Pratidin TV

Odisha's Digital News Platform

ମହୁଚାଷ ଦେଉଛି ତ୍ରିଲୋଚନଙ୍କୁ ଲକ୍ଷାଧିକ ଟଙ୍କାର ରୋଜଗାର, ଏପରି ଆରମ୍ଭ କରିଥିଲେ ଚାଷ ..

1 min read

ଗଞ୍ଜାମ୍ : ଉପାନ୍ତ ଆଦିବାସୀ ଇଲାକାରେ ହେଉଛି ମହୁଚାଷ।ଏକ ଦଶନ୍ଧିରୁ ଅଧିକ ବର୍ଷ ଧରି କରି ଆସୁଛନ୍ତି ମହୁଚାଷ।ମହୁ ଚାଷରୁ ମାସକୁ ରୋଜଗାର ଦେଉଛି ୨୦ ହଜାରରୁ ଅଧିକ ଟଙ୍କା। ଏନେଇ ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବେ ବୋଲି କହିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ।

Advertisement

ଘର ବାଡ଼ିରେ ହେଉଛି ମହୁ ଚାଷ। ଥରେ କାଠ ବାକ୍ସ ଆଣି ଘର ବାଡ଼ିରେ ଭିନ୍ନ ଭିନ୍ନ ସ୍ଥାନରେ ରଖିଦେଲେ ମାସକ ପରେ କାଠ ବାକ୍ସ ରୁ ବାହାରୁଛି ଚାରି ରୁ ପାଞ୍ଚ କିଲ ଓଜନର ମହୁ। ପାହାଡ଼ ପର୍ବତ ଘେରା ଉପାନ୍ତ ଆଦିବାସୀ ଇଲାକାରେ ଚାଷୀଙ୍କୁ ସ୍ୱଳ୍ପ ଖର୍ଚ୍ଚ ରେ ଅଧିକା ରୋଜଗାର ଦେଖାଇଛି ମହୁଚାଷ ।ମୁହଁରେ ମାକ୍ସ ହାତରେ ଧୂଆଁ ଯନ୍ତ୍ର ଧରି କାଠ ବାକ୍ସ ରୁ ମହୁ ସଂଗ୍ରହ କରିବାରେ ବ୍ୟସ୍ତ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ରୁଢ଼ାପଦର ପଞ୍ଚାୟତ ଡେଲିଙ୍ଗିପଦର ଗାଁର ତ୍ରିଲୋଚନ ମଲ୍ଲିକ। ନବମ ଶ୍ରେଣୀରେ ପଢୁ ଥିବା ସମୟରେ ମହୁଚାଷ ଏକ ଲାଭ ଦାୟକ ଚାଷ ବୋଲି ଜାଣିବାକୁ ପାଇଥିଲେ।ସେବେଠାରୁ ମହୁଚାଷ ପ୍ରତି ଆଗ୍ରହ ଆସିଥିଲା।

trilochana

ପରବର୍ତୀ ସମୟରେ ଗ୍ରାମ ବିକାଶ ମାଧ୍ୟମରେ କିଛି ଏନଜିଓ ସଂସ୍ଥାର କର୍ମଚାରୀ ମାନେ ତ୍ରିଲୋଚନଙ୍କୁ ଇଟାଲୀ ପଦ୍ଧତିରେ ମହୁଚାଷ ର ପ୍ରଣାଳୀ ଓ ଉତ୍ପାଦନ ସମ୍ପର୍କରେ ତାଲିମ ଦେଇଥିଲେ।ତାଲିମ ପାଇବା ପରେ ସେ ମହୁ ସଂଗ୍ରହ ହେଉଥିବା ଗୋଟିଏ କାଠ ବାକ୍ସ କିଣି ଆଣି ଚାଷ କରିବା ଆରମ୍ଭ କରିଥିଲେ।ବହୁତ କମ ଖର୍ଚ୍ଚ ଓ କମ ପରିଶ୍ରମରେ ଗୋଟିଏ ବାକ୍ସ ରୁ ଚାରିରୁ ପାଞ୍ଚ କିଲ ମହୁ ଉତ୍ପାଦନ ହୋଇଥିଲା ଯାହା ଭଲ ଲାଭ ଦେଇଥିଲା।ପରବର୍ତ୍ତୀ ସମୟରେ ଗୋଟିଏ ବାକ୍ସ ରୁ ବ୍ୟବସାୟ ଆରମ୍ଭ କରି ଏବେ ୨୦ ଟି ବାକ୍ସ ରେ ପହଂଚିଲାଣି।ଜାନୁଆରୀ ମାସରୁ ଜୁନ ମାସ ଯାଏଁ ପରିବେଶ ଭଲ ରହୁଥିବାରୁ ଅଧିକ ପରିମାଣର ମହୁ ଉତ୍ପାଦନ ହୋଇଥାଏ ।ଏହି ମହୁ ଅଧିକ ସ୍ୱାଦିଷ୍ଟ ଓ ଔଷଧୀୟ ଗୁଣ ଭର୍ତି ହୋଇଥିବାରୁ ବଜାରରେ ଅଧିକ ଚାହିଦା ରହିଛି।ଏହି ମହୁକୁ କିଲ ପିଛା ଏକ ହଜାର ଟଙ୍କା ବିକ୍ରି କରିଥାନ୍ତି ବୋଲି କହିଛନ୍ତି ତ୍ରିଲୋଚନ।

ତ୍ରିଲୋଚନ ପାରମ୍ପରିକ ଚାଷ କରିବା ସହିତ ମହୁଚାଷ କୁ ମଧ୍ୟ ଅଧିକ ଗୁରୁତ୍ୱ ଦେଇଛନ୍ତି। ବର୍ଷ ବର୍ଷ ଧରି ଚାଷକୁ କରି ଆସୁଥିବାରୁ ସବୁଆଡୁ ପ୍ରସଂଶାର ସୁଅ ଛୁଟୁଛି।ତ୍ରିଲୋଚନଙ୍କ ସହ କିଛି ସ୍ଥାନୀୟ ଚାଷୀଙ୍କୁ ନେଇ ବୈଜ୍ଞାନିକ ଜ୍ଞାନ କୌଶଳ ରେ ମହୁ ଚାଷ ସମ୍ବଧରେ ତାଲିମ ଦେବା ସହିତ ସରକାରୀ ସାହାଯ୍ୟ ଯୋଗାଇ ଦିଆଗଲେ ମହୁଚାଷ କରି ବହୁ ଯୁବକ ସ୍ୱବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ଅନ୍ୟପଟେ ତ୍ରିଲୋଚନ ଙ୍କ କାର୍ଯ୍ୟ ଶୈଳୀ କୁ ମଧ୍ୟ ଭଞ୍ଜନଗର ଉପଜିଲ୍ଲାପାଳ ଖୁବ ପ୍ରସଂଶା କରିବା ସହିତ ତାଙ୍କର ବଜାରରେ ମହୁ ବିକ୍ରିର ସ୍ଥାୟୀ ବ୍ୟବସ୍ଥା କରିବା ସହିତ ମହୁଚାଷ ଅଧିକ ଉନ୍ନତି କରିବା ପାଇଁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *