Pratidin TV

Odisha's Digital News Platform

ଖେଳାଳିଙ୍କୁ କେମିତି ମିଳେ ସରକାରୀ ଚାକିରି….

1 min read

ଖେଳାଳିଙ୍କୁ କେମିତି ମିଳିଥାଏ ସରକାରୀ ଚାକିରୀ | ଏହାର ନିୟମ କଣ ? କେବଳ ସିରାଜ ଜୁହାନ୍ତି ଏହି ୮ କ୍ରିକେଟରଙ୍କୁ ମଧ୍ୟ ମିଳିଛି ବଡ ପଦବୀ | ସରକାରୀ ଚାକିରୀ କ୍ଷେତରେ ଭାଟିଯ ଖେଳାଳିଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସ୍ଥାନ | ଏନେଇ ରହିଛି କିଛି ନିର୍ଦ୍ଦିଷ୍ଟ ନିୟମ | ଭାରତୀୟ କ୍ରିକେଟର ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ତେଲେଙ୍ଗାନା ସରକାର ଏକ ବଡ ଦାୟିତ୍ୱ ଦେଇଛନ୍ତି | ସେ ତେଲେଙ୍ଗାନା ପୋଲିସ ବିଭାଗରେ ଡ଼ିଏସପି ଭାବରେ ନିଯୁକ୍ତି ପାଇଛନ୍ତି | ଟି-ଟ୍ୱେଣ୍ଟି ବିଶ୍ୱକପରେ ଭଲ ପ୍ରଦର୍ଶନ ପରେ ତେଲେଙ୍ଗାନା ସରକାର ସିରାଜଙ୍କୁ ସରକାରୀ ଚାକିରୀ ଓ ଜମି ଦେବା ପାଇଁ ପ୍ରତିଶୃତି ଦେଇଥିଲେ | ତେବେ ଗତକିଛି ଦିନ ତଳେ ଭି ଡ଼ିଏସପି ଭାବେ ନିଯୁକ୍ତି ପାଇଛନ୍ତି | କେବଳ ସିରାଜ ନୁହନ୍ତି ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବଡ ବଡ ସରକାରୀ ପଦବୀରେ ରହିଛନ୍ତି |

ତେବେ ଟିମ ଇଣ୍ଡିଆର ପୂର୍ବତନ ଫାଷ୍ଟ ବୋଲର ଯୋଗେନ୍ଦ୍ର ଶର୍ମା, ଦକ୍ଷିଣ ଆଫ୍ରିକାରେ ୨00୭ରେ ଖେଳ ଯାଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲରେ ପାକିସ୍ତାନ ବିପକ୍ଷରେ ଯୋଗେନ୍ଦ୍ରଙ୍କ ଚମତ୍କାର ପ୍ରଦର୍ଶନ ଚାମ୍ପିୟାନ କରାଇଥିଲା | ଖୁବ ପ୍ରଶଂସା ସାଉଣ୍ଟିବା ପରେ ହରିୟାଣା ସରକାର ଯୋଗେନ୍ଦ୍ରଙ୍କୁ ଡ଼ିଏସପି ଭାବେ ନିଯୁକ୍ତି ଦେଇଥିଲେ | ଏହାପରେ ଅଛନ୍ତି ପୂର୍ବତନ ଖେଳାଳି ହରଭଜନ | ଯିଏ ପଞ୍ଜାବ ପଲିସିସରେ ଡେ଼ପ୍ୟୁଟି ଏସପି ଭାବରେ ନିଯୁକ୍ତି ପାଇଛନ୍ତି | ତେବେ ବର୍ତ୍ତମାନ ହରଭଜନ ଆମ ଆଦମୀ ପାର୍ଟିର ସାଂସଦ ମଧ୍ୟ ଅଛନ୍ତି | ତେବେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ବଡ ପଦବୀ ମିଳିଛି | କ୍ରିକେଟ ଜଗତର ଅନେକ ଇତିହାସ ରଚିବା ପରେ ଧୋନିଙ୍କୁ ପ୍ରାଦେଶିକ ସେନା ଦ୍ୱାରା ଲେଫ୍ଟେନାଣ୍ଟ କର୍ଣ୍ଣଲ ଭାବେ ସମ୍ମାନିତ କରାଯାଇଥିଲା | ଏହାପରେ ତାଙ୍କୁ ନିଯୁକ୍ତି ମିଳିବ ପରେ ସେ ସମୟ ସମୟ ମଧ୍ୟରେ ଆର୍ମି ଟ୍ରେନିଂ ନେଉଥିବାର ମଧ୍ୟ ନଜର ଆସିଥିଲେ | ତେବେ କ୍ରିକେଟ ଦୁନିଆର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର, ସେ ମଧ୍ୟ ଭାରତୀୟ ବାୟୁ ସେନାରେ ବଡ ପଦବୀରେ ରହିଛନ୍ତି | ୨0୧0 ମସିହାରେ ସଚିନଙ୍କୁ ବାୟୁ ସେନା ଦ୍ରୁପ କ୍ୟାପଟେନ ଭାବେ ସମ୍ମାନିତ କରିଥିଲେ | ଏହି ପଦବୀ ମିଳିବ ପରେ ବାୟୁ ସେନା ପୋଷାକ ପିନ୍ଧି କାର୍ଯ୍ୟ କରୁଥିବା ମଧ୍ୟ ସଚିନଙ୍କୁ ଦେଙ୍କଝିବାକୁ ମିଳିଛି | ତେବେ କେଏଲ ରାହୁଲ ଭାରତୀୟ କ୍ରିକେଟର ଜଣେ ଭଲ ବ୍ୟାଟ୍ସମ୍ୟାନ ହେବା ସହ ରିଜର୍ଭ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନଜର ଭାବରେ ନିଯୁକ୍ତି ହୋଇଛନ୍ତି | ସେହିପରି ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର କୁହାଯାଉଥିବା କପିଲ ଦେବ ଲେଫ୍ଟେନାଣ୍ଟ କର୍ଣ୍ଣଲ ଭାବରେ ସମ୍ମାନିତ ହୋଇଛନ୍ତି |

Advertisement

ତେବେ ସରକାରୀ ଚାକିରୀରେ ନିଯୁକ୍ତି ପାଇଁ ଏକ ସ୍ପୋର୍ଟ୍ସ କୋଟା ରହିଛି | ଯାହା ଅଧୀନରେ ଏହି ଖେଳାଳି ମାନେ ସରକାରୀ ଚାକିରୀରେ ନିଯୁକ୍ତି ପାଉଛନ୍ତି | ଏହାକୁ ବାଦ ଦେଲେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ବିଭାଗରେ କୌଣସି ଦକ୍ଷ ଖେଳାଳିଙ୍କୁ ସିଧାସଳଖ ଭାବେ ନିଯୁକ୍ତି ପ୍ରଦାନ କରିପାରିବେ ଅର୍ଥାତ ଖେଳାଳିଙ୍କୁ ସରକାରୀ ଚାକିରୀ ପାଇଁ କୌଣସି ଆବେଦନ କରିବାକୁ ପଡ଼ିନଥାଏ |

Leave a Reply

Your email address will not be published. Required fields are marked *