ହଷ୍ଟେଲ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ , ପରିବାର ଆଣିଲା ସଙ୍ଗୀନ ଅଭିଯୋଗ ..
1 min readକେନ୍ଦ୍ରାପଡା : ମୋ ପୁଅକୁ ମାରିଦେଲେ କ୍ୟାରିପାୱାର ହଷ୍ଟେଲର ମାଷ୍ଟର ମାନେ । କୋହ ଭରା କଣ୍ଠରେ କହିଛନ୍ତି ଫୋରଡ଼ ଗାଁର ସୁବ୍ରତମୁଦୁଲିଙ୍କ ବାପା ଓଁ ମା । ସୂଚନା ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅଧିନସ୍ତ କଂସାର ପଞ୍ଚାୟତର ଫୋରଡ଼ ଗାଁର ସୁବାଷ ମୁଦୁଲିଙ୍କ ପୁଅ ସୁବ୍ରତ ମୁଦୁଲି କଜଳା ମହାଦେବ ମନ୍ଦିର ନିକଟରେ ଥିବା କ୍ୟାରିପାୱାର ହଷ୍ଟେଲରେ ରହି ପାଠ ପଢୁଥିଲା ଗତ ୧୦ ତାରିଖ ଶୁକ୍ରବାର ଦିନରାତିରେ ହଷ୍ଟେଲ ଦାଇତ୍ୱରେ ଥିବା ମାଷ୍ଟରଙ୍କୁ କହି ପୁଅକୁ ନେଇଥିଲେ ଘରକୁ ହେଲେ ତହିଁ ଆର ଦିନ ଅର୍ଥାତ ଶନିବାର ଦିନ ସଖାଳେ ପୁଅକୁ ହଷ୍ଟେଲ ମାଷ୍ଟରଙ୍କ ଜିମାଦେଇ ଆସିଥିଲେ ।
ଅନ୍ୟପକ୍ଷରେ ସୁବାଷଙ୍କ ସ୍ତ୍ରୀଦେହ ଅସୁସ୍ଥ ଥିବାରୁ ନିଜେ ସୁବାସ ମୁଦୁଲି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇବା ପାଇଁ ଟିକେଟ କରି ଧାଡିରେ ଛିଡା ହୋଇଥିବା ବେଳେ ହଠାତ କିଛି ଲୋକ ସୁବ୍ରତକୁ କାନ୍ଧରେ ବୋହି ଡାକ୍ତରଙ୍କ ପାଖକୁ ନେଉଥିବା ବେଳେ ସୁବ୍ରତକୁ ଦେଖିବାପା ଓ ମା ସେହି ଜାଗାରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ପୁଅର ମଲା ଖଵର ପ୍ରଚାରିତ ହୋଇଯିବା ପରେ ଫୋରଡ଼ ଗାଁର ଲୋକମାନେ ସୁବାସ ସହିତ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏକଥା ଆମେ କହୁନୁ କହୁଛନ୍ତି ଖୋଦ ମୃତକଙ୍କ ବାପା ଓ ମା ।
ଅଭିଯୋଗ ପାଇ ସଦର ଏବେ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି । ଅନ୍ୟ ପକ୍ଷରେ ହଷ୍ଟେଲରେ ଜଣେ ଛାତ୍ରର ମୁତୁ ଘଟଣା ଶୁଣି କିଛି ଅଭିଭାବକ କ୍ୟାରି ପାୱାର ହଷ୍ଟେଲରୁ ନିଜ ପିଲାଙ୍କୁ ହଷ୍ଟେଲରୁ ନେଇଯାଉଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ତେବେ ସଦର ପୋଲିସ ମୃତକଙ୍କ ପରିବାରଙ୍କୁ କିପ୍ରକାର ସାହାଯ୍ୟ କରୁଛି ତାହା ଖାଲି ଦେଖିବା ବାକିରହିଲା ।