Pratidin TV

Odisha's Digital News Platform

ଜେଲରେ ବଲିଉଡ୍ କଳାକାରଙ୍କ ସହ କେମିତି ବ୍ୟବହାର କରାଯାଏ? ଅନୁଭୂତ୍ତି ସେୟାର କଲେ ଜେଲ ଫେରନ୍ତା ଏହି ୪ଜଣ କଳାକାର

1 min read

ଆମ ଦେଶରେ ବଲିଉଡର କଳାକାରଙ୍କୁ ଜଣେ ଜଣେ ଆଇକନଙ୍କ ଭଳି ମାନିଥାନ୍ତି । ସିନେମାରେ କଳାକାର ମାନଙ୍କୁ ଏପରି ବର୍ଣ୍ଣନା କରାଯାଇଥାଏ କି, ସିନେମା ଦେଖିଲା ପରେ ଦର୍ଶକ ତାଙ୍କୁ ରିୟଲ ଜୀବନର ହୀରୋ ବୋଲି ମାନିଥାନ୍ତି । କିଛି ଲୋକ ତ ସିନେ କଳାକାରଙ୍କୁ ପ୍ରେରଣା ବୋଲି ମାନିଥାନ୍ତି । ଏପରି ବି ଦର୍ଶକ ଅଛନ୍ତି ଯେଉଁମାନେ ଏହି ସିନେ କଳାକାରଙ୍କୁ ଭଗବାନ ବୋଲି ମାନିଥାନ୍ତି । କିନ୍ତୁ କେବେ ଜାଣିଛନ୍ତି କି, ଯଦି କେବେ କୌଣସି କଳାକାର ଅପରାଧ କରି ଜେଲ୍ ଯାଆନ୍ତି ସେଠାରେ ତାଙ୍କୁ କିପରି ବ୍ୟବହାର କରାଯାଏ? ଆଜି ଆମେ ୪ଜଣ ନାମୀଦାମୀ କଳାକାରଙ୍କ ବାବଦରେ ଜାଣିବା, ଯେଉଁମାନେ ଜେଲରେ କାଟିଥିବା ପ୍ରତିଟି ଦିନ କିପରି ଥିଲା ତାହା ବଖାଣିଛନ୍ତି ।


ରାଜ କୁନ୍ଦ୍ରା – ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ତାଙ୍କ ଫିଲ୍ମ ‘UT69’ ସହିତ ଆସୁଛନ୍ତି। ଏଥିରେ, ୨୦୨୧ ମସିହାରେ ସେ ଜେଲ ଯିବାର କାହାଣୀ ଦେଖାଯିବ । ୨୦୨୧ ମସିହାରେ, ରାଜ କୁନ୍ଦ୍ରାଙ୍କ ଉପରେ ଆଡଲ୍ଟ ଫିଲ୍ମ ନିର୍ମାଣ ଏବଂ ପ୍ରକାଶନ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିଲା। ପ୍ରାୟ ଦୁଇ ମାସ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା। ଆଉ ବର୍ତ୍ତମାନ ଏହି ସିନେମାର ଟ୍ରେଲର ରିଲିଜ୍ ପରେ ଜେଲରେ ଥିବା ସମୟରେ ପ୍ରତିଟି ଦିନ କେମିତି କଟିଥିଲା ତାହା ସେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଜେଲରେ ବିତିଥିବା ୬୩ ଦିନ ସେ କେବେ ବି ଭୁଲିପାରିବେ ନାହିଁ । ଆର୍ଥର ରୋଡ୍ ଜେଲ୍ ଏକ ବନ୍ଦ କେନ୍ଦ୍ର ପରି ଥିଲା । ଯେଉଁଠାରେ ମୋତେ ଅପରାଧୀ ଭଳି ବ୍ୟବହାର କରାଯାଉଥିଲା । ମୁଁ ଜାଣିଥିଲି ଯେ ମୁଁ ନିର୍ଦ୍ଦୋଷ, ମୁଁ ମଧ୍ୟ ଶିଳ୍ପାଙ୍କୁ କହିଥିଲି ଯେ ଯଦି ମୁଁ ଦୋଷୀ ପ୍ରମାଣିତ ହୁଏ ତେବେ ମୁଁ ଲଜ୍ଜାରେ ବଞ୍ଚି ପାରିବି ନାହିଁ, କିନ୍ତୁ ଆମ ଦୁହିଁଙ୍କର ଆଇନ ଉପରେ ବିଶ୍ୱାସ ଥିଲା।

Advertisement


ଶାହାରୁଖ ଖାନ- ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କୁ ମଧ୍ୟ ଜେଲର ହାୱା ଖାଇବାକୁ ପଡିଛି । ଜଣେ ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାର ପାଇଁ ତାଙ୍କୁ ଗୋଟିଏ ଦିନ ଜେଲରେ ରହିବାକୁ ପଡିଥିଲା । ଏକ ସାକ୍ଷାତକାରରେ ଶାହାରୁଖ ଏହା ବିଷୟରେ କହିଥିଲେ। ଏକ ସାକ୍ଷାତକାରରେ ଶାହାରୁଖ କହିଥିଲେ, ‘ଏକ ପତ୍ରିକାର ସମ୍ପାଦକଙ୍କ ସହ ମୋର ଜୋରଦାର ଝଗଡା ହୋଇଥିଲା କାହିଁକି ନା ସେ ମୋ ବିଷୟରେ ଏବଂ ମୋ ସହଯୋଗୀଙ୍କ ବିଷୟରେ ମିଛ ଖବର ଛାପୁଥିଲେ । ସେଥିପାଇଁ ମୋର ତାଙ୍କ ସହ ଝଗଡା ହୋଇଥିଲା ଆଉ ମତେ ଜେଲ୍ ଜିବାକୁ ପଡିଥିଲା । ଜେଲରେ ମୁଁ ବହୁତ ଡରିଯାଇଥିଲି । ପୋଲିସ ମତେ ବହୁତ ଖରାପ ବ୍ୟବହାର କରୁଥିଲେ । ଜେଲର ପରିବେଶ ବହୁତ ଅପରିଷ୍କାର ଥିଲା । ମୁଁ କେବେ ବି ସେଇ ଗୋଟେ ଦିନ ଭୁଲିବି ନାହିଁ ।


ସଲମାନ ଖାନ୍ – ସଲମାନ୍ ଖାନଙ୍କୁ ୧୯୯୮ରେ କଳା ମୃଗ ଶିକାର ମାମଲାରେ ଜୋଧପୁର କୋର୍ଟ ୫ବର୍ଷର ଜେଲଦଣ୍ଡ ଶୁଣାଇଥିଲେ । ସଲମାନ୍ ୪ଥର ଜେଲ୍ ଜାଇସାରିଛନ୍ତି । ଏବଂ ବେଲରେ ମଧ୍ୟ ଜେଲରୁ ମୁକୁଳିଛନ୍ତି । ସଲମାନ ଏକ ସାକ୍ଷାତକାରରେ କହିଛନ୍ତି, ଜେଲ ଯିବା ସମୟରେ ମୁଁ ପୂରା ବ୍ଲାଙ୍କ୍ ହୋଇଯାଇଥିଲି । ସବୁଠୁ ବଡ ଟେନସନର କଥା ଥିଲା ଜେଲର ବାଥରୁମ୍ । ଗୋଟିଏ ରୁମରେ ୧୦ଜଣ କଏଦି ରହୁଥିଲେ । ଆଉ ସମସ୍ତେ ଗୋଟିଏ ଟଏଲେଟ୍ ବ୍ୟବହାର କରୁଥିଲେ । ସକାଳୁ ସକାଳୁ ଯେଉଁ ମଗରେ ଚା’ ମଳୁଥିଲା ସେଇ ପାତ୍ରରେ ଭାତ ଡାଲି ବି ଦିଆଯାଉଥିଲା । ସବୁଠ ବଡ ଖରାପ କଥା ଥିଲା, ଯେଉଁ ପାତ୍ରରେ ଆମକୁ ଖାଇବାକୁ ଦିଆଯାଉଥିଲା ସେହି ପାତ୍ରକୁ ଧୋଇକି ସେଥିରେ ଗାଧୋଇବାକୁ ବି ପଡୁଥିଲା । ବହୁ କଷ୍ଟରେ ଜେଲରେ ଦିନ କାଟିଛି ମୁଁ ।


ସଞ୍ଜୟ ଦତ୍ତ୍ – ୧୯୯୩ରେ ମୁମ୍ବାଇ ବ୍ଲାଷ୍ଟ୍ ଏବଂ ଘରେ ଅବୈଧ ହତିଆର୍ ରଖିବା ଅଭିଯୋଗରେ ସଞ୍ଜୟ ଦତ୍ତଙ୍କୁ ଜେଲ ଯିବାକୁ ପଡିଥିଲା । ସେ ଦୀର୍ଘ ୫ବର୍ଷ କାଳ ପୁଣେର ଏକ ଜେଲରେ ରହିଥିଲେ । ଆଉ ଏକ ସାକ୍ଷାତକାରରେ ସେ କିପରି ଜେଲରେ ଦିନ କାଟିଥିଲା ତାହା ବର୍ଣ୍ଣନା କରିଛନ୍ତି, ସଞ୍ଜୟ କହିଛନ୍ତି, ଜେଲରେ କେବଳ ଫିଜିକାଲି ବନ୍ଧି ଭାବେ ରୁହନ୍ତି ତା ନୁହେଁ ମେଣ୍ଟାଲି ଭି ନଜକୁ ପ୍ରସ୍ତୁତ କରିବାକୁ ପଡିଥାଏ, ଆଉ ନିଜକୁ ବୁଝେଇବାକୁ ପଡିଥାଏ କି, ଏଠି କେହି ନିଜ ଇଛାର ମାଲିକ ନୁହଁନ୍ତି । ପ୍ରଥମେ ପ୍ରଥମେ ମୁଁ ବହୁତ କାନ୍ଦିଛି । ମୁଁଣ୍ଡରେ ଗୋଟିଏ କଥା ଚାଲିଥିଲା, ପରିବାରଠୁ ଅଲଗା ହୋଇ ୬ବର୍ଷ ମୁଁ କେମିତି ରହିବି, ପରେ ମୁଁ ନିଜକୁ ସକାରାତ୍ମକ ଭାବେ ବୁଝେଇବାକୁ ଚେଷ୍ଟା କଲି । ଆଉ ପ୍ରତିଦିନ ସକାଳ ୬ଟାରୁ ଉଠି ଦିନ ଆରମ୍ଭ କରୁଥିଲି । ଏହି ୬ବର୍ଷ ମଧ୍ୟରେ ମୁଁ ଜେଲରେ କୁକିଂ, ପେଣ୍ଟିଂ ଏବଂ ବାୟାମ୍ ଭଳି ଅନେକ କାମ କରୁଥିଲି ।

Leave a Reply

Your email address will not be published. Required fields are marked *