କେମିତି ହୁଏ ଜନଗଣନା? କଣ ରହିବ ଜନ ଗଣନାର ପ୍ରଶ୍ନ ….
1 min readଜନ ଗଣନା ଗୋଟିଏ ଦେଶରେ ବିଶେଷ ମହତ୍ତ୍ୱ ରଖିଥାଏ । ଦେଶର ଜନଗଣନା ହିଁ ଦେଶର ପ୍ରଗତି ଓ ସମୃଦ୍ଧିର ରୂପରେଖ ପ୍ରସ୍ତୁତ କରେ । କହିରଖୁଛୁ, ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ରୁ ଜନଗଣନା ଆରମ୍ଭ ହେବାର ଅଛି ଓ ଏହି ପକ୍ରିୟା ଏକ ବର୍ଷରେ ପୂରଣ ହେବ। ୨୦୨୬ରେ ଏହି ଜନଗଣନା ସଂଖ୍ୟାକୁ ସାର୍ବଜନୀନ କରାଯିବ।
ସୂଚନାଥାଉ କି, ଜନଗଣନା ୨୦୨୧ ରୁ ଆରମ୍ଭ ହେବାର ଥିଲା,ମାତ୍ର କରୋନା ମହାମାରୀ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ତା’ ପରେ ଲୋକ ସଭା ନିର୍ବାଚନ ଆସିଯିବାରୁ ତାହା ପୁଣିଥରେ ବିଳମ୍ବ ହୋଇଯାଇଥିଲା। ମାତ୍ର ଏବେ ଏହା ଉପରେ ସରକାର ଆଗକୁ ବଢିବାକୁ ଚେଷ୍ଟା କରିଛନ୍ତି। ଏହି ଜନଗଣନା ଖୁବ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଆଧାରରେ ଲୋକସଭା ଓ ବିଧାନସଭା ଆସନର ପରିସୀମନ ହେବ।
ଗତ ୫୦ ବର୍ଷ ହେବ ଲୋକ ସଭା ଆସନର ପରିସୀମନ ଅଟକି ରହିଛି। ୨୦୨୯ ରେ ଲୋକସେବା ଆସନ ବଢିବ ଓ ମହିଳା ସଂରକ୍ଷଣ ମଧ୍ୟ ଲାଗୁ ହେବ।ବର୍ତ୍ତମାନ ଜାତିଗତ ଜନ ଗଣନାକୁ ନେଇ ସ୍ପଷ୍ଟ ହୋଇନି, କିନ୍ତୁ ଜାତୀୟଗଣମାଧ୍ୟମର ରିପୋର୍ଟ ଅନୁସାରେ ସର୍ଭେରେ ଲୋକଙ୍କୁ ତାଙ୍କର ସମ୍ପ୍ରଦାୟ ବିଷୟରେପଚରା ଯିବ। ଜାତିଗତ ଜନଗଣନାକୁ ନେଇ ବଡ ପ୍ରସ୍ତୁତି ଚାଲିଛି । ସମ୍ପ୍ରଦାୟ ଆଧାରରେ ଦେଶର ଲୋକଙ୍କ ସଂଖ୍ୟାକୁ ଏଥିରେ ସ୍ଥାନିତ କରାଯାଏ । ଏହି ଜନଗଣନାରେ ସବୁ ପ୍ରକାର ଯୋଜନା ତିଆରି କରିବାରେ ସାହାଯ୍ୟ ମିଳିବ ଓ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଲୋକଙ୍କୁ ଆକର୍ଷିତ କରିବାରେ ଲାଭ ହେବ।
ଏଭଳି ସମ୍ପ୍ରଦାୟ ମଧ୍ୟ ରାଜନୀତିର ବଡ ଆଧାର ହୋଇପାରନ୍ତି। ଏହାକୁ ଆଧାର କରି ମୋଟ ୩୦ ପ୍ରଶ୍ନ ଜନଗଣନାରେ ପଚରା ଯିବ। ଏହା ପୂର୍ବରୁ ୨୦୧୧ ଜନଗଣନାରେ ୨୯ ପ୍ରଶ୍ନ ପଚରା ଯାଇଥିଲା । ମାତ୍ର ଏଥର ପ୍ରଶ୍ନ ସଂଖ୍ୟା ଆଉ ଗୋଟିଏ ବଢିପାରେ ବୋଲି କୁହାଯାଉଛି।
ଏହି ଜନଗଣନାରେ ପ୍ରଥମେ ବ୍ୟକ୍ତିର ନାଁ, ପରିବାର ମୁଖିଆଙ୍କ ସହ ସମ୍ପର୍କ, ଲିଙ୍ଗ, ଜନ୍ମ ତାରିଖ ଓ ବୟସ, ବିବାହ ସମୟରେ ବୟସ, ଧର୍ମ, ସମ୍ପ୍ରଦାୟ, ଅନୁସୁଚିତ ଜାତି କିମ୍ବା ଜନଜାତି, ଦିବ୍ୟାଙ୍ଗ, ମାତୃଭାଷା, ଅନ୍ୟ କୌଣସି ଭାଷାରେ ଜ୍ଞାନ, ସ୍ବାକ୍ଷରତା, ବର୍ତ୍ତମାନର ଶେକ୍ଷଣିକ ସ୍ଥିତି, ଉଚ୍ଚତମ ଶିକ୍ଷା, ଗତ ବର୍ଷର ରୋଜଗାର, ଆର୍ଥିକ ଗତିବିଧିର ଶ୍ରେଣୀ, ରୋଜଗାର, ଉଦ୍ୟୋଗର ପ୍ରଗତି, ରୋଜଗାର ଏବଂ ସେବା, ଓ୍ବାକର୍ସଙ୍କ କ୍ଲାସ, ଅଣ- ଆର୍ଥିକ ଗତିବିଧି, କିଭଳି ରୋଜଗାରର ଇଛା, କାମକୁ ଯିବାର ମାଧ୍ୟମ ଦୂରତ୍ୱ ଓ ଯାତ୍ରାର ମାଧ୍ୟମ, ଜନ୍ମସ୍ଥାନରେ ଅଛନ୍ତି ନା ଅନ୍ୟ କେଉଁଠି , କେତୋଟି ସନ୍ତାନ, ଜନ୍ମ ନେଇଥିବା ଶିଶୁଙ୍କ ଭିତରେ କେତେ ଜଣ ଜୀବିତ ? ଗତ ଏକ ବର୍ଷରେ ଜନ୍ମ ନେଇଥିବା ଶିଶୁଙ୍କ ସଂଖ୍ୟା, ନିଜ ମୂଳଘର ଠାରୁ ନୂଆ ସ୍ଥାନରେ କେତେବର୍ଷ ଅଛନ୍ତି ଏହିଭଳି ୩୦ ପ୍ରଶ୍ନ ପଚାରାଯିବ ।