Pratidin TV

Odisha's Digital News Platform

ଓ୍ବାୟନାଡରେ କିଭଳି ଅଛନ୍ତି ଓଡିଆ , ମନ୍ତ୍ରୀ ସୁରେଶ ପୂଜାରୀ ଦେଲେ ପ୍ରତିକ୍ରିୟା

ଝାରସୁଗୁଡା ; ଦେଶର ବହୁ ଚର୍ଚ୍ଚିତ କେରଳର ଓ୍ବାୟନାଡ ଘଟଣାରେ ଝାରସୁଗୁଡାର ଆହତ ଝିଅର ଚିକିତ୍ସା ଚାଲିଥିବା ନେଇ କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ । ସମ୍ବଲପୁର ଠାରେ ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ ଏନେଇ କେରଳ ସରକାର ସାଙ୍ଗରେ ଆମେ ସମ୍ପର୍କରେ ଅଛୁ । ଓଡିଆ ଝିଅ ସେଠାରେ ଏସଆରସି ଅଛନ୍ତି । ତାଙ୍କୁ ଯୋଗାଯୋଗ କରାଯାଇଛି । ଝାରସୁଗୁଡାର ଝିଅ ୯୦ ପ୍ରତିଶତ ଆରୋଗ୍ୟ ଲାଭ କଲେଣି ।

ମାଟି ଅତଡା ଧସିବା ଫଳରେ ତାଙ୍କର ଫୁସଫୁସରେ ମାଟି ଓ କାଦୁଅ ପ୍ରବେଶ କରିଥିଲା । ତାହା ୯୫ ପ୍ରତିଶତ ବାହାର କରାଯାଇଛି । ଚତୁର୍ଥ ବ୍ୟକ୍ତି ସ୍ବାଧିନ ପଣ୍ଡା ନିଖୋଜ ଅଛନ୍ତି । ସେ ସୁସ୍ଥ ଉଦ୍ଧାର ହୁଅନ୍ତୁ ବୋଲି ଆଶା କରୁଛୁ । ସେଠାରେ ଉଦ୍ଧାର କାର୍ଯ୍ଯର ନେଭି,ବାୟୁସେନା କାର୍ଯ୍ଯ ଜାରି ରଖିଛନ୍ତି ।

ଯଦି ଓଡିଶାର ଆବଶ୍ୟକତା ପଡେ ଆମେ ସହଯୋଗ କରିବା ପାଇଁ ସବୁବେଳେ ପ୍ରସ୍ତୁତ ବୋଲି ମନ୍ତ୍ରୀ ସୁରେଶ କହିଛନ୍ତି । ତାସହ ମୃତଦେହ ପଚିବା ଆରମ୍ଭ କରିଥିବାରୁ ବିମାନ ଯୋଗେ ଆଣିବା ସମ୍ଭବପର ନହେବାରୁ ସଡ଼କ ପଥରେ ଅଣାଯାଉଛି । ୩୦ ଘଣ୍ଟା ସମୟ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି ମନ୍ତ୍ରୀ । ଓଡିଶା ସରକାରଙ୍କର ଅଧିକାରୀ ମଧ୍ୟ ସାଙ୍ଗରେ ଅଛନ୍ତି ବୋଲି ମନ୍ତ୍ରୀ ସୁରେଶ ପୁଜାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ନିଖୋଜ୍ ଡାକ୍ତର – ସ୍ବାଧିନ ପଣ୍ଡା

Leave a Reply

Your email address will not be published. Required fields are marked *