Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ହେଲେ କେତେ ଦରମା ପାଇବେ ମୋହନ ମାଝି ?

ସରିଲା ଚୟନ ପକ୍ରିୟା ଏବଂ ସର୍ବସମ୍ମତି କ୍ରମେ ମୋହନ ଚରଣ ମାଝୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଚେହେରା | ଜୁନ ୧୨ ଅର୍ଥାତ ଆଜି ମୋହନ ମାଝୀଙ୍କୁ ଶପଥ ନେବାର ସମଗ୍ର ଓଡ଼ିଶାବାସୀ ଦେଖିବେ | ଏହାସହ ଏହି ଶପଥ ସମାରୋହରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଏହାସହିତ ଓଡିଶାକୁ ନମ୍ବର ୧ କରିବର ରଖିଛନ୍ତି ବଡ ଟାର୍ଗେଟ |

ବର୍ତ୍ତମାନ ମୋହନ ଚରଣ ମାଝୀଙ୍କୁ ମିଳିବ ଦାୟିତ୍ୱ ସହ ମିଳିବ ସରକାରୀ ସୁବିଧା ଏବଂ ବେତନ | ତେବେ ମୋହନ ମାଝୀଙ୍କ ବେତନ ରହିଛି କେତେ ? ତେବେ ନବୀନ ପଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପରିବର୍ତ୍ତିତ ହୋଇଥିଲା ବିଧାୟକ ମାନଙ୍କର ମାସିକ ବେତନ | ତେବେ ଯାହା ଜଣାଯାଉଛି ମୁଖ୍ୟମନ୍ତ୍ରୀଙ୍କୁ ୧ ଲକ୍ଷ ୬0 ହଜାର ଟଙ୍କା ମିଳିବ | ଏହାସଦହ ବିଧାୟକର ଯେଉଁ ଦରମା ତାହା ମଧ୍ୟ ଏଥିରେ ମିଶିକି ରହିବ |

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ସରକାରୀ ସ୍ଥରରୁ ମୁଖ୍ୟମନ୍ତ୍ରୀ ବାସଭବନ | ଏହାସହ ତାଙ୍କୁ ମିଳିବ ମେଡିକାଲ ସୁବିଧା, ଯିବା ଆସିବା ଖର୍ଚ୍ଚ, ଏବଂ ତା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦିଷ୍ଟ ସମସ୍ତ ପ୍ରକାରର ଜରୁରୀକାଳୀନ ସୁବିଧା | ମୁଖ୍ୟମନ୍ତ୍ରୀଙ୍କ ଅଫିସ ପାଇଁ ରହିବେ ବ୍ୟକ୍ତିଗତ ସହାୟକ ଓ ସଚିବମାନେ ରହିବା ସହ ତାଙ୍କ ବାସଭବନରେ ଆସବାବପତ୍ର ସହ ଘର ଯୋଗା ଯିବ ଯାହା ସରକାରୀ ଖର୍ଚ୍ଚ ଉପରେ ରହିବ |

ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଏବଂ ପ୍ରଭାତୀ ପରିଡାଙ୍କ ଦରମା ସ୍ପଷ୍ଟ ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ୫ ରୁ ୧0 ହଜାର କମ ରହିବ ବୋଲି ଆକଳନ କରାଯାଉଅଛି | ତେବେ ଆଗାମୀ ସମୟରେ ତାଙ୍କ ଦରମା ସ୍ଥିରୀକୃତ ହେବ | ୨ ଉପମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ରହିବାକୁ ଆବାସ ସହ ଉଦ୍ଦିଷ୍ଟ ସେବା ମଧ୍ୟ ଯୋଗାଇ ଦିଆଯିବ |

Leave a Reply

Your email address will not be published. Required fields are marked *