କେତେ ବଦଳିଯାଇଛନ୍ତି ସିଦ୍ଧୁଙ୍କ ପତ୍ନୀ ? କ୍ୟାନସର ସର୍ଜରୀ ପରେ ସାମ୍ନାକୁ ଆସିଲା ନବଜୋତ୍ କୌରଙ୍କ ଫଟୋ
1 min readକ୍ୟାନସରକୁ ଜିତିଲେ ସିଧୁଙ୍କ ପତ୍ନୀ | ନବଜୋତ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ବର୍ତ୍ତମାନ ଜୀବନ ଯୁଦ୍ଧ ଅର୍ଥାତ କ୍ୟାନସର ଯୁଦ୍ଧରେ ଜିତି ଫେରିଛନ୍ତି | ନିକଟରେ ତାଙ୍କ ୨ୟ ଅପରେସନ ସରିଥିବା ବେଳେ ବର୍ତ୍ତମାନ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି | ତେବେ ସେ ରିକୋଭରି ମୋଡ଼କୁ ଫେରୁଥିବାର ସୂଚନା ମିଳିଛି | ଯାହାଙ୍କ ଫଟୋ ଏବେ ସାମ୍ନାକୁ ଆସିଛି | ଏବଂ ସେହି ଫଟୋରେ ସେ ସିଦ୍ଧୁଙ୍କ ହାତ ଧରି ଚାଲୁଥିବାର ନଜର ଆସିଥିଲା |
ତେବେ ନବଜୋତ କୌରଙ୍କ ସ୍ୱାମୀ ଏବଂ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଦ୍ଧୁଙ୍କ ହାତ ଧରି ହସ୍ପିଟାଲ ରୁମରୁ ବାହାରକୁ ଆସିଥିଲେ | ନବଜୋତ ସିଦ୍ଧୁ ତାଙ୍କ ଦୁହିଁଙ୍କ ଫଟୋକୁ ନିଜ ସୋସିଆଲ ମିଡ଼ିଆ X ଆକାଉଣ୍ଟରେ ପୋଷ୍ଟ କରି ଲେଖିଥିଲେ ଯେ, ଶେଷରେ ନବଜୋତ ତାଙ୍କ ପାଦରେ ଠିଆ ହୋଇଛନ୍ତି | ଡାକ୍ତରଖାନାରୁ ହୋଇଛନ୍ତି ଡିସଚାର୍ଜ | ଏକ ମାସ ରିକଭରି ପିରିୟଡ଼ ଏବଂ ୨୫ ରେଡ଼ିଏସନ ସେସନ ପରେ ନୂଆ ଜୀବନ ପାଇଥିବା କଥା କହିଛନ୍ତି | ଏବଂ ଡାକ୍ତର ପୁପିନ୍ଦର କାଉର ଏବଂ ତାଙ୍କ କର୍ମଚାରୀମାନଙ୍କୁ ଅନେକ ଧନ୍ୟବାଦ ମଧ୍ୟ ଦେଇଛନ୍ତ୍ତି |
ତେବେ କହିବାକୁ ଗଲେ ଏପ୍ରିଲ ୨0୨୩ ରେ ପର ଠାରୁ ନବଜୋତ କୌର ସ୍ତନ କର୍କଟ ରୋଗରେ ପୀଡିତ ଥିଲେ | ନିକଟରେ ତାଙ୍କ ୨ୟ ଅପରେସନ ମଧ୍ୟ କରାଯାଇଥିଲା | ଏହି ଅପରେସନ ହରିୟାନାର ଜାମ୍ମୁ ନଗର ଜିଲ୍ଲାର ଏକ ହସ୍ପିଟାଲରେ କରାଯାଇଥିଲା | ଗତ ଅକ୍ଟୋବର ମାସରେ ପ୍ରତମ ସର୍ଜରୀ କରାଯାଇଥିଲା | ଏବଂ ନଭେମ୍ବରରେ ସେ ସାମ୍ନାକୁ ଆସି କରିଥିଲେ ଘୋଷଣା | ଆଉ କହିଥିଲେ ସେ କର୍କଟ ରୋଗକୁ ହରାଇଛନ୍ତି |