Pratidin TV

Odisha's Digital News Platform

ହେଲ୍‌ଥ ଡ୍ରିଙ୍କ୍ ନୁହେଁ ହର୍ଲିକ୍ସ , ସରକାରଙ୍କ ଆଦେଶ ପରେ କମ୍ପାନୀ ବଦଳାଇଲା କ୍ୟାଟଗରୀ ..

1 min read

ଗାଁଠୁ ସହର ସବୁ ମାଆ ମାନଙ୍କର ଗୋଟିଏ ପସନ୍ଦ ହର୍ଲିକ୍ସ । ପିଲା ବଡ ନହେବା ପର୍ଯ୍ୟନ୍ତ ପିଲାକୁ ଦେଇଥାନ୍ତି ହର୍ଲିକ୍ସ । କାରଣ ମାଆ ମାନଙ୍କ ଭିତରେ ଗୋଟିଏ ବିଶ୍ୱାସ ରହିଛି ହର୍ଲିକ୍ସ ହେଉଛି ହେଲ୍‌ଥ ଡ୍ରିଙ୍କ । ଆଉ ଏହାକୁ ଖାଇବା ଦ୍ୱାରା ତାଙ୍କ ପିଲା ସୁସ୍ଥ ଏବଂ ଶାରୀରିକ ବିକାଶ ହୋଇଥାଏ । ହେଲେ ଏବେ ସେହି ହର୍ଲିକ୍ସ ଆଉ ହେଲ୍‌ଥ ଡ୍ରିଙ୍କ୍ ହୋଇ ନାହିଁ ।

ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ଏହାର ପ୍ୟାରେଣ୍ଟ କମ୍ପାନୀ ହିନ୍ଦୁସ୍ତାନ ୟୁନିିିଲିଭର ଏବେ କ୍ୟାଟଗରୀ ବଦଳାଇ ଦେଇଥିବା ବେଳେ ଏଥିରୁ ହେଲଥି ଲେବୁଲ ହଟାଇ ଏହାକୁ ଫଙ୍କସନାଲ ନ୍ୟୁଟ୍ରିସନଲ ଡ୍ରିଂକସ କରି ଦିଆଯାଇଛି । ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅନେକ ପେୟ ପଦାର୍ଥ କମ୍ପାନୀଙ୍କ ତାଙ୍କ ଇ-କମର୍ସ ପ୍ଲାଟଫର୍ମରୁ ହେଲଥ୍ ଡ୍ରିଂକ କ୍ୟାଟଗରୀକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

Advertisement

ଖାଦ୍ୟ ନିରାପତ୍ତା ଏବଂ ମାନକ ଅଧିନିୟମ ୨୦୦୬ ଅନୁଯାୟୀ ପାନୀୟ ପ୍ରଡକ୍ଟରୁ ହେଲଥ ଡ୍ରିଙ୍କ୍ ହଟାଇବାକୁ କୁହାଯାଇଥିଲା । କାରଣ ବୋର୍ନଭିଟା ଏବଂ ହର୍ଲିକ୍ସ ପରି ପାନୀୟରେ ଅଧିକ ଚିନି ସ୍ତର ଥିବା ସୋଶାଲ ମିଡିଆ ଇନଫ୍ଲୁଏନ୍ସର ଫୁଡ୍ ଫାର୍ମ ଅଭିଯୋଗ କରିଥିଲା ।

ଏହା ପରେ, ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଘଉଚଉଜ) ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ୠଝଝଇଓ)କୁ ନମୂନା ପରୀକ୍ଷା କରିବାକୁ କୁହାଯାଇଥିଲା । ପରୀକ୍ଷଣରୁ ଶର୍କରା ସ୍ତର ଅଧିକ ଥିବା ଜଣା ପଡିବା ପରେ ହେଲଥ ଡ୍ରିଙ୍କ୍ସ ହଟାଇବାକୁ ନିର୍ଦ୍ଦେଶ ଦିଆଯଇଥିଲା ।

Leave a Reply

Your email address will not be published. Required fields are marked *