Pratidin TV

Odisha's Digital News Platform

ନିଜ ମୁଣ୍ଡକୁ କିପରି ଶାନ୍ତ ରଖନ୍ତି ଏଲନ ମସ୍କ, କରିଲେ ବଡ ଖୁଲାସା…

1 min read

ଟେନସନ ସମସ୍ତଙ୍କର ଥାଏ । କିଏ ଛୋଟ କଥାକୁ ନେଇ ତ ଆଉ କିଏ ବଡ କଥାକୁ ନେଇ ଚାପରେ ରହିଥାନ୍ତି । କୁହାଯାଏ ଯେ ଧନୀ ବ୍ୟକ୍ତିଙ୍କର ଅଧିକ ଟେନସନ ଥାଏ । ସେମାନେ କେବେ ଶାନ୍ତିରେ ରହିପାରନ୍ତି ନାହିଁ । ସବୁବେଳେ ନିଜ କାମ କିମ୍ବା ବ୍ୟବାସୟ ବା ଅନ୍ୟ କୈାଣସି କଥାକୁ ନେଇ ଟେନସନ ରହିଥାନ୍ତି । ଆଉ ସେଥିରୁ ଶାନ୍ତ ରହିବା ପାଇଁ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଯେପରି ଫିଲ୍ମ ଦେଖିବା, ବୁଲିବା, କିମ୍ବା ନିଜ ପସନ୍ଦର ଖାଦ୍ୟ ଖାଇବା ଏବଂ ନିଜ ପସନ୍ଦର ବ୍ୟକ୍ତିଙ୍କ ସହିତ ମିଳାମିଶା କରି ଚାପଦୂର କରିଥାନ୍ତି । ସେହିପରି ଦୁନିଆର ଧନୀ ତାଲିକାରେ ଆସନ୍ତି ଟେସଲା କମ୍ପାନୀ ମୁଖ୍ୟ ଏଲନ ମସ୍କ । କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏଲୋନ୍ ମସ୍କ ମଧ୍ୟ ଟେନସନ ରହିଥାନ୍ତି । କିନ୍ତୁ ସେ କିପରି ତାଙ୍କ ମନକୁ ବିଶ୍ରାମ ଦେଇଥାନ୍ତି ତାହାର ଖୁଲାସା କରିଛନ୍ତି।

ନିକଟରେ ଏଲୋନ୍ ମସ୍କ ଏକ ଏପିସୋଡରେ ପୋଡକାଷ୍ଟର୍ ଲେକ୍ସ ଫ୍ରିଡମ୍ୟାନ୍‌ଙ୍କୁ କହିଛନ୍ତି, ଭିଡିଓ ଗେମ୍ ଖେଳିବା ମୋ ମନକୁ ଶାନ୍ତ କରିଥାଏ । କାରଣ ଏହା ମୋର ମୁଖ୍ୟ ମନୋରଞ୍ଜନ କାର୍ଯ୍ୟକଳାପ । ତେଣୁ ମୁଁ ଅନେକ ଭିଡିଓ ଗେମ୍ ଖେଳିଛି । ସେ ଆହୁରୀ ମଧ୍ୟ କହିଛନ୍ତିି ଯେ କହିଛି ଯେ ମୋ ମନରେ ଝଡ଼ ସୃଷ୍ଟି ହୁଏ । ମୁଁ ଭାବୁନାହିଁ ଅଧିକାଂଶ ଲୋକ ମୋ ଭଳି ହେବାକୁ ଚାହାଁନ୍ତି । ସେମାନେ ହୁଏତ ଭାବିପାରନ୍ତି ଯେ ସେମାନେ ମୋ ପରି ହେବାକୁ ଚାହଁବେ କିନ୍ତୁ ସେମାନେ ହୋଇପାରିବେ ନାହିଁ । କାରଣ ମସ୍କଙ୍କ ଅନୁସାରେ ଏକ କଷ୍ଟସାଧ୍ୟ ଭିଡିଓ ଗେମ୍ ଖେଳ, ତୁମେ ପ୍ରବାହ ସ୍ଥିତିକୁ ଯାଇପାରିବ, ଯାହା ଅତ୍ୟନ୍ତ ଆନନ୍ଦଦାୟକ ଅଟେ ।

Advertisement

Leave a Reply

Your email address will not be published. Required fields are marked *