ଚଳନ୍ତା ବସ୍ ଲାଗିଲା ନିଆଁ ; ୩୦ ଯାତ୍ରୀଙ୍କୁ ଏକା ବଞ୍ଚାଇଦେଲା ଡ୍ରାଇଭର…..
1 min readଜନଗହଳି ରାସ୍ତାରେ ପ୍ରାୟ ୩୦ ଜଣଙ୍କୁ ନେଇ ଯାଉଥିବା ଏକ ବସ୍ରେ ହଠାତ୍ ନିଆଁ ଲାଗିଯାଇଛି । ନିଆଁହଠାତ୍ ଏତେ ଜୋରରେ ଲାଗିଥିଲା ଯେ କିଛି ସମୟ ମଧ୍ୟରେ ପୁରା ବସକୁ ନିଜ ଆୟତକୁ କରିନେଇଥିଲା । କିନ୍ତୁ ସବୁଠୁ ବଡ କଥା ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଜୀବିତ ଅଛନ୍ତି ।
ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ (BMTC) ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆଜି ଏକ ସରକାରୀ ବସ୍ ସକାଳେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବସରେ ନିଆଁ ଲାଗି ଯାଇଥିଲା। ବିଏମଟିସି ସୂତ୍ରରୁ ପ୍ରକାଶ ଯେ ଡ୍ରାଇଭର ଗଏ ରାସ୍ତାରେ ଇଗ୍ନିସନ୍ ଟର୍ନ୍ ଅନ୍ କଲାବେଳେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ପ୍ରିମା ଫେସୀ, ଇଞ୍ଜିନ୍ ଅତ୍ୟଧିକ ଗରମ ହୋଇଥିବା ଜଣାପଡିଛି ଜ୍ଝ ଅଗ୍ନିକାଣ୍ଡ ସମୟରେ ବସ୍ରେ ୩୦ ଜଣ ଯାତ୍ରୀ ଥିଲେ ମଧ୍ୟ ସତର୍କ ଡ୍ରାଇଭର ସେମାନଙ୍କୁ ଠିକ୍ ସମୟରେ ସ୍ଥାନାନ୍ତର କରି ଅଗ୍ନିଶମ କର୍ମଚାରୀଙ୍କୁ ଜଣାଇଥିଲେ।
ବିଏମଟିସିର ବରିଷ୍ଠ ଅଧିକାରୀମାନେ ନିଆଁ ଲାଗିବାର କାରଣ ଯାଞ୍ଚ କରୁଛନ୍ତି। ରିପୋର୍ଟ ପ୍ରସ୍ତୁତ ହେବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମଟିସି ସୂତ୍ରରୁ ପ୍ରକାଶ।