Pratidin TV

Odisha's Digital News Platform

ଟ୍ରାକ୍ଟରକୁ କରୁଥିଲା ଓଭରଟେକ୍‌; ସାମ୍ନା ଆଡୁ ଆସି ପିଟିଦେଲା ଡମ୍ଫର, ଚାଲିଗଲା ଦମ୍ପତିଙ୍କ ଜୀବନ

ଉତ୍ତର ପ୍ରଦେଶ : ଥମିବାର ନା ନେଉନି ଦୁର୍ଘଟଣା । ପ୍ରତ୍ୟେକ ଦିନ ଘଟୁଛି ଦୁର୍ଘଟଣା ଆଉ ଚାଲିଯାଉଛି ନିରୀହ ଜୀବନ । କେତେବେଳେ ଟ୍ରେନ ତ କେତେବେଳେ ବସ ତ ପୁଣି କେବେ ବାଇକ ଧକ୍କାରେ ପ୍ରାଣ ହରାଉଛି ମଣିଷ । ବ୍ୟସ୍ତବହୁଳ ଜୀବନ ଭିତରେ ସର୍ତକତା ଅବଲମ୍ବନ ନକରିବାରୁ ଘଟୁଛି ବଡ ବଡ ଅଘଟଣ । ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରୁ ଆସିଛି ଏଭଳି ଏକ ଦୁଃଖଦ ଖବର । ଓଭର ଟେକ କରି ଚାଲିଗଲା ୪ଜୀବନ । ପିକଅପ ଭ୍ୟାନ ଏବଂ ଡମ୍ଫର ମଧ୍ୟରେ ଧକ୍କା ହେବାରୁ ଦମ୍ପତିଙ୍କ ସମେତ ୪ଜଣଙ୍କ ପ୍ରାଣ ଚାଲିଯାଇଛି । ଏଥିସହ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ନେଇ ସ୍ଥାନୀୟ ଳୋକେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଛି । ଏବଂ ଘଟଣାସ୍ଥଳରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ସୂଚନା ମୁତାବକ, ବୁଧୁବାର ରାତିରେ କାନପୁର ଜିଲ୍ଲାର ବିଧନୁ ଥାନା ଅନ୍ତର୍ଗତ ଅଫଜଲପୁର ମୋଡରେ କାନପୁରରୁ ଘାଟମପୁର ଆଡକୁ ଆସୁଥିବା ପିକଅପ୍ ଭ୍ୟାନକୁ ସାମ୍ନା ପଟୁ ଡମ୍ଫରଟି ଦ୍ରୃତଗତିରେ ଆସି ଧକ୍କା ଦେଇଥିଲା । ଏହି ଘଟଣାରେ ପିକଅପ୍ ଭ୍ୟାନରେ ଥିବା ୫୫ ବର୍ଷୀୟ ସାଦିକ ଏବଂ ତାଙ୍କ ୪୫ ବର୍ଷୀୟ ପତ୍ନୀଙ୍କ ସହିତ ଅନ୍ୟ ୨ ଜଣଙ୍କର ପ୍ରାଣ ଚାଲିଯାଇଥିଲା । ଅନ୍ୟ ୯ ଜଣ ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଆହତ ହୋଇଥିବା କିଛି ଲୋକଙ୍କ ଅବସ୍ଥା ବର୍ତ୍ତମାନ ସୁଧ୍ୟା ଗୁରୁତର ଅଛି ବୋଲି ଜଣାପଡିଛି । ଏହି ଦୁର୍ଘଟଣା ନେଇ ପୋଲିସ କହିଛି କି, ୧୧ ଜଣଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନର ଡ୍ରାଇଭର ଏକ ଟ୍ରାକ୍ଟରକୁ ଓଭରଟେକ କରିବାକୁ ଯାଇ ଡମ୍ଫର ସହିତ ଧକ୍କା ହୋଇଥିଲା । ଫଳରେ ୪ ଜଣଙ୍କର ଜୀବନ ଚାଲିଯାଇଥିଲା । ଘଟଣାସ୍ଥଳରୁ ପୋଲିସ ଡମ୍ଫର ଚାଳକକୁ ଗିରଫ କରିବା ସହ ଗାଡିକୁ ମଧ୍ୟ ଜବତ କରିଛି ।

Leave a Reply

Your email address will not be published. Required fields are marked *