Pratidin TV

Odisha's Digital News Platform

ବର୍ଷା ଉଜାଡିଦେଲା ସୁବାଷଙ୍କ ସଂସାର ; ଆଖି ସାମ୍ନାରେ ଭାସିଗଲା ଘର …

ଭଦ୍ରକ : ଚାହୁଁ ଚାହୁଁ ହଠାତ୍ ପାଣିରେ ମିଶିଗଲା ଚାଳ ଛପର ଘର । ଆଉ ଉଜୁଡ଼ି ଗଲା ନିଜ ଝାଳ ବୁହା ଧନରେ ତିଆରି କରୁଥିବା ଚାଳ ଛପର ଘର । ଯାହାର ଦୃଶ୍ୟ ସମ୍ପୂର୍ଣ୍ଣ ଭାବେ କଏଦ୍ ହୋଇଛି କ୍ୟାମେରାରେ । ଚାହୁଁ ଚାହୁଁ ପାଣିରେ ମିଶିଗଲା ଘର,କ୍ୟାମେରାରେ କଏଦ୍ ହେଲା ଘର ଭାଙ୍ଗି ପଡ଼ିବାର ଲାଇଭ୍ ଦୃଶ୍ୟ ।

ଖବର ଅନୁଯାୟୀ ବନ୍ତ ବ୍ଲକ୍ ରାମଚନ୍ଦ୍ରପୁର ଗାଁର ସୁବାଷ ଜେନାଙ୍କ ଘରେ ଲଗାଣ ବର୍ଷା ପ୍ରଭାବରୁ କପାଳୀ ନଦୀର ଜଳ ଘରେ ପଶିବାଯାଇଥିଲା । ଏ ଯୋଗୁଁ ନିଜ ଘର ଛାଡ଼ି ସୁବାଷ ପିଲା ଓ ସ୍ତ୍ରୀଙ୍କୁ ଧରି ଘରୁବାହାରକୁ ପଳାଇ ଆସିଥିଲେ । ଏହାର କିଛି ସମୟ ମଧ୍ୟରେ ନଦୀର ଜଳ ସମ୍ପୂର୍ଣ୍ଣ ଭାବେ ଘରେ ପଶିବା ସହ ସୁବାଷଙ୍କ ପରିବାର ରହୁଥିବା ଚାଳ ଛପର ଘରଟି ହଠାଥ୍ ଭାଙ୍ଗି ପଡ଼ିଥିଲା । ଆଉ ସେହି ଘରେ ରହି ଯାଇଥିବା ସମସ୍ତ ଆସବାବ ପତ୍ର ମଧ୍ୟ ନଷ୍ଟ ହୋଇ ଯାଇଛି । ଏବେ ସୁବାଷ ଓ ତାଙ୍କର ପରିବାର କେଉଁଠି ରହିବେ ଓ କିପରି ଚଳିବେ ସେନେଇ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ସଂପୂର୍ଣ୍ଣ ପରିବାର ।

ନିଜ ଝାଳ ବୁହା ଧନରେ ପରିଶ୍ରମ କରି ଚାଳଛପର ଘର ଖଣ୍ଡିଏ ଠିଆ କରିଥିଲା । ଯାହା ବର୍ତ୍ତମାନ ବନ୍ୟା ଜଳରେ ଧୋଇ ହୋଇଯାଇଛି । ଘରେ କରିଥିବା ଜିନିଷ ଗୁଡିକୁ ମଧ୍ୟ ଜୀବନ ଭୟରେ କାଢିପାରିନଥିଲେ ସୁବାଷ । ଏବେ ଘର ଭାସିଯିବାରୁ ସର୍ବଶାନ୍ତ ହୋଇପଡିଛନ୍ତି ସେ ।

Leave a Reply

Your email address will not be published. Required fields are marked *