Pratidin TV

Odisha's Digital News Platform

ସ୍ପେସ୍ ଷ୍ଟେସନରେ କିପରି ମଳ ମୂତ୍ର ତ୍ୟାଗ କରନ୍ତି ମହାକାଶଚାରୀ । କେଉଁଠି ଥାଏ ଶୌଚାଳୟ ?

1 min read

ସ୍ପେସ୍ ଷ୍ଟେସନ୍‌ରେ ମହାକାଶ ଚାରୀ କିପରି କରନ୍ତି ମଳ/ମୂତ୍ର ତ୍ୟାଗ? ଭୂ-ପୃଷ୍ଠ ଭଳି ମହାକାଶରେ କେଉଁଠି ରହିଛି ଶୌଚାଳୟ? ଏମିତି ଅନେକ ପ୍ରଶ୍ନ ଆପଣମାନଙ୍କ ମନରେ ନିଶ୍ଚିତ ଥିବ । ତେବେ ଚାଲନ୍ତୁ ଜାଣିବା ସ୍ପେସ୍‌୍ ଷ୍ଟେସନର କିଛି ଏଭଳି କଥାକୁ ..

୧୯୬୧ ମସିହା ଏପ୍ରିଲ ମାସ ୧୨ ତାରିଖରେ ଋଷିଆ ମହାକାଶଚାରୀ ୟୁରି ଗୁଗାରିନଙ୍କୁ ପ୍ରଥମ ଥର ପାଇଁ ମହାକାଶକୁ ପଠାଯାଇଥିଲା । ସକାଳ ୯.୭ ମିନିଟ୍‌ରେ ସ୍ପେସକ୍ରାଫ୍ଟ ଭୋଷ୍ଟକ-୧ ଲଞ୍ଚ ହୋଇଥିଲା । ଏହା ପ୍ରାୟ ୧ ଘଣ୍ଟା ୨୯ ମିନିଟ୍ ଭିତରେ ପୃଥିବୀର କକ୍ଷ ପଥରେ ପହଞ୍ଚି ୧୦,୫୫ ମିନିଟରେ ସେଠାରୁ ସୁରକ୍ଷିତ ଭାବେ ସୋଭିଏତ୍ ୟୁନିୟନକୁ ଫେରିଆସିଥିଲା । ସ୍ୱଭାଗ୍ୟ ବସତ ତାଙ୍କୁ ଟଏଲଟ୍ ଲାଗିନଥିଲା । କିନ୍ତୁ ଏହାପରେ ଏଲନ୍ ସୋଫର୍ଡ ମହାକାଶ ମିଶନରେ ଯାଇଥିଲେ । କିନ୍ତୁ ତାଙ୍କ ସମୟ ଅବଧି ଅଧିକ ଥିଲା । ତେଣୁ ତାଙ୍କୁ ମିଶନ ମଝିରେ ଟଏଲେଟ୍‌ ଲାଗିଥିଲା ।

ଏନେଇ ସେ ତୁରନ୍ତ ଭୂ-ପୃଷ୍ଠରେ ଥିବା ବୈଜ୍ଞାନିକ ଟିମ୍ ସୂଚୀତ କରିଥିଲେ । ଟିମ୍ ତାଙ୍କୁ ସ୍ପେସ୍ ସୁଟରରେ ଟଏଲେଟ୍‌ କରିବାକୁ ପରାମର୍ଶ ଦେଇଥିଲେ । ଏଲନ ଏଭଳି କରିବା ଯୋଗୁ ପରେ ତୁରନ୍ତ ସ୍ପେସ୍ ଭିତରେ ସଟସର୍କିଟ ହୋଇଥିଲା । କାରଣ ସ୍ପେସ୍ ସୁଟରରେ ମୁତ୍ର ସଂଗ୍ରହ ପ୍ରଣାଳୀ ନଥିଲା । ଏହାପରେ ଆମେରିକା ନିଜର ପରବର୍ତ୍ତୀ ମିଶନରେ ମୂତ୍ର ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ସ୍ପେସ୍ ଷ୍ଟେସନରେ ଏକ ଭାକ୍ୟୁମ ଟ୍ୟୁବ୍ ମାଧ୍ୟମରେ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା କରାଯାଇଥିଲା । ସେବେଠାରୁ ବୈଜ୍ଞାନିକ ମାନେ ଭାକ୍ୟୁମ ଟ୍ୟୁବ ମାଧ୍ୟମରେ ମଳ ଏବଂ ମୂତ୍ର ତ୍ୟାଗ କରିଥାନ୍ତି ।

ମହାକାଶଚାରୀଙ୍କୁ ପରିଶ୍ରା ଲାଗିବା କ୍ଷଣି ସେମାନେ ଏକ ପ୍ରକାରର ବୋତଲ ଭଳି ଦେଖାଯାଉଥିବା ଭାକ୍ୟୁମ ପାଇପକୁ ବ୍ୟବହାର କରିଥାନ୍ତି । ଯାହା ଏୟାର ପ୍ରେସର ମାଧ୍ୟମରେ ଚାଲିଥାଏ । ଏହା ପରିଶ୍ରାକୁ ଟାଣି ଟାଙ୍କିରେ ପକାଇଥାଏ । ଆଉ ସେହି ପରିଶ୍ରାକୁ ସ୍ପେସ୍ ଷ୍ଟେସନରେ ରି-ସାଇକେଲ କରି ପାନୀୟ ଜଳ ଭାବେ ବ୍ୟବହାର କରାଯାଏ । ନାସାର ଜଣେ ବୈଜ୍ଞାନିକ କହିଛନ୍ତି ସ୍ପେସ୍ ଷ୍ଟେସନରେ ପ୍ରାୟ ୯୦ ପ୍ରତିଶତ ରି-ସାଇକେଲ ପାଣି ବ୍ୟବହାର ହୋଇଥାଏ ।

Leave a Reply

Your email address will not be published. Required fields are marked *