Pratidin TV

Odisha's Digital News Platform

ପାଣ୍ଡିଆନଙ୍କ ହେଲିକପ୍ଟରରେ କେତେ ହେଉଥିଲା ଖର୍ଚ୍ଚ ? ଚାଲିବ ତଦନ୍ତ, ପରିବହନ ମନ୍ତ୍ରୀ ଦେଲେ ବଡ଼ ବୟାନ….

ପୁଣି ରାଜ୍ୟରେ ଭିକେ ପାଣ୍ଡିଆନଙ୍କୁ ନେଇ ଉଠିଲା ବଡ ଚର୍ଚ୍ଚା । ହେଲିକପ୍ଟରରେ ଚାରିଆଡେ ବୁଲୁଥିଲେ ପାଣ୍ଡିଆନ୍ ବାବୁ ଙ୍କୁ ଏବେ ଦେବାକୁ ପଡିବ ହିସାବ୍ । ଏକଥା ଆମେ କହୁନୁ ବରଂ ନିଜେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍ତି । ସେ ଏକଥା କହିଛନ୍ତି ଯେ ଖୁବଶୀଘ୍ର ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ ହୋଇଯାଇଛି ଏବଂ ଏନେଇ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଯଦି ତାଙ୍କ ହେଲିକପ୍ଟର ଖର୍ଚ୍ଚ ରାଜକୋଷରୁ ହୋଇଥାଏ । ତେବେ ଏହା ଉପରେ ଖୂବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ଜଣେ ବ୍ୟକ୍ତି ଯଦି ସର୍ବ ସମ୍ମୁଖରେ ରାଜକୋଷକୁ ଲୁଣ୍ଠନ କରିବେ, ଏହା କେବେ ଗ୍ରହଣୀୟ ନୁହେଁ । ଆମ ସରକାର ଏ କଥାକୁ ପୁରା ନଜର ରଖିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା ।

ଏଭଳି ର୍ଦୁନିତିକୁ ସରକାର ବର୍ଦାସ୍ତ କରିବେ ନାହିଁ । ୨୦୧୩ ରୁ ୨୦୨୪ ଭିତରେ ପାଣ୍ଡିଆନ କୋଟି କୋଟି ଟଙ୍କା ହେଲିକପ୍ଟର ଗସ୍ତରେ ଖର୍ଚ୍ଚ କରିଥିବାର ଅଭିଯୋଗ ରହିଛି। ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ହେଲିପ୍ୟାଡ୍ ତିଆରି ହେଉଥିଲା। ଯାହା ଆଦୌ ନ୍ୟାୟ ଯୁକ୍ତ ନୁହଁ । ଯଦି ଏସବୁ କଥା ସତ ପ୍ରମାଣିତ ହେଲା ତେବେ ନିଶ୍ଚିତ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *