ବିଜୟଦଶମୀରେ ରାବଣର ବଧ କରିଥିଲେ ପ୍ରଭୁ ଶ୍ରୀରାମ, ହେଲେ ଲଙ୍କାରେ କେତେ ଦିନ କାଟିଥିଲେ ମାତା ସୀତା , ଜାଣନ୍ତୁ ଏଠି..
1 min readରାମାୟଣ ସମସ୍ତେ ପଢିଛନ୍ତି ବା ଟିଭିରେ ଦେଖିଛନ୍ତି । ରାମ ତାଙ୍କ ପତ୍ନୀ ଏବଂ ସାନ ଭାଇ ଲକ୍ଷ୍ମଣଙ୍କ ସହ ୧୪ ବର୍ଷ ପାଇଁ ବନବାସ ଯାଇଥିବା ବେଳେ ଯାହା ସବୁ ଘଟିଥିଲା ତା ସମସ୍ତଙ୍କୁ ଜଣା । କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ ଯେତେବେଳେ ରାବଣ ସୀତାଙ୍କୁ ଅପହରଣ କରି ନେଇଥିଲେ । ଏବଂ ତାଙ୍କୁ ନେଇ ତାଙ୍କ ଲଙ୍କାରେ ରଖିଥିଲେ ତାହା ପୁଣି କେତେ ଦିନ ଥିଲା । ଆଜ୍ଞ ହଁ ଆପଣ ଜାଣିଛନ୍ତି ରାମ ଲକ୍ଷ୍ମଣଙ୍କ ଅନୁପସ୍ଥିତିରେ ରାବଣ ସୀତାଙ୍କୁ ଭିକ୍ଷା ମାଗିବା ଆଳରେ ଅପହରଣ କରି ନେଇଥିଲେ । କିନ୍ତୁ ଜାଣି ନାହାନ୍ତି ସୀତା କେତେ ଦିନ କେତେ ବର୍ଷ ଲଙ୍କାରେ କାଟିଛନ୍ତି । ଆଜି ଆମେ ଆଣପଙ୍କୁ ଏ ବାବଦରେ କିଛି ତଥ୍ୟ ଦେବୁ । ମାତା କୌକେୟୀଙ୍କୁ ଦେଇଥିବା ବଚନ ଅନୁସାରେ ଦଶରଥଙ୍କ କଥାରେ ଶ୍ରୀରାମ ତାଙ୍କ ପତ୍ନୀ ମାଆ ସୀତାଙ୍କୁ ଧରି ବନ ବାସରେ ବାହାରିଥିଲେ । ସେପୁଣ ୧୪ ବର୍ଷ ପାଇଁ । ସାଙ୍ଗ ରେ ତାଙ୍କ ସାନ ଭାଈ ଲକ୍ଷ୍ମଣ ମଧ୍ୟ ଯାଇଥିଲେ । ତେବେ ଜଙ୍ଗଲରେ ୩ଜଣ ମିଶି ୧୩ ବର୍ଷ କାଟି ଦେଇଥିବା ବେଳେ ହାତରେ ଆଉ ମାତ୍ର ୧ବର୍ଷ ରହିଥିଲା । ଆଉ ସେହି ଏକ ବର୍ଷ ଭିତରେ ଘଟିଗଲା ଏହିସବୁ ଘଟଣା ଯାହା ରାମୟଣରେ ପରିଣତ ହୋଇଗଲା ।
ଠିକ ୧ବର୍ଷ ବାକି ଥିବା ବେଳେ ମାତା ସୀତାଙ୍କୁ ହରଣ କରିଥିଲେ ମହାଦେବ ଶିବଙ୍କ ବଡ ଭକ୍ତ ଅର୍ଥାତ ଲଙ୍କାର ରାଜା ରାବଣ ।ତେବେ ଲଙ୍କାରେ କେତେ ଦିନ ରହିଥିଲେ ମାତା ସୀତା । ବାଲ୍ମିକୀ ରାମାୟଣରେ ଲେଖିଛନ୍ତି ଯେ ମାତା ସୀତାଙ୍କୁ ପାଖାପାଖି ୪୩୫ ଦିନ ପାଇଁ ଲଙ୍କାରେ ରହିବାକୁ ପଡିଥିଲା । ପ୍ରଥମେ ରାବଣ ସୀତାଙ୍କୁ ନେଇ ତାଙ୍କପତ୍ନୀ ମନ୍ଦୋଦରୀଙ୍କ ମହଲରେ ରଖିଥିଲେ । ଏହାପରେ ମାତା ସୀତା ଅଶୋକ ବାଟିକାରେ ଯାଇ ବସବାସ କରିଥିଲେ । ଦୀର୍ଘ ୧୧ ମାସ ପର୍ଯ୍ୟନ୍ତ ମାତା ଅଶୋକ ବାଟିକାରେ ରହିଥିଲେ । ଆଉ ଯେତେବେଳେ ମାତା ସୀତା ଲଙ୍କାରୁ ଫେରିଥିଲେ ସେହି ସମୟରେ ତାଙ୍କର ବୟସ ମାତ୍ର ୩୩ ବର୍ଷ ହୋଇଥିଲା । ରାବଣର ବିନାଶ କରି ରାମ ସୀତାଙ୍କୁ ଫେରାଇ ଆଣିଥିଲେ । ତେବେ ଆଉ ଦୁଇ ଦିନ ପରେ ଅର୍ଥାତ ବିଜୟ ଦଶମୀ ଦିନ ପ୍ରଭୁ ଶ୍ରୀରାମ ରାବଣର ବଧ କରି ଲଙ୍କା ଉପରେ ବିଜୟ ହାସଲ କରିଥିଲେ ।