Pratidin TV

Odisha's Digital News Platform

ପାଣ୍ଡବଙ୍କ ସହ ସ୍ୱର୍ଗକୁ ଯାତ୍ରା କରୁଥିବା ବେଳେ କିଭଳି ଦ୍ରୌପଦୀ ପହଞ୍ଚିଗଲେ ନର୍କ, ଜାଣନ୍ତୁ କାରଣ..

ମହାଭାରତ ସମସ୍ତେ ଦେଖିଥିବେ ଏବଂ ପଢିଥିବେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆପଣମାନେ ଦ୍ରୌପଦୀଙ୍କ ବିଷୟରେ ମଧ୍ୟ ଅନେକ କଥା ଜାଣି ଥିବେ । କାରଣ ମହାଭାରତରେ ତାଙ୍କ ଉପରେ ଅୋନକ କଥା ବର୍ଣ୍ଣନା କରାଯାଇଛି । ହେଲେ ଆପଣଙ୍କ ଦ୍ରେପଦୀଙ୍କ ସହ ଜଡିତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବୁ । ମହାଭାରତର ଏକ ଉଲ୍ଲେଖନୀୟ ଚରିତ୍ର ହେଲେ ଦ୍ରୌପଦୀ । ସେ ହେଉଛନ୍ତି ରାଜା ଦ୍ରୁପଦଙ୍କ କନ୍ୟା ଓ ପଞ୍ଚ ପାଣ୍ଡବଙ୍କ ପତ୍ନୀ । ତେବେ ମହାଭାରତ ଯୁଦ୍ଧ ପରେ ,ସେ କେମିତି ଏବଂ କେଉଁଠି ମୃତ୍ୟୁ ବରଣ କଲେ ଆପଣ ଜାଣିଛନ୍ତି କି?

ତେବେ କୁହାଯାଏ ଯେ ଦ୍ରୌପଦୀ ସ୍ୱର୍ଗକୁ ନ ଯାଇ ନର୍କ ଯନ୍ତ୍ରଣା ଭୋଗିଥିଲେ । ଅନେକ ନାମରେ ଜଣାଶୁଣା ଏହି ପଞ୍ଚ ପାଣ୍ଡବଙ୍କ ପତ୍ନୀ । ପ୍ରଥମ ନା ଯାଜ୍ଞସୀନା ଏବଂ ୨ୟ ନାମ କୃଷ୍ଣା । କୁହାଯାଏ ଯେ ଦ୍ରୌପଦୀଙ୍କ ମୃତ୍ୟୁ କୁରୁକ୍ଷେତ୍ର ଯୁଦ୍ଧ ପରେ ହୋଇଥିଲା । କୁରୁକ୍ଷେତ୍ର ଯୁଦ୍ଧକୁ ମହାଭାରତ ଯୁଦ୍ଧ ମଧ୍ୟ କୁହାଯାଏ । ଏହି ଯୁଦ୍ଧରେ ୫ ପାଣ୍ଡବଙ୍କୁ ଛାଡି ଆଉ ସବୁ ନିହତ ହୋଇଥିଲେ । ଏମିତି ଦ୍ରୌପଦୀଙ୍କ ସବୁପୁତ୍ରଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ୫ ପାଣ୍ଡବଙ୍କୁ ଛାଡି ନଥିଲେ ଦ୍ରୌପଦୀ । ମହାଭାରତ ଯୁଦ୍ଧ ପରେ ୫ପାଣ୍ଡବଙ୍କ ସହ ସେ ହିମାଳୟ ଦେଇ ସ୍ୱର୍ଗକୁ ଯାତ୍ରା ଆରମ୍ଭ କରିଥିଲେ ।

ଏହି ଯାତ୍ରା ବେଳେ ତଳେ ପଡି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଏ । ଯାହା ପରେ ୫ଜଣ ସ୍ୱାମୀ ବିଚଳିତ ହୋଇ ପଡିଥିଲେ । ଏହାପରେ ଯୁଧିଷ୍ଠିରଙ୍କୁ ଭୀମ ପଚାରିଥିଲେ ଦ୍ରୌପଦୀ ଏତେ ଶୀଘ୍ର କାହିଁକି ଦେହ ତ୍ୟାଗ କଲେ ? ସ୍ୱର୍ଗ ଯାତ୍ରା କାହିଁକି ପୁରା କଲେନାହିଁ । ଏହାର ଉତ୍ତରରେ ଯୁଧିଷ୍ଠିର କହିଥିଲେ ଯେ ୫ଭାଇଙ୍କ ପତ୍ନୀ ହେବା ସତ୍ତ୍ୱେ ତାଙ୍କମନରେ ଅର୍ଜ୍ଜୁନଙ୍କ ପାଇଁ ଅଧିକ ପ୍ରେମ ଥିଲା । ଏହି କାରଣ ପାଇଁ ଦ୍ରୌପଦୀ କିଛି ବର୍ଷ ନର୍କର ଯନ୍ତ୍ରଣା ସହିବାକୁ ପଡିଥିଲା । ଏଥିପାଇଁ ସେ ସ୍ୱର୍ଗକୁ ଯାତ୍ରା କରି ପାରିଲେ ନାହିଁ । ତେବେ ଏହା କେତେ ଦୁର ସତ ତାହା ତ ଜଣା ନାହିଁ । ଏହା କିନ୍ତୁ କିଛି ପୌରାଣିକ ବହିରେ ଲେଖା ରହିଛି ।

Leave a Reply

Your email address will not be published. Required fields are marked *