଚର୍ଚ୍ଚିତ ଚେହେରା ଉର୍ବଶୀ ରାଉତେଲା । ଇଣ୍ଡଷ୍ଟ୍ରିରେ ତାଙ୍କର ବୋଲ୍ଡନେସ କୁ ନେଇ ସବୁବେଳେ ଚର୍ଚ୍ଚା । ତାଙ୍କର ଡ୍ରେସ ତାଙ୍କ ଷ୍ଟାଇଲ୍ କୁ ନେଇ ସବୁବେଳେ ସେ ଆଗରେ ରୁହନ୍ତି । ନିକଟରେ ତାଙ୍କର ଜନ୍ମଦିନର କେକ୍ କୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି ଉର୍ବଶୀ । ଉର୍ବଶୀ ୨୪ କ୍ୟାରେଟ ସୁନାର କେକ୍ କାଟି ନିଜର ୩୦ତମ ଜନ୍ମଦିନକୁ ବେଶ୍ ଧୁମ୍ ଧାମ୍ ରେ ପାଳନ କରିଛନ୍ତି । ଉର୍ବଶୀ ନିଜ ର ଜନ୍ମଦିନ ‘ଲଭ୍ ଡୋଜ୍ ୨’ର ସେଟରେ ହନ୍ନି ସିଂଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ସେ ତାଙ୍କ ଜନ୍ମଦିନ ଉତ୍ସବର ଫଟୋ ଏବଂ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଲୋକପ୍ରିୟ ଗାୟକ-ରାପର ୟୋ ୟୋ ହନି ସିଂ ଙ୍କ ସହ ଜନ୍ମଦିନ ପାଳନ କରୁଛନ୍ତି । କେବଳ ସେତିକି ନୁହେଁ, ଉର୍ବଶୀଙ୍କୁ ତାଙ୍କ ଜନ୍ମଦିନରେ ୟୋ ୟୋ ହନି ସିଂ ୩ କୋଟି ଟଙ୍କା ମୂଲ୍ୟର ଦୁନିଆର ସବୁଠୁ ଦାମୀ କେକ୍ ଦେଇ ଅଭିନନ୍ଦନ ଜଣାଇଥିଲେ । କେକ୍ ସମ୍ପୂର୍ଣ୍ଣ ୨୪ କ୍ୟାରେଟ୍ ସୁନାରେ ତିଆରି ହୋଇଥିଲା । ଯାହାର ଫଟୋ ଏବଂ ଭିଡିଓ ଅଭିନେତ୍ରୀ ନିଜ ସୋଶିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହା ଏବେ ଖୁବ୍ ଭାଇରଲ୍ ହେବାରେ ଲାଗିଛି । ଉର୍ବଶୀ ନିଜ ଜନ୍ମଦିନ ଅବସରରେ ଏକ ଲାଲ ଆଉଟଫିଟରେ ନଜର ଆସିଛନ୍ତି ।

ଜନ୍ମଦିନରେ ଉର୍ବଶୀଙ୍କ ପାଇଁ ବିଶେଷ ଉପହାର ବିଷୟରେ ୟୋ ୟୋ ହନି ସିଂ କହିଛନ୍ତି, “ମୋ ଅନୁଯାୟୀ ଉର୍ବଶୀ ଏ ଦୁନିଆର ସବୁଠାରୁ ସୁନ୍ଦର ଝିଅ ଏବଂ ମୁଁ ଏହା ଅନେକ ଥର କହିଛି । ସେ ସବୁଠାରୁ ସୁନ୍ଦର ଝିଅ ଏବଂ ସେଥିପାଇଁ ମୁଁ ତାଙ୍କୁ ବଡ ଉପହାର ଦେଇଛି , ବିଗତ ଦିନଠାରୁ ପ୍ରଶଂସକମାନେ ଅଧିକ ଦାବି କରିଆସୁଥିଲେ । ମୁଁ ସେହି ସମୟରୁ ଜଣେ କଳାକାର ଭାବରେ ଉର୍ବଶୀଙ୍କ ଅଭିବୃଦ୍ଧି ଦେଖିଛି ଏବଂ ଆଜି ସେ ଜଣେ ବିଶ୍ୱ ସୁପରଷ୍ଟାର । ” ସେ କହିଥଲେ ଯେ, “ମୋ ଅନୁଯାୟୀ, ତାଙ୍କ ପରି ଜଣେ ବିଶ୍ୱସ୍ତରୀୟ ସୁପରଷ୍ଟାର ରାଜକୀୟ ଆତିଥ୍ୟତାର ଯୋଗ୍ୟ ଏବଂ ସେଥିପାଇଁ ମୁଁ ତାଙ୍କ ପାଇଁ ୩ କୋଟି ଟଙ୍କା ମୂଲ୍ୟର ଏହି ସ୍ୱତନ୍ତ୍ର କେକ୍ ଦେବାକୁ ସ୍ଥିର କଲି । ତେବେ ତାଙ୍କର ଜନ୍ମଦିନରେ ମୁଁ ତାଙ୍କର ସଫଳତା କାମନା କରୁଛି ।

ତାସହିତ ଫଟୋ ସେୟାର କରି ଉର୍ବଶୀ ମଧ୍ୟ କ୍ୟାପସନରେ ଲେଖିଛନ୍ତି, “ଲଭ୍ ଡୋଜର ସେଟରେ ଜନ୍ମଦିନ ସମାରୋହ । ହନ୍ନି ସିଂଙ୍କୁ ଅନେକ ଅନେକ ଧନ୍ୟବାଦ । ଏହା ମୋ କ୍ୟାରିୟରରେ ଏକ ଚମତ୍କାର ଅଧ୍ୟାୟ ସୃଷ୍ଟି କରିଛି । ତୁମ ପାଇଁ ମୋ ପାଖରେ କିଛି ଶଦ୍ଦ ନାହିଁ । ଧନ୍ୟବାଦ ।” ତେବେ ଏହି ଫଟୋ ଭାଇରାଲ ହେବା ପରେ ଫ୍ୟାନ୍ସଙ୍କ ସହିତ ସେଲିବ୍ରିଟି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *